53 Trains Cancelled / ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି…୫ଟି ରାଜ୍ୟ ପାଇଁ ସତର୍କତା ଜାରି ସହ ୫୩ଟି ଟ୍ରେନ୍ ବାତିଲ୍
·2 hours ago·2 min read

Key Points
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୭-୨୮ ତାରିଖରେ ୫୩ଟି ଟ୍ରେନ୍ ବାତିଲ୍ କରାଯାଇଛି
ବଙ୍ଗୋପସାଗରରେ ‘ଅର୍ଣ୍ଣବ’ (Arnab) ନାମକ ବାତ୍ୟା ଅଧିକ ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପ୍ରସ୍ତୁତିକୁ ବ୍ୟାପକ କରାଯାଇଛି। ଏହି ବାତ୍ୟା ଅକ୍ଟୋବର ୨୮ ତାରିଖରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି, ଯାହା ଫଳରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ରହିବ। ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼ ଏବଂ ପୁଡୁଚେରୀକୁ ସତର୍କ ରହିବାକୁ କୁହାଯାଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ‘ଅର୍ଣ୍ଣବ’ (Arnab) ଏକ ଭୀଷଣ ବାତ୍ୟାର ରୂପ ନେଇଛି ଏବଂ ଏହା ଆହୁରି ଘନୀଭୂତ ହୋଇ ଏକ ‘ଅତ୍ୟନ୍ତ ଭୀଷଣ ବାତ୍ୟା’ରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟାରେ ଜାରି କରିଥିବା ଏକ ବୁଲେଟିନ୍ରେ ପାଣିପାଗ ବିଭାଗ ଜଣାଇଛି ଯେ, ଏହି ବାତ୍ୟାଟି ଦ୍ରୁତ ଗତିରେ ପଶ୍ଚିମ ଦିଗକୁ ଗତି କରୁଛି।
ବର୍ତ୍ତମାନ ଏହି ଝଡ଼ ବିଶାଖାପାଟଣାରୁ ପ୍ରାୟ ୪୯୦ କିଲୋମିଟର, କାକିନାଡ଼ାରୁ ୫୬୦ କିଲୋମିଟର ଏବଂ ବାପାଟଲାରୁ ୭୩୦ କିଲୋମିଟର ଦୂରରେ ରହିଛି। ଏହା ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଯାହା ବାପାଟଲା ଓ ବିଶାଖାପାଟଣା ମଧ୍ୟରେ, ୟାନାମ ନିକଟବର୍ତ୍ତୀ ଅଞ୍ଚଳରେ ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୫ ରୁ ୧୨୫ କିଲୋମିଟର ରହିପାରେ ଏବଂ ପବନର ଝଟକା ଘଣ୍ଟା ପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
Andhra Pradesh | Cyclone Arnab intensifies into a severe cyclonic storm over the west-central Bay of Bengal. It is centred approximately 300 km from Visakhapatnam. Widespread rainfall is expected across Andhra Pradesh today and tomorrow: Prakhar Jain, Managing Director of the Disaster Management Authority.
— ANI (@ANI) October 27, 2026
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ‘ଅର୍ଣ୍ଣବ’ (Arnab) ଏକ ଭୀଷଣ ବାତ୍ୟାର ରୂପ ନେଇଛି ଏବଂ ଏହା ଆହୁରି ଘନୀଭୂତ ହୋଇ ଏକ ‘ଅତ୍ୟନ୍ତ ଭୀଷଣ ବାତ୍ୟା’ରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟାରେ ଜାରି କରିଥିବା ଏକ ବୁଲେଟିନ୍ରେ ପାଣିପାଗ ବିଭାଗ ଜଣାଇଛି ଯେ, ଏହି ବାତ୍ୟାଟି ଦ୍ରୁତ ଗତିରେ ପଶ୍ଚିମ ଦିଗକୁ ଗତି କରୁଛି।
ବର୍ତ୍ତମାନ ଏହି ଝଡ଼ ବିଶାଖାପାଟଣାରୁ ପ୍ରାୟ ୪୯୦ କିଲୋମିଟର, କାକିନାଡ଼ାରୁ ୫୬୦ କିଲୋମିଟର ଏବଂ ବାପାଟଲାରୁ ୭୩୦ କିଲୋମିଟର ଦୂରରେ ରହିଛି। ଏହା ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଯାହା ବାପାଟଲା ଓ ବିଶାଖାପାଟଣା ମଧ୍ୟରେ, ୟାନାମ ନିକଟବର୍ତ୍ତୀ ଅଞ୍ଚଳରେ ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୫ ରୁ ୧୨୫ କିଲୋମିଟର ରହିପାରେ ଏବଂ ପବନର ଝଟକା ଘଣ୍ଟା ପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
- NDRF ଦଳ ସଜାଗ ଅବସ୍ଥାରେ
- ଅର୍ଣ୍ଣବର ଅର୍ଥ
- ୫୩ଟି ଟ୍ରେନ୍ ବାତିଲ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories