Videos
|
Weather-calamities

Cyclone Akvan Landfall / ଓଡ଼ିଶାକୁ ବାତ୍ୟା ଭୟ ! ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା, ଜାରି ହେଲା ରେଡ୍ ଆଲର୍ଟ

Santosh Kumar Sahoo
Browse all articles by Santosh Kumar Sahoo
·22 mins ago·2 min read
ଓଡ଼ିଶାକୁ ବାତ୍ୟା ଭୟ ! ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା, ଜାରି ହେଲା ରେଡ୍ ଆଲର୍ଟ
Cyclone Akvan

Key Points

ଓଡ଼ିଶାରେ ବଢ଼ିଲା ବାତ୍ୟା ବିପଦ
୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା
ଓଡ଼ିଶା ପାଇଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି
ଓଡ଼ିଶା ଉପରେ ପୁଣି ଘନେଇଲା ବାତ୍ୟା ବିପଦ । ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏହି ଦୁଇ ଦିନ ପାଇଁ ଓଡ଼ିଶାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାକୁ ନେଇ ରାଜ୍ୟରେ ସତର୍କତା ବଢ଼ାଯାଇଛି ।
ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନ ଯୋଗୁଁ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ପଡ଼ିପାରେ। ଲଗାଣ ବର୍ଷା ହେଲେ ତଳିଆ ଅଞ୍ଚଳରେ ଜଳ ଜମିବା ସହ ଯାତାୟାତ ଓ ସାଧାରଣ ଜୀବନଯାପନ ପ୍ରଭାବିତ ହେବାର ଆଶଙ୍କା ରହିଛି ।

୧୯ ଓ ୨୦ ତାରିଖରେ ବର୍ଷାର ଆଶଙ୍କା

ପାଣିପାଗ ବିଭାଗର ସତର୍କ ସୂଚନା ଅନୁସାରେ, ନଭେମ୍ବର ୧୯ ଓ ୨୦ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଅଯାଇଛି । ସେହିପରି ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।



ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବ ଅକ୍ବାନ । ଏନେଇ ଆକଳନ କରିଛି ପାଣିପାଗ ବିଭାଗ। ପୂର୍ବରୁ ଅତିଭୀଷଣ ବାତ୍ୟା ଆକାରରେ ସ୍ଥଳଭାଗ ଛୁଇଁବା ସହ ୧୨୦ ରୁ ୧୩୦ କିମି ବେଗରେ ପବନ ବହିବା ନେଇ ଆକଳନ କରାଯାଇଥିଲା । ହେଲେ ଏଥିରେ ପରିବର୍ତ୍ତନ କରିଛି ପାଣିପାଗ ବିଭାଗ । ୨୦ ତାରିଖରେ ଭୀଷଣ ବାତ୍ୟା ଅକ୍ବାନ ସ୍ଥଳଭାଗକୁ ପ୍ରବେଶ କଲାବେଳେ ଘଣ୍ଟାପ୍ରତି ପବନର ବେଗ ୧୦୦ ରୁ ୧୧୦ କିମି ରହିବା ନେଇ ଆକଳନ କରାଯାଇଛି । ଝଟକା ପବନର ବେଗ ୧୨୦ କିମି ରହିପାରେ ।

ଅତି ଭୀଷଣ ବାତ୍ୟା ନୁହେଁ ବରଂ ଭୀଷଣ ବାତ୍ୟା ଭାବେ ଅକ୍ବାନ ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ୍ ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅକ୍ବାନ । ୨୦ ତାରିଖରେ ଆନ୍ଧ୍ରର ନେଲ୍ଲୋର ଓ ବିଶାଖାପାଟଣା ମଧ୍ୟରେ ବାତ୍ୟା ଅକ୍ବାନ ସ୍ଥଳଭାଗ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଓଡ଼ିଶାରେ ମଧ୍ୟ ପଡ଼ିବ ବାତ୍ୟାର ପ୍ରଭାବ । ବାତ୍ୟାର ଗତିପଥରୁ ସ୍ପଷ୍ଟ ହେଉଛି ଚିତ୍ର । ବିଶାଖାପାଟଣା ପାଖରେ ଲ୍ୟାଣ୍ଡଫଲ କରିବା ସମୟରେ ମାଲକାନଗିରି ସୀମା ଦେଇ ଯିବ । ଏଥିସହ ଅକ୍ବାନ କବଳରେ ଆସିପାରେ ଓଡ଼ିଶାର ପାଞ୍ଚ ଜିଲ୍ଲା । ମାଲକାନଗିରିରେ ପଡ଼ିବ ସବୁଠୁ ଅଧିକ ପ୍ରଭାବ । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ମଧ୍ୟ ବାତ୍ୟା ଅକ୍ବାନରେ ଗତିପଥ ଭିତରେ ରହିଛି । ତେଣୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିପାରେ। ଏନେଇ ଦକ୍ଷିଣ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: