Cyclone Arnab / ସ୍ଥଳଭାଗ ଅତିକ୍ରମ ସହ ଦୁର୍ବଳ ହେଲା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'
·42 mins ago·2 min read

Key Points
'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁବା ବେଳେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ସହ ପବନ ହୋଇଛି । ଏକାଧିକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି । ପ୍ରାୟ ୬ ଘଣ୍ଟା ଧରି ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିଲା ।
ଭୁବନେଶ୍ଵର: ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ସହ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଦୁର୍ବଳ ହୋଇଛି । ସ୍ଥଳଭାଗ ଛୁଇଁବା ବେଳେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ସହ ପବନ ହୋଇଛି । ଏକାଧିକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି । ପ୍ରାୟ ୬ ଘଣ୍ଟା ଧରି ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିଲା ।
ଆନ୍ଧ୍ରର ନର୍ସାପୁର ଠାରୁ ପୂର୍ବ-ଉତ୍ତର ପୂର୍ବରେ ୨୦ କିଲୋମିଟର, ୟାନମର ଦକ୍ଷିଣ-ପଶ୍ଚିମରେ ୪୦ କିମି, କାକିନାଡ଼ା ଠାରୁ ଦକ୍ଷିଣ-ପଶ୍ଚିମରେ ୬୦ କିମି ଦୂରରେ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଅତିକ୍ରମ କରିଛି । 'ଅର୍ଣ୍ଣବ' ଉପକୂଳ ଅତିକ୍ରମ ବେଳେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ଏବଂ ଘଣ୍ଟାପ୍ରତି ୧୩୫ କିମି ବେଗରେ ଝଟ୍କା ପବନ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ଦିନ ୧୨ରୁ ଗୋଟାଏ ଭିତରେ ଓଡ଼ିଶା ଅତିକ୍ରମ କରିବ ବାତ୍ୟା 'ଅର୍ଣ୍ଣବ'; ଦକ୍ଷିଣ ଓଡ଼ିଶା ପାଇଁ ଆଲର୍ଟ
ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ରାତି ୨ଟାରୁ 'ଅର୍ଣ୍ଣବ'ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସକାଳ ୮ଟାରେ ବାତ୍ୟା ସମ୍ପୂର୍ଣ୍ଣ ଭାବେ ଉପକୂଳ ଅତିକ୍ରମ କରିବା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଦୁର୍ବଳ ହୋଇଛି ।
ଏବେ ବାତ୍ୟା 'ଅର୍ଣ୍ଣବ' ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପରବର୍ତ୍ତୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଗତି କରିବା ସହ ଦୁର୍ବଳ ହେବ । ଆଗାମୀ ୬ ଘଣ୍ଟାରେ 'ଅର୍ଣ୍ଣବ' ଦୁର୍ବଳ ହୋଇ ବାତ୍ୟା ଏବଂ ପରବର୍ତ୍ତୀ ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ ।
ଓଡ଼ିଶାକୁ ରେଡ୍ ଆଲର୍ଟ
'ଅର୍ଣ୍ଣବ' ପ୍ରଭାବରେ ବୁଧବାର ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ସାରା ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାାଇଛି । ଏଥିସହ ଏସବୁ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି । ପବନର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ଏବଂ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।
୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ବୁଧବାର ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି । ୧୧ ଜିଲ୍ଲା- କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ପୁରୀ, ଖୋର୍ଦ୍ଧା, ନୂଆପଡ଼ା, ସୋନପୁର, ବୌଦ୍ଧ ଓ ନୟାଗଡ଼ । ଏସବୁ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ଏବଂ ଘଣ୍ଟାପ୍ରତି ୬୦ କିମ ବେଗରେ ଝଟ୍କା ପବନ ହୋଇପାରେ । ଅବଶିଷ୍ଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ଲ୍ୟାଣ୍ଡଫଲ୍ ବେଳେ ଦିଗ ବଦଳାଇଲା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ! ଆହୁରି ଲାଗିବ ୨ ଘଣ୍ଟା
ସମୁଦ୍ର ଅଶାନ୍ତ
ବାତ୍ୟା 'ଅର୍ଣ୍ଣବ' ପାଇ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ସହ ଓଡ଼ିଶା ଉପକୂଳ ଅଶାନ୍ତ ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସଂକେତ ଦିଆଯାଇଛି ।

ଆଗାମୀ ୪୮ ଘଣ୍ଟା ଯାଏଁ ଅର୍ଣ୍ଣବ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ଥିବାରୁ ପ୍ରଚୁର ମାତ୍ରାର ଜଳୀୟବାଷ୍ପ ବଙ୍ଗୋପସାଗର ରୁ ଓଡିଶା ମୁହାଁ ସମ୍ଭାବନା ରହିଛି, ପ୍ରଭାବରେ ଆଗାମୀ ୨୪ ଘଣ୍ଟା ବୃଷ୍ଟିପାତ ଦୃଷ୍ଟିରୁ ଓଡିଶା ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ https://t.co/ihwKfF4DwJ
— usd (@usd0705) October 28, 2026
ଓଡ଼ିଶାକୁ ରେଡ୍ ଆଲର୍ଟ
'ଅର୍ଣ୍ଣବ' ପ୍ରଭାବରେ ବୁଧବାର ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ସାରା ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାାଇଛି । ଏଥିସହ ଏସବୁ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି । ପବନର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ଏବଂ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।
୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ବୁଧବାର ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି । ୧୧ ଜିଲ୍ଲା- କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ପୁରୀ, ଖୋର୍ଦ୍ଧା, ନୂଆପଡ଼ା, ସୋନପୁର, ବୌଦ୍ଧ ଓ ନୟାଗଡ଼ । ଏସବୁ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ଏବଂ ଘଣ୍ଟାପ୍ରତି ୬୦ କିମ ବେଗରେ ଝଟ୍କା ପବନ ହୋଇପାରେ । ଅବଶିଷ୍ଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ଲ୍ୟାଣ୍ଡଫଲ୍ ବେଳେ ଦିଗ ବଦଳାଇଲା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ! ଆହୁରି ଲାଗିବ ୨ ଘଣ୍ଟା
ସମୁଦ୍ର ଅଶାନ୍ତ
ବାତ୍ୟା 'ଅର୍ଣ୍ଣବ' ପାଇ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ସହ ଓଡ଼ିଶା ଉପକୂଳ ଅଶାନ୍ତ ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସଂକେତ ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: