Videos
|
Odisha

Cyclone Arnab / ଦ୍ରୁତ ଗତିରେ ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'; ରାତି ୨ରୁ ଭୋର୍ ୪ଟା ମଧ୍ୟରେ କରିପାରେ ଉପକୂଳ ଅତିକ୍ରମ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଦ୍ରୁତ ଗତିରେ ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'; ରାତି ୨ରୁ ଭୋର୍ ୪ଟା ମଧ୍ୟରେ କରିପାରେ ଉପକୂଳ ଅତିକ୍ରମ
IMD Predicts Early Landfall in Andhra Pradesh

Key Points

ପୂର୍ବରୁ ଆକଳନ କରାଯାଇଥିବା ସମୟର ପ୍ରାୟ ୪ରୁ ୬ ଘଣ୍ଟା ଆଗରୁ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଉପକୂଳ ଅତିକ୍ରମ କରିବ । ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'ର ବାହ୍ୟ ବଳୟ ଏବେ ଭୂ-ପୃଷ୍ଠକୁ ଛୁଇଁବା ଆରମ୍ଭ କରିଛି ।
ଭୁବନେଶ୍ଵର: ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଶୀଘ୍ର ଛୁଇଁବ ସ୍ଥଳଭାଗ । ପୂର୍ବରୁ ଆକଳନ କରାଯାଇଥିବା ସମୟର ପ୍ରାୟ ୪ରୁ ୬ ଘଣ୍ଟା ଆଗରୁ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଉପକୂଳ ଅତିକ୍ରମ କରିବ । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'ର ବାହ୍ୟ ବଳୟ ଏବେ ଭୂ-ପୃଷ୍ଠକୁ ଛୁଇଁବା ଆରମ୍ଭ କରିଛି ।

ଭାରତୀୟ ପାଣିପାଗ ବିଭାଗ ଅନୁସାରେ, 'ଅର୍ଣ୍ଣବ' ଦ୍ରୁତ ଗତିରେ ମାଡ଼ି ଆସୁଛି । ଫଳରେ ପୂର୍ବାନୁମାନ ସମୟ ଠାରୁ ଆଗୁଆ 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁ ଉପକୂଳ ଅତିକ୍ରମ କରିବ । ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ରାତି ୨ଟାରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି IMD ଆକଳନ କରିଛି ।

ଏଥିସହ ପଢ଼ନ୍ତୁ: ଉଗ୍ର ରୂପ ଧରି ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ; ୬ ଜିଲ୍ଲାକୁ ରେଡ୍ ଆଲର୍ଟ 

ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଏବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । 'ଅର୍ଣ୍ଣବ' ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ୬ ଘଣ୍ଟା ହେଲା ଗତି କରୁଛି । ଏବେ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ରହିଛି ।


କେଉଁଠୁ କେତେ ଦୂରରେ 'ଅର୍ଣ୍ଣବ' ?

ମିଳିଥିବା ସୂଚନା ଅନୁସାରେ, ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଏବେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଠାରୁ ଦକ୍ଷିଣ ପୂର୍ବରେ ୯୦ କିଲୋମିଟର ଦୂରରେ ରହିଛି । ସେହିଭଳି ବିଶାଖାପାଟଣମ୍ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୧୭୦ କିଲୋମିଟର, ମଛଲିପାଟଣମ୍ ଠାରୁ ପୂର୍ବ-ଉତ୍ତରପୂର୍ବରେ ୧୭୦ କିଲୋମିଟର, ବାପଟଲା ଠାରୁ ପୂର୍ବ-ଉତ୍ତରପୂର୍ବରେ ୨୪୦ କିଲୋମିଟର ଏବଂ ଗୋପାଳପୁର ଠାରୁ ଦକ୍ଷିଣ-ପଶ୍ଚିମରେ ୪୧୦ କିଲୋମିଟର ଦୂରରେ ରହିଛି ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ।

IMD ଅନୁସାରେ, ଅତି ଭୀଷଣ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆନ୍ଧ୍ରପ୍ରଦେଶ ଏବଂ ୟାନମ ଉପକୂଳର ବାପଟଲା ଏବଂ ବିଶାଖାପାଟଣମ୍ ମଧ୍ୟରେ ଦକ୍ଷିଣ ୟାନମ ନିକଟରେ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁପାରେ ।

ଏଥିସହ ପଢ଼ନ୍ତୁ: ବାତ୍ୟା ପାଇଁ ସରକାର ପୂରା ପ୍ରସ୍ତୁତ; ସମୀକ୍ଷା ବୈଠକରେ କହିଲେ ରାଜସ୍ଵ ମନ୍ତ୍ରୀ 

ରାତି ୨ଟାରୁ ଭୋର୍ ୪ଟା ମଧ୍ୟରେ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଲ୍ୟାଣ୍ଡଫଲ୍ କରିବ । ସେହି ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିପାରେ । ସେହିଭଳି ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ଆକଳନ କରାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: