Cyclone Montha / ବାତ୍ୟା ମୋନ୍ଥାରେ ରାଜ୍ୟର ୩୩ ବ୍ଲକ, ୧୧ ସହରାଞ୍ଚଳ ପ୍ରଭାବିତ
·8 months ago·2 min read

Key Points
ବାତ୍ୟା ମୋନ୍ଥାରେ ରାଜ୍ୟର ୩୩ ବ୍ଲକ, ୧୧ ସହରାଞ୍ଚଳ ପ୍ରଭାବିତ
ଆସନ୍ତାକାଲିଠୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ
୭୨ ଘଣ୍ଟାରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ବାତ୍ୟା ମୋନ୍ଥାରେ ରାଜ୍ୟର ୩୩ ବ୍ଲକ, ୧୧ ସହରାଞ୍ଚଳ ପ୍ରଭାବିତ । ଖୁବଶୀଘ୍ର ଦିଆଯିବ କ୍ଷତିପୂରଣ । ଆସନ୍ତାକାଲିଠୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହାସହ କହିଛନ୍ତି, ୭୨ ଘଣ୍ଟାରେ ଦେବେ ରିପୋର୍ଟ । ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ କର୍ମଚାରୀଙ୍କୁ ଅଣାଯିବ ।ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତି ପୂରଣ ଦିଆଯିବ । ୩୧ ତାରିଖ ଯାଏଁ ସତର୍କ ରହିବାକୁ ପଡିବ । ଆସନ୍ତାକାଲି କିଛି ଜାଗାରେ ବର୍ଷା ଅଛି । ଗଜପତି ଗୋଶାଣୀ ବ୍ଲକରେ ସର୍ବାଧିବ ୧୫୦ ମିଲିମିଟର ବର୍ଷା ହୋଇଛି । ୧୬୧ଟି ଟିମ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଥିଲେ । ୨ ହଜାର ୧୬୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ୧୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସମ୍ଭାବ୍ୟ ବାତ୍ୟାରୁ ଓଡ଼ିଶା ରକ୍ଷାପାଇଛି ।
ସାରା ରାଜ୍ୟରେ ମୋନ୍ଥାର ପ୍ରଭାବ କମିବାରେ ଲାଗିଛି। ଖାସ କରି ଦକ୍ଷିଣ ଓଡ଼ିଶାବାସୀ ଆଶ୍ବସ୍ତ ହୋଇଛନ୍ତି। ଗତ ୬ ଘଣ୍ଟାରେ ବାତ୍ୟା "ମୋନ୍ଥା" ୧୫ କିମି ପ୍ରତି ଘଣ୍ଟା ବେଗରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତିକରି ଗଭୀର ଅବପାତରେ ପରିଣତ ହୋଇଛି । ଏହା ଆନ୍ଧ୍ରପ୍ରଦେଶ ସଂଲଗ୍ନ ତେଲେଙ୍ଗାନା ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଓଡ଼ିଶାରେ ଆଜି ବିଶେଷ ପ୍ରଭାବ ନାହିଁ । କିନ୍ତୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜିପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ଜାଗାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ କମିଲା ବାତ୍ୟା "ମୋନ୍ଥା"ର ପ୍ରଭାବ: କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଏସବୁ ସ୍ଥାନରେ ୩୦-୪୦ କିମି ପ୍ରତିଘଣ୍ଟା ଝଟକା ପବନ ସହ ବର୍ଷା ହେବା ସମ୍ଭାବନା ରହିଛି । ପୁରା ରାଜ୍ୟକୁ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ବର୍ଷା ବହୁ ପରିମାଣରେ କମିବ । ଉପକୂଳ ଜିଲ୍ଲା ଗୁଡିକ ସମେତ ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଝଟ୍କା ପବନ ସହ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।
ସୂଚନାନୁସାରେ, ମଛଲୀପାଟନାମ ଓ କଳିଙ୍ଗ ପାଟନମ ମଝିରେ କାକିନାଡ଼ା ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଇଥିଲା । ଯାହାକି କାକିନାଡ଼ା ଠାରୁ ଦକ୍ଷିଣକୁ ପ୍ରାୟ ୧୦୦ କିଲୋମିଟର ଦୂର ନରସାପୁରା ଠାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ମୋନ୍ଥା। ଟ୍ରାକରେ ସାମାନ୍ୟ ପରିବର୍ତ୍ତନ କାରଣରୁ ଓଡ଼ିଶାରେ ବର୍ଷାର ପରିମାଣ ସାମାନ୍ୟ କମ ରହିଥିଲା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories