Cyclone Latest News / ଆରମ୍ଭ ହେଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ପ୍ରବଳ ବର୍ଷା ସହ ପବନ ଆରମ୍ଭ…ପୂର୍ବାହ୍ନ ସୁଦ୍ଧା ଅତିକ୍ରମ କରିବ ସ୍ଥଳଭାଗ
·12 mins ago·2 min read

Key Points
ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା
ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ। ବାତ୍ୟା ଅକଭାନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋପାଳପୁର ନିକଟବର୍ତ୍ତି ଅଞ୍ଚଳରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ। ମଧ୍ୟାହ୍ନ ପୂର୍ବରୁ ଶେଷ ହୋଇଯିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ବର୍ତ୍ତମାନ ସମୁଦ୍ରରେ 80ରୁ 90 କିମି ବେଗରେ ବହୁଛି ପବନ। ଝଟକା ପବନର ବେଗ ଘଣ୍ଟା ପ୍ରତି 100 କିମି ରହିଛି। ଘଣ୍ଟା ପ୍ରତି 21 କିମି ବେଗରେ ସ୍ଥଳ ଭାଗ ଆଡକୁ ମୁହାଁଉଛି ଅକଭାନ। କଳିଙ୍ଗପଟନମରୁ 70 କିମି, ଗୋପାଳପୁରରୁ 90 କିମି, ବିଶାଖାପାଟନମରୁ 180 କିମି।
ପୁରୀରୁ ୧୮୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି ବାତ୍ୟା। ଏଥିପାଇଁ ୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୨୬୨୩ ଆଶ୍ରୟସ୍ଥଳରେ ଲୋକଙ୍କୁ ରଖାଯାଇଛି। NDRF,ODRAF, ଅଗ୍ନିଶମ ସମେତ ୪୧୮ ଟିମ ମୁତୟନ ହୋଇଛନ୍ତି। ୧୭ଟି ସାଟେଲାଇଟ ଫୋନର ବ୍ୟବସ୍ଥା କରାଯାଇଛି। ସେହିପରି ୯୪୮ ଭୂସ୍ଖଳନ ପ୍ରବଣ ଗାଁ ଚିହ୍ନଟ କରାଯାଇଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟାର ଲ୍ୟାଣ୍ଡଫଲ ଓ ତୀବ୍ରତାକୁ ନେଇ ଏଭଳି ଆକଳନ ଦେଇଛନ୍ତି। ବାତ୍ୟା ପ୍ରଥମେ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଉଛି। ଆନ୍ଧ୍ରର ଶ୍ରୀକାକୁଲମ, ବିଶାଖପାଟଣା, ପାର୍ବତୀପୁରମ୍ ଓ ବିଜୟନଗରମ୍ ଭଳି ଜିଲ୍ଲାରେ ୯୦ କିମି ପବନ ବହିପାରେ। କିନ୍ତୁ ଓଡ଼ିଶାରେ ପବନ ଅପେକ୍ଷାକୃତ କମ୍ ରହିବ । ଅଧିକ ବର୍ଷା ହେବ।
ଆମେରିକାର ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର (ଜେଟିଡବ୍ଲ୍ୟୁସି) କହିଛି, ଲ୍ୟାଣ୍ଡଫଲ ବେଳେ ମାତ୍ର ୬୪ରୁ ୭୪ କିମି ବେଗରେ ପବନ ବହିପାରେ। ୨୦ ତାରିଖ ପୂର୍ବାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି ସତର୍କତା ଜାରି କରିଛି। ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅଧିକ ବର୍ଷା ଯୋଗୁ ଚାଷ ପ୍ରଭାବିତ ହେବ। ଗଞ୍ଜାମ ଓ ସଂଲଗ୍ନ ଉପକୂଳ ଜିଲ୍ଲାରେ କୃଷି କ୍ଷୟକ୍ଷତି ଅଧିକ ହୋଇପାରେ। ପାଚିଲା ଧାନ ଅଧିକ ନଷ୍ଟ ହେବ।
ଖୋର୍ଦ୍ଧା, ଜଗତସିଂହପୁରରେ ବହୁ କ୍ଷତି ହେବ। ଗୁରୁବାର ସକାଳୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିଲା। ଶୁକ୍ରବାର ବାଲେଶ୍ଵର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ୨୦୦ରୁ ୩୦୦ ମିମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା ଅଛି। ଗଜପତି ଓ ଗଞ୍ଜାମରେ ଅଧିକ ବର୍ଷା ସହିତ ୭୦ରୁ ୮୦ କିମି ବେଗରେ ପବନ ବହିପାରେ। ଆଇଏମଡି ଏଭଳି ସତର୍କ କରାଇଛି।
ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଦିନତମାମ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ କୁହାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ। ଗଞ୍ଜାମ ଓ ଗଜପତିକୁ ଛାଡ଼ି ଉପକୂଳବର୍ତ୍ତୀ ସବୁ ଜିଲ୍ଲା ସମେତ, ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ଆଇଏମଡି ପୂର୍ବାନୁମାନ ଦେଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories