Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସୁଛି ବଡ ବାତ୍ୟା; ଶୀଘ୍ର ଖୋଲ ତୋରଣ, ଜଲଦି ସାର ଭସାଣ

Smruti Parija
Browse all articles by Smruti Parija
·1 year ago·1 min read
ଆସୁଛି ବଡ ବାତ୍ୟା; ଶୀଘ୍ର ଖୋଲ ତୋରଣ, ଜଲଦି ସାର ଭସାଣ

ଢେଙ୍କାନାଳ: ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ । ସମସ୍ତ ଅସ୍ଥାୟୀ ବ୍ୟବସାୟୀଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ସହର ଛାଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଅନୁରୋଧ କରିଛି । ପ୍ରଚାର ଗାଡ଼ି ସାହାଯ୍ୟରେ ସମସ୍ତ ଜନ ସାଧାରଣଙ୍କୁ ସଚେତନ କରାଯାଇଛି । 

ଆସନ୍ତାକାଲି ସକାଳ ସୁଦ୍ଧା ସହରର ସମସ୍ତ ତୋରଣ ଖୋଲାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ ନଜର ରଖାଯାଇଛି । ଗର୍ଭବତୀ ମହିଳାଙ୍କ ଉପରେ ସ୍ବତନ୍ତ୍ର ଭାବରେ ନଜର ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ସେପଟେ ଭସାଣକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ୨୭ ତାରିଖରେ ଭସାଣି ଉତ୍ସବ ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି । ପୂଜା କମିଟି ସହ ବୈଠକ ପରେ ଚୂଡ଼ାନ୍ତ ହୋଇଛି ତାରିଖ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cyclone-dana-effect-on-gajalaxmi-puja- | Argus News