Cyclone Montha / ବାତ୍ୟା ପାଇଁ ପରିବା ବଜାରରେ ପ୍ରବଳ ଭିଡ଼, ହଠାତ୍ ବଢ଼ିଗଲା ଆଳୁ-ପିଆଜ ଦର
·8 months ago·2 min read

Key Points
`ମୋନ୍ଥା' ପାଇଁ ପରିବା ଦୋକାନରେ ଭିଡ଼
କଟକ ଅର୍ବାନହାଟ ଓ ଛତ୍ରବଜାରରେ କୃତିମ ଆଳୁ ସଙ୍କଟ
ବାତ୍ୟା ପୂର୍ବରୁ ବୃଦ୍ଧି ପାଇଛି ଆଳୁ ପିଆଜ ଦର

ସମ୍ଭାବ୍ୟ ବାତ୍ୟା ମୋନ୍ଥା ପାଇଁ ପରିବା ବଜାରରେ ପ୍ରବଳ ଭିଡ଼ । କଟକ ଅର୍ବାନହାଟ ଓ ଛତ୍ରବଜାରରେ କୃତିମ ଆଳୁ ସଙ୍କଟ ଯୋଗୁ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଆଳୁ ପିଆଜ କିଣିବା ପାଇଁ ଲୋକଙ୍କ ଭିଡ଼ ଜମିଛି । ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଆଳୁ ପିଆଜ ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଦୁଇଦିନ ତଳେ ଆଳୁ ତିନି କିଲୋକୁ ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସୋମବାର ଏହି ଦର ୭୦କୁ ଛୁଇଁଛି । ସେହିପରି ପିଆଜ ତିନି କିଲୋ ୭୦ ଟଙ୍କାରେ ବିକ୍ରି ହେଉଛି । ସମ୍ଭାବ୍ୟ ବାତ୍ୟା ଓ ଗ୍ରାହକଙ୍କ ଭିଡ଼ ଦେଖି କିଛି ଅସାଧୁ ବ୍ୟବସାୟୀ ଦର ବୃଦ୍ଧି କରୁଥିବା ଅଭିଯୋଗ ହୋଇଛି ।
ସେପଟେ କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା । ମଙ୍ଗଳବାର ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ରପ୍ରଦେଶ କାକିନାଡା ପାଖରେ ହେବ ଲ୍ୟାଣ୍ଡଫଲ । ସ୍ଥଳଭାଗ ଛୁଇଁଲା ବେଳକୁ ୯୦ରୁ ୧୧୦ କିଲୋମିଟର ମଧ୍ୟରେ ରହିବ ପବନର ବେଗ । ବାତ୍ୟା ମୋନ୍ଥାର ସ୍ଥିତି, ଗତିପଥ ଓ ପ୍ରଭାବ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାରେ ପଡ଼ିବ ବାତ୍ୟାର ସର୍ବାଧିକ ପ୍ରଭାବ । ୨୮ ଓ ୨୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପବନ ଓ ବର୍ଷାରେ ଫସଲରୁ ନେଇ ଘରଦ୍ବାର ସବୁ କ୍ଷୟକ୍ଷତିର ଆଶଙ୍କା ରହିଛି । ପାହାଡିଆ ଅଂଚଳରେ ରହିଛି ଭୂସ୍ଖଳନର ସମ୍ଭାବନା ।
ସେହିପରି ଆଗାମୀ ୨୪ ଘଣ୍ଟା ପାଇଁ ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ଏସବୁ ଜିଲ୍ଲାରେ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ଓ ଝଟକା ପବନ ୬୦ କିମି ପ୍ରତି ଘଣ୍ଟାରେ ରହିବ । ଆସନ୍ତାକାଲି ବାତ୍ୟା ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ଓଡ଼ିଶାରେ କିଛି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।
କାଲି ପାଇଁ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟକୁ ରେଡ଼ ଆଲର୍ଟ ଜାରି କରାଯାଇଛି । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା ଓ ବରଗଡ ଜିଲ୍ଲା ଅରେଞ୍ଜ ଆଲର୍ଟରେ ରହିଛି । ୨୯ ତାରିଖରେ ମଧ୍ୟ ମାଲକାନଗିରି, ରାୟଗଡା, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରାଯାଇଛି । ବନ୍ଦରଗୁଡିକ ପାଇଁ ୨ ନମ୍ବର ବିପଦ ସଂକେତ ଜାରି ହୋଇଛି । ଭୂସ୍ଖଳନ ଭୟ ରହିଥିବାରୁ ତଳୁଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, ବାତ୍ୟା ପାଇଁ ୪୩ ଟ୍ରେନ ବାତିଲ କଲା ରେଳ ବିଭାଗ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories