Videos
|
Odisha

ବାତ୍ୟା `ଦାନା' ରାଜ୍ୟର 14ଟି ଜିଲ୍ଲାର ଲୋକଙ୍କୁ ପ୍ରଭାବିତ କରିଛି

Ritu Das
Browse all articles by Ritu Das
·1 year ago·1 min read
ବାତ୍ୟା `ଦାନା' ରାଜ୍ୟର 14ଟି ଜିଲ୍ଲାର ଲୋକଙ୍କୁ ପ୍ରଭାବିତ କରିଛି

ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ରାଜ୍ୟର 14ଟି ଜିଲ୍ଲାର ଲୋକଙ୍କୁ କରିଛି ପ୍ରଭାବିତ। ପବନରେ ଶହ ଶହ ଘର ଭାଙ୍ଗିଛି। ଆଉ ଏବେ ଦାଉ ସାଧୁଛି ପ୍ରବଳ ବର୍ଷା ଜନିତ ବନ୍ୟା ପରିସ୍ଥିତି। ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ ଗୁ଼ଡ଼ିକରେ ବନ୍ୟା ପାଣି ଆସିବାରୁ ପାଣି ଘେରରେ ରହିଛନ୍ତି ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜର ଶହ ଶହ ପରିବାର। ବିପନ୍ନଙ୍କୁ ଉଦ୍ଧାର, ସୁରକ୍ଷିତ ସ୍ଥାନରେ ଆଶ୍ରୟ ସହ ରିଲିଫ୍ ଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ଅଭିଯାନ ଚାଲିଛି। ଲଗାଣ ବର୍ଷା ପରେ ଭଦ୍ରକ ଓ ବାଲେଶ୍ବରର ବିଭିନ୍ନ ନଦୀରେ ବଢୁଥିବା 

ଜଳସ୍ତର ତଳିଆ ଅଞ୍ଚଳରେ ହାହାକାର ସୃଷ୍ଟି କରିଛି। ଭଦ୍ରକ ବ୍ଲକର ପାଞ୍ଚ ଗୋଟି ପଞ୍ଚାୟତ, ଧାମନଗର ବ୍ଲକର ଦଶ ଗୋଟି ପଞ୍ଚାୟତ, ତିହିଡି଼ ବ୍ଲକର ଛଅ ଗୋଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି, 3 ଦିନ ହେବ ବନ୍ୟା ଘେରରେ ଫଶି ରହିଛନ୍ତି ଲୋକେ। ସେପଟେ ନାଳିଆ ନଦୀରେ ଦୁଇଟି ବଡ଼ ଘାଇ ସୃଷ୍ଟି ହୋଇଥିବା ବେଳେ ଏଥି ଯୋଗୁ ଲୋକଙ୍କ ଘର ଦ୍ବାରଠୁ ନେଇ ରାସ୍ତାଘାଟ ସବୁଠି ଲହଡି ମାରୁଛି ବନ୍ୟାଜଳ। ଏପଟେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cyclone Dana | Argus News