Videos
|
Odisha

Cyclone Akvan Alert / ସମୁଦ୍ର ମଝିରେ ଧିମଉଛି ବାତ୍ୟା; ଉଠିବ ୧୪ ମିଟର ଉଚ୍ଚ ଜୁଆର, ଲ୍ୟାଣ୍ଡଫଲ୍ ବେଳେ...

Debashree Debasmita Sahoo
Browse all articles by Debashree Debasmita Sahoo
·55 mins ago·2 min read
ସମୁଦ୍ର ମଝିରେ ଧିମଉଛି ବାତ୍ୟା; ଉଠିବ ୧୪ ମିଟର ଉଚ୍ଚ ଜୁଆର, ଲ୍ୟାଣ୍ଡଫଲ୍ ବେଳେ...
Cyclone Akvan Latest News

Key Points

୨୦ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା
ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ
୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ଵର: ଦକ୍ଷିଣ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଅଛି ବାତ୍ୟା 'ଅକ୍ବାନ୍' । ଅତି ମନ୍ଥର ଗତିରେ ଆଗକୁ ବଢ଼ୁଛି । ଗତ ୧୨ ଘଣ୍ଟା ଧରି ଘଣ୍ଟାକୁ ୬ କିମି ବେଗରେ ଗତି କରୁଛି । ସମୁଦ୍ର ମଝିରେ କରାଉଛି ପ୍ରବଳ ବର୍ଷା । ସମୁଦ୍ରର ତାପମାତ୍ରାରେ ବଡ଼ ହ୍ରାସ ଘଟିଛି । ଫଳରେ ବାତ୍ୟାର ତୀବ୍ରତା ବଢ଼ିବାରେ ବିଳମ୍ବ ହେଉଛି । ୧୯ ତାରିଖ ମଧ୍ୟରାତ୍ରି ସୁଦ୍ଧା ଭୀଷଣ ବାତ୍ୟା ଓ ସନ୍ଧ୍ୟା ସୁଦ୍ଧା ଅତିଭୀଷଣ ରୂପ ନେବା ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶର ନେଲ୍ଲୋର ଓ ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ ।

  • ଓଡ଼ିଶାରେ ବାତ୍ୟାର ପ୍ରଭାବ
ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ସ୍ଥଳଭାଗ ଛୁଇଁବା ସମୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ୧୮ରୁ ୨୦ ତାରିଖ ଯାଏଁ ରାଜ୍ୟରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ୧୭ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ।

  • ୧୯ ତାରିଖରୁ ପ୍ରବଳ ବର୍ଷା ଆଶଙ୍କା
ଆସନ୍ତା ୧୯ ତାରିଖରୁ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ । ବିଶେଷ କରି ୧୯ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଉଛି କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ।

ପଢନ୍ତୁ ଏହି ଖବର: ଆଜି ଭୀଷଣ ବାତ୍ୟାର ରୂପ ନେବ ‘ଅକ୍ୱାନ୍’; ଗୁରୁତ୍ଵପୂର୍ଣ୍ଣ ବୈଠକରେ ସରକାରଙ୍କ ବଡ଼ ନିଷ୍ପତ୍ତି

ସେହିପରି ୨୦ ତାରିଖ ପାଇଁ ୫ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୨ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ଆଲର୍ଟ ଜାରି ହୋଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ସମୁଦ୍ରରେ ଉଠିବ ୧୪ମିଟର ଜୁଆର
ବାତ୍ୟା ପ୍ରଭାବରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ୨୦ ତାରିଖ ବେଳକୁ ସମୁଦ୍ରରେ ୧୪ ମିଟର ଉଚ୍ଚତାର ତରଙ୍ଗ ସୃଷ୍ଟି ଆଶଙ୍କା । ଏଣୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।

  • ଡ୍ୟାମ୍‌ରେ ହାଇ ଆଲର୍ଟ
ଦକ୍ଷିଣ ଓଡ଼ିଶାର ଜଳଭଣ୍ଡାର ଉପରେ ଜଳସମ୍ପଦ ବିଭାଗର ଫୋକସ୍ ରହିଛି । ଗଜପତି, ଗଞ୍ଜାମ ସମେତ ଅନ୍ୟ ଜିଲ୍ଲାକୁ ଆଡଭାଇଜରି ଜାରି କରାଯାଇଛି । ମେଜର ଓ ମିଡିୟମ୍ ଡ୍ୟାମ୍‌ରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଘଣ୍ଟାରେ ଜଳସ୍ତର ଓ ସ୍ଥିତିର ସମୀକ୍ଷା ହେଉଛି । ବର୍ଷା ବଢ଼ିବା ପୂର୍ବରୁ ଜଳସ୍ତର ହ୍ରାସ କରାଯିବ । ଗଜପତି ଓ ଗଞ୍ଜାମ ଡ୍ୟାମ୍‌ର ଜଳସ୍ତର ୫୦%କୁ ଆଣିବା ଲକ୍ଷ୍ୟ ରହିଛି । ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଜଳସ୍ତର କମାଇବା ଯୋଜନା ରହିଛି ।