Videos
|
Odisha

School Colleges to Remain Closed / ବାତ୍ୟା ଅକ୍ୱାନ୍‌କୁ ନେଇ ଭଦ୍ରକ ଜିଲ୍ଲାରେ ସତର୍କତା, ଆସନ୍ତା କାଲି ଭଦ୍ରକର ସମସ୍ତ ସ୍କୁଲ ଓ କଲେଜ୍ ବନ୍ଦ

Bikash Mohanty
Browse all articles by Bikash Mohanty
·36 mins ago·2 min read
ବାତ୍ୟା ଅକ୍ୱାନ୍‌କୁ ନେଇ ଭଦ୍ରକ ଜିଲ୍ଲାରେ ସତର୍କତା, ଆସନ୍ତା କାଲି ଭଦ୍ରକର ସମସ୍ତ ସ୍କୁଲ ଓ  କଲେଜ୍ ବନ୍ଦ
School Closed

Key Points

ବାତ୍ୟା ଅକ୍ୱାନ୍‌କୁ ନେଇ ଭଦ୍ରକ ଜିଲ୍ଲାରେ ସତର୍କତା
ଆସନ୍ତା କାଲି ଭଦ୍ରକର ସମସ୍ତ ସ୍କୁଲ ଓ କଲେଜ୍ ବନ୍ଦ
ଭଦ୍ରକ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି
ଭଦ୍ରକ, ୧୯/୧୧: ବାତ୍ୟା ‘ଆକଭାନ’କୁ ନେଇ ଭଦ୍ରକ ଜିଲ୍ଲାରେ ସତର୍କତା ଜାରି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗର ଆଶଙ୍କା ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ଭଦ୍ରକ ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର, ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ। ଏହା ସହିତ ଡିଗ୍ରୀ କଲେଜ୍, ଘରୋଇ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ୟୁସନ୍ ସେଣ୍ଟର ମଧ୍ୟ ବନ୍ଦ ରହିବ। ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ (କେ.ଭି.), ଜବାହର ନବୋଦୟ ବିଦ୍ୟାଳୟ (ଜେ.ଏନ୍.ଭି.) ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓ.ଏ.ଭି.) ମଧ୍ୟ ଏହି ନିର୍ଦ୍ଦେଶ ଅନୁସାରେ ବନ୍ଦ ରହିବ।
 
ସମ୍ଭାବ୍ୟ ବାତ୍ୟା "ଆକଭାନ"ର ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଝିପି ଝିପି ବର୍ଷା ସହ ହାଲୁକା ପବନ ଓ ଆକାଶ ମେଘାଛନ୍ନ କୋହଲା ରହିଛି.ବାତ୍ୟା "ଆକଭାନ"ର ମୁକାବିଲା କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମୁନ୍ଦ୍ର ମଧ୍ୟକୁ କୌଣସି ମତ୍ସ୍ୟଜୀବୀ ଡ଼ଙ୍ଗା ନେଇ ନ ଯିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଦେଇଛି ପ୍ରଶାସନ। ଭଦ୍ରକ ସହରରେ ବଡ଼ ବଡ଼ ହୋଡିଙ୍ଗ ଗୁଡିକୁ ଖୋଲା ଯାଇଛି। ହୁଡିଙ୍ଗ ଭାଙ୍ଗି କିଛି ଅଘଟଣ ଘଟିବାର ଆଶଙ୍କାରେ ସେ ସବୁକୁ ଭଦ୍ରକ ପୌରପାଳିକା ପକ୍ଷରୁ ଖୋଲା ଯାଉଛି। .

ପଢନ୍ତୁ ଏହି ଖବର:ବାତ୍ୟା ‘ଅକ୍ବାନ’କୁ ନେଇ ବଡ଼ ଅପଡେଟ୍, ଆସନ୍ତାକାଲି ମଧ୍ୟାହ୍ନରେ ଗୋପାଳପୁର ନିକଟରେ କରିପାରେ ଲ୍ୟାଣ୍ଡଫଲ୍!

ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ ରେ ଥିବା ୧୦୬ ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତି କରାଯାଇଛି। ଆଜି ରାତି ସୁଦ୍ଧା ବୟସ୍କ, ଗର୍ଭବତୀ ଓ ଶିଶୁ ମାନଙ୍କୁ ସ୍ଥାନାନ୍ତର କରାଯାଇ ସେଠାରେ ରଖା ଯିବାର ସ୍ଥିର ହୋଇଛି। ବାତ୍ୟା ସୂଚନା ଓ ପରାମର୍ଶ ଏବଂ ସହାୟତା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ସମ୍ଭାବ୍ୟ ବାତ୍ୟା ଅକବାନକୁ ନେଇ ସଜାଗ ହୋଇଛି ଚାନ୍ଦବାଲି ବ୍ଲକ ପ୍ରଶାସନ। ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୩୬ଟି ବାତ୍ୟା ଆଶ୍ରୟସ୍ଥଳ ସହିତ ବିଭିନ୍ନ ସ୍କୁଲ ଓ ସେଲଟର ହୋମକୁ ପ୍ରସ୍ତୁତ ରଖାଯାଉଛି। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଚାନ୍ଦବାଲି ବ୍ଲକର ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଶ୍ରୟସ୍ଥଳଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍, ଖାଦ୍ୟ ସାମଗ୍ରୀ ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଗୃହପାଳିତ ପଶୁଙ୍କ ସୁରକ୍ଷା ଓ ଜରୁରୀକାଳୀନ ସେବା ପାଇଁ ମଧ୍ୟ ସମ୍ପୃକ୍ତ ବିଭାଗ ପ୍ରସ୍ତୁତ ରହିଛନ୍ତି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: