Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୧ରେ ଲଘୁଚାପ, ୨୩ବେଳକୁ ନେବ ଅବପାତର ରୂପ

Odisha

୨୧ରେ ଲଘୁଚାପ, ୨୩ବେଳକୁ ନେବ ଅବପାତର ରୂପ

Banajyotshna Ray
Browse all articles by Banajyotshna Ray
·1 year ago·2 min read
୨୧ରେ ଲଘୁଚାପ, ୨୩ବେଳକୁ ନେବ ଅବପାତର ରୂପ

ଅର୍ଗସ ବ୍ୟୁରୋ:  ଅକ୍ଟୋବରରେ ଓଡ଼ିଶାକୁ ଘାରିଛି ବାତ୍ୟା ଭୟ । ପାଣିପାଗ କେନ୍ଦ୍ର କହିଲା, କେବଳ ଲଘୁଚାପ କ୍ଷେତ୍ର ଓ ଅବପାତର କରାଯାଇଛି ଆକଳନ। ବାତ୍ୟା ନେଇ ଏବେ ପର୍ଯ୍ୟନ୍ତ ନାହିଁ ସୂଚନା। ଆଜି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ବାୟୁମଣ୍ଡଳର ଉପରି ଭାଗରେ ୫.୮ କିମି ଯାଏଁ ବ୍ୟାପ୍ତ ଅଛି । ଏହା 21 ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା । ଏହା କ୍ରମଶଃ ଉତ୍ତର-ପଶ୍ଚିମକୁ ଗତି କରି 23 ତାରିଖ ବଳକୁ ଅବପାତର ରୂପ ନେବ । ପ୍ରଭାବରେ 23 ତାରିଖରୁ 25 ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 22ରୁ ସମୁଦ୍ର ଅଶାନ୍ତ ରହିବ, 21 ତାରିଖ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ।

ସେପଟେ ବିଭିନ୍ନ ମଡେଲର ଆକଳନ କହୁଛି, ଓଡ଼ିଶା ଉପକୂଳ ଅତିକ୍ରମ କରିବ ବାତ୍ୟା । ୟୁରୋପିଆନ ମଡେଲ ECMWF ଅନୁଯାୟୀ, ଲଘୁଚାପ ୨୩ରେ ଅବପାତ ଓ ୨୪ରେ ବାତ୍ୟା ହୋଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ସେହିପରି GFS ଗ୍ଲୋବାଲ ଫୋରକାଷ୍ଟିଂ ସିଷ୍ଟମ ଅନୁଯାୟୀ,  ଅବପାତ ୨୪ରେ ବାତ୍ୟା ହୋଇ ଓଡ଼ିଶା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ।  ତେବେ ଅକ୍ଟୋବରକୁ ବାତ୍ୟା ପ୍ରବଣ ମାସ କୁହାଯାଉଥିବାବେଳେ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ଥିବା କହିଛି ଭାରତୀୟ ପାଣିପାଗ ବିଭାଗ- IMD । ହେଲେ ଲଘୁଚାପ କେତେ ଘନୀଭୂତ ହେବ ଓ ଏହାର ଗତିପଥ କେଉଁ ଆଡ଼କୁ ରହିବ ଓ ଏହାର ପ୍ରଭାବ କେଉଁ ଉପକୂଳରେ ପଡ଼ିବ, ତାହା ଏବେଠାରୁ ଆକଳନ କରିନାହିଁ ଭାରତୀୟ ପାଣିପାଗ ବିଭାଗ ।

ଆସନ୍ତା 24 ଘଣ୍ଟାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଭଦ୍ରକ, ବାଲେଶ୍ବର, ଯାଜପୁର ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବିଜୁଳି, ଘଡ଼ଘଡ଼ି ହୋଇପାରେ । 20, 21 ଓ 22 ତାରିଖ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କାଁଭାଁ ସ୍ଥାନରେ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
Cyclone Dana Update: Severe storm has risen in the Bay of Bengal | Argus News