Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

Ritu Das
Browse all articles by Ritu Das
·1 year ago·1 min read
୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

ଅର୍ଗସ ବ୍ୟୁରୋ: ଓଡ଼ିଶା ଉପକୂଳରେ ବାତ୍ୟା ଆଶଙ୍କା। ୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ୨୨-୨୩ରେ ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ରାଜ୍ୟରେ ୨୩ରୁ ୨୬ ଯାଏଁ ବର୍ଷା ସମ୍ଭାବନା ରହିଛି। ଓଡ଼ିଶାରେ ପୂର୍ବରୁ ଏକାଧିକ ଥର ଅକ୍ଟୋବର ମାସରେ ବଡ଼ ବାତ୍ୟା ହୋଇଛି। ଏଣୁ ଏହି ମାସ ଆସିଲେ ସ୍ବାଭାବିକ ଭାବେ ବାତ୍ୟାକୁ ନେଇ ଛନକା ପଶେ । 

କିଛି ବିଦେଶୀ ମଡେଲ ଚଳିତ ମାସରେ ବାତ୍ୟାକୁ ନେଇ ଆକଳନ କରିଛି । ଚିତ୍ର ସ୍ପଷ୍ଟ ହୋଇନଥିଲେ ବି ଆସନ୍ତା ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୨ ତାରିଖରେ ଲଘୁଚାପ ଓ ୨୩ ତାରିଖରେ ଏହା ଅବପାତରେ ପରିଣତ ହେବ । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅବପାତ ଓଡ଼ିଶା ଉପକୂଳ ମୁହାଁ ହୋଇପାରେ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone may | Argus News