Videos
|
Odisha

Gundicha Temple Darshan Closed / ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା : ୩ ଦିନ ବନ୍ଦ ରହିବ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ

Bikash Mohanty
Browse all articles by Bikash Mohanty
·47 mins ago·2 min read
ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା : ୩ ଦିନ ବନ୍ଦ ରହିବ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ
Gundicha Mandir

Key Points

୩ ଦିନ ବନ୍ଦ ରହିବ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ
ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା ପାଇଁ ଦର୍ଶନ ବନ୍ଦ
ପୁରୀ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି 
ପୁରୀ: ଆସନ୍ତା କାଲି ଠାରୁ ବନ୍ଦ ରହିବ ଗୁଣ୍ଡିଚା ମନ୍ଦିର। ଆସନ୍ତା ୧୯ ରୁ ୨୧ ଯାଏଁ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ବନ୍ଦ ରହିବ। କେବଳ ମନ୍ଦିର ନୁହେଁ, ନିକଟସ୍ଥ ଶରଧାବାଲିକୁ ମଧ୍ୟ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ। ସମ୍ଭାବ୍ୟ ବାତ୍ୟା ଓ ଅତ୍ୟଧିକ ବର୍ଷା ଆଶଙ୍କା ଯୋଗୁଁ ପ୍ରଶାସନ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି।‌‌ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଶରଧାବାଲିରେ ମଧ୍ଯ ପ୍ରବେଶ ବନ୍ଦ ରଖାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।

ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ ପାଇଁ ଆସିବାକୁ ଯୋଜନା କରିଥିବା ଭକ୍ତମାନେ ଏହାକୁ ଧ୍ୟାନରେ ରଖିବାକୁ ଅନୁରୋଧ କରାଯାଇଛି।। ପ୍ରଶାସନର ଏହି ନିଷ୍ପତ୍ତିକୁ ମାନିବା ସହ ସୁରକ୍ଷା ଦୃଷ୍ଟିରୁ ସହଯୋଗ କରିବାକୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି। ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ତିନି ଦିନିଆ କଟକଣା ଲାଗୁ କରାଯାଇଛି।

ପଢନ୍ତୁ ଏହି ଖବର: ବାତ୍ୟାକୁ ନେଇ ବଡ଼ ଅପଡେଟ୍... ନରସାପୁର -ପୁରୀ ମଧ୍ୟରେ ଲାଣ୍ଡଫଲ୍ !

ସମ୍ଭାବ୍ୟ ବାତ୍ୟା ଅକୱାନ ପୁରୀରେ ଲ୍ୟାଣ୍ଡ ଫଲ୍ କରିବା ନେଇ ସମ୍ଭାବନା। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀକୁ ହାଇ ଆଲର୍ଟରେ ରଖାଯାଇଛି। ଆଜି ଠାରୁ ପୁରୀ ସମୁଦ୍ର କୂଳ ସମେତ ଅସ୍ତରଙ୍ଗ, ଚନ୍ଦ୍ରଭାଗା, ବାଲି ହରଚଣ୍ଡୀ ସମୁଦ୍ର କୂଳକୁ ପର୍ଯ୍ୟଟକଙ୍କ ଚଳ ପ୍ରଚଳ ଉପରେ କଟକଣା ଜାରୀ କରାଯାଇଛି। ସେହିପରି ଆସନ୍ତା କାଲି ଠାରୁ ତିନି ଦିନ ଧରି ହବିଷ୍ୟାଳୀ ଙ୍କ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ଏଥିସହ ସାତପଡ଼ା ଓ ଚିଲିକାରେ ବୋଟ୍ ଓ ଡଙ୍ଗା ଚଳାଚଳ ଉପରେ କଟକଣା ଜାରୀ କରାଯାଇଛି। କେହି ଏହାର ଉଲ୍ଲଘଂନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: