Videos
|
Odisha

Fishing Ban / 'ମୁରାସୁ’କୁ ନେଇ ସତର୍କତା,୩ ଦିନ ପାଇଁ ଏଠାରେ ମାଛ ଧରିବା ମନା

Bikash Mohanty
Browse all articles by Bikash Mohanty
·1 hour ago·1 min read
'ମୁରାସୁ’କୁ ନେଇ  ସତର୍କତା,୩ ଦିନ ପାଇଁ ଏଠାରେ ମାଛ ଧରିବା ମନା
Fishing Ban

Key Points

୩ ଦିନ ପାଇଁ ମାଛ ଧରିବା ମନା
ବାଲିମେଳା ଜଳଭଣ୍ଡାରକୁ ମାଛ ଧରିବା ମନା
ମୁରାସୁ’କୁ ନେଇ ମାଲକାନଗିରିରେ ସତର୍କତା
ମାଲକାନଗିରି ଜିଲା ପ୍ରଶାସନର କଡ଼ା ନିର୍ଦ୍ଦେଶ
ମାଲକାନଗିରି,୦୨/୧୧: ବାତ୍ୟା ‘ମୁରାସୁ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ମତ୍ସ୍ୟଜୀବୀଙ୍କୁ ସତର୍କ କରିଛି ମତ୍ସ୍ୟ ବିଭାଗ। ଜିଲ୍ଲାର ବିଭିନ୍ନ ମତ୍ସ୍ୟଜୀବୀ ଗ୍ରାମରେ ମାଇକ୍ ଯୋଗେ ଘୋଷଣା କରାଯାଇ ସଚେତନତା ସୃଷ୍ଟି କରାଯାଇଛି। ଖରାପ ପାଣିପାଗ ଓ ସମ୍ଭାବ୍ୟ ବିପଦକୁ ନଜରରେ ରଖି ମତ୍ସ୍ୟଜୀବୀଙ୍କୁ ସତର୍କ ରହିବା ସହ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଆଗାମୀ ୩ ଦିନ ପର୍ଯ୍ୟନ୍ତ ବାଲିମେଳା ଜଳଭଣ୍ଡାରକୁ ମାଛ ଧରିବା ପାଇଁ ନଯିବାକୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।

ଏହି ସମୟରେ ଜଳଭଣ୍ଡାରକୁ ଯାଇ ନିଜ ଜୀବନକୁ ବିପଦରେ ନପକାଇବାକୁ ମତ୍ସ୍ୟଜୀବୀଙ୍କୁ ଅପିଲ୍ କରିଛି ବିଭାଗ। ମତ୍ସ୍ୟ ବିଭାଗର CDFO, ମାଲକାନଗିରିଙ୍କ ପକ୍ଷରୁ ଏହି ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

ପଢନ୍ତୁ ଏହି ଖବର: ‘ନବୀନ କେଉଁଠି?’ ହିଞ୍ଜିଳିରେ ଲାଗିଲା ପୋଷ୍ଟର, ସ୍ଥାନୀୟ ବିଧାୟକଙ୍କୁ ଖୋଜୁଛନ୍ତି ଲୋକେ

ସେପଟୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୁରାସୁ" ବର୍ତ୍ତମାନ ବାତ୍ୟାଟି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବାବେଳେ ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ଏହା ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ, ଓଙ୍ଗୋଲ୍‌ର ଦକ୍ଷିଣ ପାର୍ଶ୍ୱରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଭୂବନେଶ୍ବର ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: