Cyclone Arnab Impact / ବାତ୍ୟା ଅର୍ଣ୍ଣବର ତାଣ୍ଡବ: ବ୍ୟାପକ କ୍ଷୟକ୍ଷତି, ଘର ଉପରେ ଉପୁଡ଼ି ପଡ଼ିଲା ବିରାଟ ତେନ୍ତୁଳି ଗଛ
·2 hours ago·2 min read

Key Points
ବାତ୍ୟା ଅର୍ଣ୍ଣବର ତାଣ୍ଡବ, ନନ୍ଦପୁରରେ ବ୍ୟାପକ କ୍ଷୟକ୍ଷତି
ଘର ଉପରେ ଉପୁଡ଼ି ପଡ଼ିଲା ବିରାଟ ତେନ୍ତୁଳି ଗଛ
ଆଳୁ ଓ ଅଦା ଚାଷ ନଷ୍ଟ
ପ୍ରଭାବିତ ହେଲା ଜନଜୀବନ, ହାଟ ଖାଁ ଖାଁ
ଘର ଉପରେ ଉପୁଡ଼ି ପଡ଼ିଲା ବିରାଟ ତେନ୍ତୁଳି ଗଛ
ଆଳୁ ଓ ଅଦା ଚାଷ ନଷ୍ଟ
ପ୍ରଭାବିତ ହେଲା ଜନଜୀବନ, ହାଟ ଖାଁ ଖାଁ
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ନନ୍ଦପୁର ଅଞ୍ଚଳରେ ବର୍ଷା ଓ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଘରଦ୍ୱାରଠାରୁ ଚାଷଜମି ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ପଡ଼ିଥିବା ବେଳେ କେଉଁଠି ଘର ଉପରେ ବିରାଟ ଗଛ ଉପୁଡ଼ି ପଡ଼ିଛି ତ ଆଉ କେଉଁଠି ଚାଷଜମିରେ ନଷ୍ଟ ହୋଇଛି ଆଳୁ ଓ ଅଦା ଫସଲ। ଲଗାଣ ବର୍ଷା ଯୋଗୁଁ ବୁଧବାର ସାପ୍ତାହିକ ହାଟ ମଧ୍ୟ ଖାଁ ଖାଁ ଦେଖିବାକୁ ମିଳିଛି। ବୁଧବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହିବା ସହ ପୂର୍ବାହ୍ନ ପ୍ରାୟ ୧୦ଟାରୁ ବର୍ଷା ଓ ପବନ ଜାରି ରହିଥିଲା। ରାତିସାରା ବର୍ଷା ଲାଗି ରହିଥିବାରୁ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତର କରଞ୍ଜଗୁଡ଼ା ଗ୍ରାମରେ ଟଙ୍କଧର ଖରା ଓ ଦାମୋଦର ଖରାଙ୍କ ଘର ଉପରେ ଏକ ବିରାଟ ତେନ୍ତୁଳି ଗଛ ଉପୁଡ଼ି ପଡ଼ିବାରୁ ଉଭୟ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଦାଣ୍ଡୁଗୁଡ଼ା ଗ୍ରାମର ରାମଖିଲଙ୍କ ଗୁହାଳ ଭାଙ୍ଗିଯିବାରୁ ଗୋଟିଏ ଗାଈ ଓ ଦୁଇଟି ଛେଳିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।''
ଅନ୍ୟପଟେ ସେମିଳିଗୁଡ଼ା-ବିଶାଖାପାଟଣା ମୁଖ୍ୟ ରାସ୍ତାର ସୁବୁଲାର ନିକଟରେ ଏକ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ନନ୍ଦପୁର ଅଗ୍ନିଶମ କେନ୍ଦ୍ରାଧିକାରୀ ହେମନ୍ତ କୁମାର ସାମଲଙ୍କ ନେତୃତ୍ୱରେ ଅଗ୍ନିଶମ ଟିମ୍ ଦୁଇଟି ସ୍ଥାନରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛ କାଟି ସଫା କରିଥିଲେ। ଫଳରେ ଯାତାୟାତ ସ୍ୱାଭାବିକ ହୋଇଥିଲା।''
ଏଥିସହ ପଢ଼ନ୍ତୁ: ସ୍ଥଳଭାଗ ଅତିକ୍ରମ ସହ ଦୁର୍ବଳ ହେଲା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'
ବାତ୍ୟା ଭୟରେ ଚାଷୀଙ୍କ ଚିନ୍ତା ବଢ଼ିଥିବା ବେଳେ ଖଡ଼କପୁର ଗ୍ରାମରେ ଚାଷୀମାନେ ନିଜ ଜମିରୁ ଆଳୁ ଖୋଳି ଘରକୁ ନେଉଥିବା ଦେଖାଯାଇଛି। ଚାଷୀ ମଦୁରାବ ଆରଲାଇଙ୍କ ଆଳୁ ଫସଲ ନଷ୍ଟ ହୋଇଥିବା ବେଳେ ସେହି ଗ୍ରାମର ସୀତାରାମ ନାୟକଙ୍କ ଦୁଇ ଏକର ଜମିରେ ହୋଇଥିବା ଅଦା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି। ଲଗାଣ ବର୍ଷାର ପ୍ରଭାବ ବୁଧବାର ସାପ୍ତାହିକ ହାଟ ଉପରେ ମଧ୍ୟ ପଡ଼ିଛି। ସାଧାରଣ ଦିନରେ ଲୋକଙ୍କ ଭିଡ଼ରେ ଚଳଚଞ୍ଚଳ ରହୁଥିବା ହାଟରେ ବର୍ଷା ଓ ପବନ ଯୋଗୁଁ ଲୋକଙ୍କ ଉପସ୍ଥିତି କମ୍ ରହିଥିଲା। ଫଳରେ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ନିରାଶା ଦେଖାଦେଇଥିଲା। ବାତ୍ୟାରେ ଘର, ଗୁହାଳ ଓ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ପ୍ରଭାବିତ ପରିବାର ଓ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି ହେଉଛି।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories