Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ବାତ୍ୟା `ମିଗଜୋମ୍'

Odisha

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ବାତ୍ୟା `ମିଗଜୋମ୍'

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ବାତ୍ୟା `ମିଗଜୋମ୍'

ଅର୍ଗସ ବ୍ୟୁରୋ:  ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ବାତ୍ୟା ମିଗଜୋମ୍ । ଆଉ ଦିନ କେଇଟା ପରେ ସୁନାର ଫସଲ ଅମଳ କରିଥାନ୍ତେ ଚାଷୀ ।  ମାତ୍ର ବାତ୍ୟା ମିଗଜୋମ୍ ପାଇଁ ବୁଡିଛି ଧାନ କିଆରି।  ବର୍ଷାରେ ଧାନ ବିଲରେ ଆଣ୍ଠୁ ଆଣ୍ଠୁଏ ପାଣି। ଜୀବନ ବିକଳରେ ଧାନ କାଟି ନେଉଛି ଚାଷୀ। ଇଏ ହେଉଛି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକର ଦୃଶ୍ୟ ।  ଢାମଣାହାଣ୍ଡି, ଗିର୍ଲ୍ଲା, ବୋବିୟା, ମୁର୍ତ୍ତାହାଣ୍ଡି ଭଳି ବିଭିନ୍ନ ପଞ୍ଚାୟତରେ ବାତ୍ୟ ମିଗଜୋମ୍ ପାଇଁ ଏଭଳି ଦୁର୍ଦ୍ଦଶା। ଗଞ୍ଜାମ ଆସିକାରେ ପାଣିରୁ ଧାନ ଛାଣୁଛନ୍ତି ଚାଷୀ। ଝିପି ଝିପି ବର୍ଷା ଲାଗି ରହିଥିବାରୁ ସେଥିରେ ବି ସମସ୍ୟା। ଚାଷୀଙ୍କ ଅପେକ୍ଷା କେବେ ଖରା ପଡିବ, କଞ୍ଚା ଧାନରୁ ପାଣି ଛାଡିବ। ବରଗଡ ବିଜେପିପୁରରେ କାଳ ସାଜିଲା ଅଦିନିଆ ବର୍ଷା, ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଅମଳ କରିଥିବା ଧାନ ବିଲ ମାନଙ୍କରେ ପାଣିରେ ଭାସୁଛି । ବରଗଡ଼ ଜିଲ୍ଲା ବିଜେପୁର, ଗାଇସିଲେଟ ଅଞ୍ଚଳରେ ବର୍ଷାରେ ପ୍ରଭାବିତ ଧାନ ଚାଷ।

ବାତ୍ୟାରେ ବ୍ୟାପକ ଫସଲ ନଷ୍ଟ ପରେ ଏବେ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା କ୍ଷୟକ୍ଷତିର ଆକଳନ, ଫସଲବୀମା ଓ କ୍ଷତିପୂରଣ । ବାତ୍ୟାଜନିତ ବର୍ଷା ପ୍ରଭାବରେ ହୋଇଥିବା କ୍ଷୟକ୍ଷତିକୁ ଉଭୟ କୃଷି ଅଧିକାରୀ ଏବଂ ରାଜସ୍ବ ଅଧିକାରୀ ମିଳିତ ଭାବେ ପ୍ଲଟ ୱାରୀ ତଦନ୍ତ କରି 12 ତାରିଖରେ ସୁଦ୍ଧା ରିପୋର୍ଟ  ଦେବାକୁ ନିର୍ଦେଶ। ମାତ୍ର ଓଡ଼ିଶାରେ ଫସଲ ବୀମାକୁ ନେଇ ବଡ ଘୋଟାଲା ଅଭିଯୋଗ । ବଡ ପ୍ରଶ୍ନ, କ୍ଷୟକ୍ଷତି ଆକଳନରେ ବାସ୍ତବ ଚାଷୀଙ୍କୁ ମିଳିବ ତ କ୍ଷତିପୂରଣ ?

ଅଦିନିଆ ବର୍ଷା ଯୋଗୁଁ ବଦଳିଛି ପାଗ । ଉପକୂଳଠୁ ଉପାନ୍ତ ସବୁଠି କୋହଲା । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା । କୋହଲା ପାଗ ପ୍ରଭାବରେ ତଳମୁହାଁ ରାଜଧାନୀ ଭୁବନେଶ୍ବରର ତାପମାତ୍ରା । ଗତ ଦୁଇ ଦିନ ତୁଳନାରେ ତାପମାତ୍ରା ୫ ଡ଼ିଗ୍ରୀ କମିଛି। ଦାରିଙ୍ଗବାଡିରେ ଗତକାଲି ଦିନର ତାପମାତ୍ରା 17 ଡିଗ୍ରୀ ରହିଥିଲା। ଆସନ୍ତା ୫ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଦକ୍ଷିଣ ଓଡ଼ିଶାରେ ବାତ୍ୟା ମୋଗଜିମ୍ ଆଣିଦେଲା ଦୁଃଖ। ବର୍ଷାରେ ବୁଡିଛି ପାଚିଲା ଧାନ। ଏବେ ବିଶେଷଜ୍ଞ କହୁଛନ୍ତି ଆଗାମୀ ୫ ଦିନ ଯାଏ ପାଣିପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ଯାହା ବି ଧାନ ବିଲରେ ଅଛି ତାକୁ କେମିତି ଅମଳ କରିବେ ଚିନ୍ତାରେ ଚାଷୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Cyclone Migjaum has broken the backbone of farmers. | Argus News