Vegetable Crop Damage / ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମରେ ବନ୍ୟା ବିଭୀଷିକା… ପଚିଗଲା ଏକର ଏକର ପରିବା ଫସଲ, କାନ୍ଦୁଛି ଚାଷୀ
·1 hour ago·2 min read

Key Points
ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମରେ ବନ୍ୟା ତାଣ୍ଡବ, ପାଣିରେ ପଚିଲା ଏକର ଏକର ପରିବା ଫସଲ
ହିଞ୍ଜିଳି, ରମ୍ଭା, ସୋରଡ଼ା ଓ ଶେରଗଡ଼ରେ ଚାଷଜମିରେ ବାଲିମାଟି ମାଡ଼ି ଫସଲ ନଷ୍ଟ

"ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମ ଜିଲ୍ଲାରେ ପ୍ରଳୟଙ୍କରୀ ବନ୍ୟା, ଆଉ ଏହି ବନ୍ୟା ବିଭୀଷିକା ଭିତରେ ଏବେ ସର୍ବସ୍ବାନ୍ତ ହୋଇଯାଇଛନ୍ତି ଜିଲ୍ଲାର ଅନ୍ନଦାତା । ହିଞ୍ଜିଳିରୁ ରମ୍ଭା, ଗଞ୍ଜାମରୁ ସୋରଡ଼ା ଏବଂ ପୁରୁଷୋତ୍ତମପୁର - ସବୁଠି କେବଳ କାନ୍ଦବୋବାଳି। ଏକର ଏକର ଫୁଲକୋବି, ବାଇଗଣ, ଭେଣ୍ଡି ଓ ମରିଚ ଚାଷ ପାଣିରେ ପଚି ନଷ୍ଟ ହୋଇଯାଇଥିବା ବେଳେ, ଆଉ କେଉଁଠି ସୁନାର ଫସଲ ଜମିରେ ମାଟି ମାଡ଼ି ବାଟବଣା କରିଦେଇଛି ଚାଷୀର ସ୍ବପ୍ନ । ବର୍ଷସାରା ଧାରକରଜ କରି କରିଥିବା ଚାଷ ଆଜି ମୁହୂର୍ତ୍ତକରେ ହୋଇଗଲା ଧୂଳିସାତ୍।
ଗଞ୍ଜାମ ବ୍ଲକର ସିପକୁଦା, ଝାରେଡି ରାଧାଗୋବିନ୍ଦପୁର, ମଧୁରଚୁଆ, ସାନରାମଚନ୍ଦ୍ରପୁର, ବିଞ୍ଚଣାପଲ୍ଲୀ ଏବଂ ରମ୍ଭା ଅଞ୍ଚଳର ଇଏ ହେଉଛି ବନ୍ୟା ବିଧ୍ୱସ୍ତ ଚାଷଜମିର ଦୃଶ୍ୟ । ପାଣିରେ ପଚି ଯାଇଥିବା ଫୁଲକୋବି, ମରିଚ, କାକୁଡ଼ି ଓ ଭେଣ୍ଡି ଗଛର ଦୁଃଖଦ ଚିତ୍ର । ବନ୍ୟା ବିଭୀଷିକା ଭିତରେ ଭାଙ୍ଗିଯାଇଛି ଗଞ୍ଜାମର ପରିବା ଚାଷୀଙ୍କ ମେରୁଦଣ୍ଡ । କେଉଁଠି ଏକର ଏକର ଫୁଲକୋବି ଚାଷ ଜମିରେ ବନ୍ୟା ପାଣି ମାଡି ନଷ୍ଟ ହୋଇ ପଚିଗଲାଣି, ତ ଆଉ କେଉଁଠି ଲୁହ ଝରୁଛି ଚାଷୀର ଆଖିରୁ। ହିଞ୍ଜିଳିରୁ ରମ୍ଭା ଓ ସୋରଡ଼ା ପର୍ଯ୍ୟନ୍ତ ସବୁଠି ସମାନ କାହାଣୀ। ଉତ୍ପାଦନ ସମୟରେ ଏଭଳି ବନ୍ୟାଜଳ ଚାଷୀଙ୍କୁ ସର୍ବସ୍ବାନ୍ତ କରିଦେଇଛି।
ଏହାସହ ପଢ଼ନ୍ତୁ: ଦୀପାବଳି ପୂର୍ବରୁ ମାଟି ଦୀପର ଚାହିଦା ବଢ଼ିଲା… ଚକି ଘୂରୁଛି, ହେଲେ ଲାଭ ନେଉଛି ମେସିନ୍ ଦୀପ
ହିଞ୍ଜିଳି, ଶେରଗଡ଼ ଏବଂ ସୋରଡ଼ା ଅଞ୍ଚଳର ବନ୍ୟା ପ୍ରଭାବିତ ଚାଷଜମିରେ ଚାପି ହୋଇ ରହିଛି ବାଲି ଓ ମାଟି । ବନ୍ୟା ସ୍ରୋତ ଏତେ ପ୍ରଖର ଥିଲା ଯେ ପରିବା ଗଛ ନଷ୍ଟ ହୋଇଛି । କେବଳ ପରିବା ନଷ୍ଟ ହୋଇନି, ବରଂ ବନ୍ୟାର ପ୍ରଖର ସ୍ରୋତରେ ବହୁ ଜମିରେ ମାଟି ମାଡ଼ିଯାଇ ଚାଷୋପଯୋଗିତା ବି ହରାଇଛି । ଏସବୁ ଜମିରେ ଧାନଠୁ ଆରମ୍ଭ କରି ବାଇଗଣ, ଟମାଟୋ, ଫୁଲକୋବିଆଦି ପରିବା ଚାଷ ହୋଇଥିଲା । ତେବେ କେନ୍ଦ୍ରୀୟ ଟିମ୍ କ୍ଷତିଗ୍ରସ୍ତ ଜମିର ଅନୁଧ୍ୟାନ କରିଥିବା ବେଳେ, ପ୍ରଭାବିତ ଚାଷୀଙ୍କୁ ଖୁବଶୀଘ୍ର କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ଷସାରା ଧାରକରଜ କରି ପନିପରିବା ଚାଷ କରିଥିବା ଏହି ଅନ୍ନଦାତାଙ୍କ ଆଖିର ଲୁହ ଶୁଖୁନି । ପ୍ରଶାସନ ପକ୍ଷରୁ କେବଳ ଆଶ୍ୱାସନା ନୁହେଁ, ବରଂ ଯୁଦ୍ଧକାଳୀନ ଭିତ୍ତିରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଗଲେ ହିଁ ଭାଙ୍ଗିପଡ଼ିଥିବା ଏହି ଚାଷୀମାନେ ପୁଣି ଥରେ ଛିଡ଼ା ହୋଇପାରିବେ।
Related Topics
Explore more stories