Cyclone Arnab / ରାତିରେ ସ୍ଥଳଭାଗ ଛୁଇଁବ 'ଅର୍ଣ୍ଣବ'; ଦକ୍ଷିଣ ଓଡ଼ିଶାକୁ ଗଡ଼ିବନି ନାଇଟ୍ କୋଚ୍
·3 hours ago·2 min read

Key Points
'ଅର୍ଣ୍ଣବ'ର ବାହ୍ୟ ବଳୟ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି । ପ୍ରଭାବରେ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶାରେ ବର୍ଷା ଦେଖିବାକୁ ମିଳିଛି । ବର୍ଷା ଓ ପବନ ବିପଦକୁ ଦେଖି ଭୁବନେଶ୍ଵର ଦକ୍ଷିଣ ଓଡ଼ିଶା ଅଭିମୁଖେ ଯାଉଥିବା ବସ୍କୁ ଅଟକାଇ ଦିଆ ଯାଇଛି ।
ଭୁବନେଶ୍ଵର: ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'ର ବାହ୍ୟ ବଳୟ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି । ପ୍ରଭାବରେ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶାରେ ବର୍ଷା ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର ଦକ୍ଷିଣ ୟାନମ ନିକଟରେ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁବା ଆରମ୍ଭ କରି ସାରିଛି ।
ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି । ବର୍ଷା ଓ ପବନ ବିପଦକୁ ଦେଖି ଭୁବନେଶ୍ଵର ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପହଞ୍ଚିଛନ୍ତି ଭୁବନେଶ୍ଵର ଆରଟିଓ ୨ । ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପହଞ୍ଚିବା ସହ ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା କରିଛନ୍ତି ।
ବିଳମ୍ବିତ ରାତିରେ ବାତ୍ୟା ସ୍ଥଳଭାଗ ଛୁଉଁଥିବାରୁ ଦକ୍ଷିଣ ଓଡ଼ିଶା ଦେଇ ଯିବାକୁ ଥିବା ନାଇଟ୍ କୋଚ୍ ବସ୍କୁ ଆରଟିଓ-୨ ବନ୍ଦ କରିଛନ୍ତି । ବରମୁଣ୍ଡାର ବାହାରୁଥିବା ବସ୍କୁ ଅଟକାଇବା ସହ ଭୁବନେଶ୍ଵରରୁ ଦକ୍ଷିଣ ଓଡ଼ିଶା ଅଭିମୁଖେ ବାହାରି ଯାଇଥିବା ବସ୍କୁ ପାଣିପାଗ ଦେଖି ସୁରକ୍ଷିତ ସ୍ଥାନରେ ଅଟକିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ଵର ଆରଟିଓ-୨ ପ୍ରଣୟ ମିଶ୍ର ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପହଞ୍ଚି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଯାଉଥିବା ୧୫୦ରୁ ଅଧିକ ବସ୍ ଚଳାଚଳକୁ ବନ୍ଦ କରିଛନ୍ତି । ଆରଟିଓ-୨ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଦ୍ରୁତ ଗତିରେ ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'; ରାତି ୨ରୁ ଭୋର୍ ୪ଟା ମଧ୍ୟରେ କରିପାରେ ଉପକୂଳ ଅତିକ୍ରମ
କେଉଁଠୁ କେତେ ଦୂରରେ 'ଅର୍ଣ୍ଣବ' ?
ମିଳିଥିବା ସୂଚନା ଅନୁସାରେ, ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଏବେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଠାରୁ ଦକ୍ଷିଣ ପୂର୍ବରେ ୯୦ କିଲୋମିଟର ଦୂରରେ ରହିଛି । ସେହିଭଳି ବିଶାଖାପାଟଣମ୍ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୧୭୦ କିଲୋମିଟର, ମଛଲିପାଟଣମ୍ ଠାରୁ ପୂର୍ବ-ଉତ୍ତରପୂର୍ବରେ ୧୭୦ କିଲୋମିଟର, ବାପଟଲା ଠାରୁ ପୂର୍ବ-ଉତ୍ତରପୂର୍ବରେ ୨୪୦ କିଲୋମିଟର ଏବଂ ଗୋପାଳପୁର ଠାରୁ ଦକ୍ଷିଣ-ପଶ୍ଚିମରେ ୪୧୦ କିଲୋମିଟର ଦୂରରେ ରହିଛି ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ।
IMD ଅନୁସାରେ, ଅତି ଭୀଷଣ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆନ୍ଧ୍ରପ୍ରଦେଶ ଏବଂ ୟାନମ ଉପକୂଳର ବାପଟଲା ଏବଂ ବିଶାଖାପାଟଣମ୍ ମଧ୍ୟରେ ଦକ୍ଷିଣ ୟାନମ ନିକଟରେ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁପାରେ ।
ରାତି ୨ଟାରୁ ଭୋର୍ ୪ଟା ମଧ୍ୟରେ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଲ୍ୟାଣ୍ଡଫଲ୍ କରିବ । ସେହି ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିପାରେ । ସେହିଭଳି ଝଟ୍କା ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ଆକଳନ କରାଯାଇଛି ।