Videos
|
Odisha

Cyclone Alert / ପୁଣି ଆସୁଛି ବାତ୍ୟା ! ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

Bikash Mohanty
Browse all articles by Bikash Mohanty
·53 mins ago·2 min read
ପୁଣି ଆସୁଛି ବାତ୍ୟା ! ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର
Manorama Mohanty

Key Points

ପୁଣି ଆସୁଛି ବାତ୍ୟା ! ଆସନ୍ତା ୨୪ ଘଣ୍ଟାରେ ବାତ୍ୟା
ଆସନ୍ତା ୬ ଘଣ୍ଟାରେ ଅବପାତରେ ହେବ ପରିଣତ  
ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା
ଭୁବନେଶ୍ବର,୩୧/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ସକ୍ରିୟ ରହିଛି।ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ଆକଳନ କରାଯାଇଛି ବୋଲି ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଏହାର ପ୍ରଭାବରେ ୨ ନଭେମ୍ବରରୁ ଓଡ଼ିଶାରେ ବଢ଼ିବ ବର୍ଷା, ଦକ୍ଷିଣ ଜିଲ୍ଲାକୁ ଅଧିକ ପ୍ରଭାବ ଆଶଙ୍କା। ପବନର ବେଗ ୭୦ କିମି ଛୁଇଁପାରେ।ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନଥିବା ବେଳେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ନଭେମ୍ବର ୨ ତାରିଖରୁ ବର୍ଷାର ପରିମାଣ ବଢ଼ିବ।ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କିଲୋମିଟର ରହିବା ସହ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ପଢନ୍ତୁ ଏହି ଖବର: ପୁଣି ଆସୁଛି ବାତ୍ୟା ! ସମୁଦ୍ରରେ ଘନେଇଲା ବିପଦର କଳାବାଦଲ...ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍‌

ବାତ୍ୟାର ତୀବ୍ରତା ନେଇ ଏବେଠାରୁ ସ୍ପଷ୍ଟ ଆକଳନ ନାହିଁ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନର ଆକଳନ ଅନୁସାରେ ଲଘୁଚାପଟି ଅବପାତରେ ପରିଣତ ହେବା ପରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ତେବେ ଏହା କେତେ ତୀବ୍ର ହେବ ଏବଂ ପରବର୍ତ୍ତୀ ସମୟରେ ଏହାର ଗତିପଥ କିପରି ରହିବ, ସେ ନେଇ ଆଗାମୀ ପାଣିପାଗ ସୂଚନା ଆଧାରରେ ସ୍ପଷ୍ଟ ଚିତ୍ର ମିଳିବ।ପାଣିପାଗ ବିଭାଗ ପକ୍ଷରୁ ବର୍ଷାର ତୀବ୍ରତା ଓ ପବନର ବେଗକୁ ନେଇ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି ବୋଲି ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।