Videos
|
Odisha

School Holiday / ବାତ୍ୟା ‘ଅର୍ଣ୍ଣବ’ରେ ଗଞ୍ଜାମର ୪୯୮ ବିଦ୍ୟାଳୟ କ୍ଷତିଗ୍ରସ୍ତ, ୭ ତାରିଖ ଯାଏଁ ସ୍କୁଲ୍ ଛୁଟି

Bikash Mohanty
Browse all articles by Bikash Mohanty
·1 hour ago·1 min read
ବାତ୍ୟା ‘ଅର୍ଣ୍ଣବ’ରେ ଗଞ୍ଜାମର ୪୯୮ ବିଦ୍ୟାଳୟ କ୍ଷତିଗ୍ରସ୍ତ, ୭ ତାରିଖ ଯାଏଁ ସ୍କୁଲ୍ ଛୁଟି
School

Key Points

ଆସନ୍ତା ୭ ତାରିଖ ଯାଏଁ ଗଞ୍ଜାମର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି
ବନ୍ୟା ପରବର୍ତ୍ତୀ ସଫେଇ, ବିଶୋଧନ ଓ ମରାମତି ପାଇଁ ଛୁଟି
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ  ସୂଚନା
ବ୍ରହ୍ମପୁର୦୪/୧୧: ଆସନ୍ତା ୭ ତାରିଖ ଯାଏ ଗଞ୍ଜାମର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରହିବ। ବନ୍ୟା ପରବର୍ତ୍ତୀ ସଫେଇ, ବିଶୋଧନ ଓ ମରାମତି କାର୍ଯ୍ୟ ଚାଲୁଥିବାରୁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ ଜିଲ୍ଲାର ୪୯୮ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଏହି କ୍ଷୟକ୍ଷତି ଯୋଗୁଁ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସ୍ୱାଭାବିକ ହେବା ପାଇଁ କିଛି ଦିନ ସମୟ ଲାଗିବ।

ପ୍ରାଥମିକ ଆକଳନ ଅନୁସାରେ, ବନ୍ୟାରେ ୧୦୩୨ଟି ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୧୫ଟି ବିଦ୍ୟାଳୟର ପାଚେରି ନଷ୍ଟ ହୋଇଛି। ଏହାବ୍ୟତୀତ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ ପ୍ରଭାବିତ ହୋଇଥିବା ଆଶଙ୍କା ରହିଛି। ବନ୍ୟାଜଳ ହ୍ରାସ ପାଇବା ପରେ ଏବେ ବିଦ୍ୟାଳୟଗୁଡ଼ିକରେ ସଫେଇ, ବିଶୋଧନ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।

ପଢନ୍ତୁ ଏହି ଖବର: 'ମୁରାସୁ’କୁ ନେଇ ସତର୍କତା,୩ ଦିନ ପାଇଁ ଏଠାରେ ମାଛ ଧରିବା ମନା

ପ୍ରଶାସନର ପ୍ରାଥମିକତା ଏବେ କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ମରାମତି ଓ ପୁନରୁଦ୍ଧାର। ଶ୍ରେଣୀଗୃହଗୁଡ଼ିକୁ ସଫା କରିବା, ବିଶୋଧନ କରିବା ସହ ପାଚେରି ଓ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି ଶୀଘ୍ର ଶେଷ କରିବାକୁ ଗୁରୁତ୍ୱ ଦିଆଯାଉଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନ୍ୟା ପରେ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ଥିତି ସ୍ୱାଭାବିକ କରିବା ପ୍ରଶାସନ ପାଇଁ ଏବେ ବଡ଼ ଆହ୍ୱାନ। ନିର୍ଦ୍ଧାରିତ ସମୟ ମଧ୍ୟରେ ସଫେଇ ଓ ମରାମତି କାର୍ଯ୍ୟ ଶେଷ ହେଲେ ପାଠପଢ଼ା ପୁଣି ଆରମ୍ଭ ହୋଇପାରିବ। ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି।