People Evacuated / ମୁରାସୁ ମୁକାବିଲା ପାଇଁ କୋରାପୁଟ ପ୍ରଶାସନର ପ୍ରସ୍ତୁତି, ୫୦୦ ଜଣ ସ୍ଥାନାନ୍ତର
·2 hours ago·2 min read

Key Points
କୋରାପୁଟ ପ୍ରଶାସନର ପ୍ରସ୍ତୁତି
ମୁରାସୁ ମୁକାବିଲା ପାଇଁ କୋରାପୁଟ ପ୍ରଶାସନର ପ୍ରସ୍ତୁତି
୫୦୦ ଜଣ ସ୍ଥାନାନ୍ତର ୫୦୬ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ
କୋରାପୁଟ ଜିଲ୍ଲା ପ୍ରଶାସନର ସୂଚନା

କୋରାପୁଟ,୦୨/୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୂର୍ବପ୍ରସ୍ତୁତି କରାଯାଇଛି। ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ବିଭିନ୍ନ ଟିମ୍କୁ ମୁତୟନ କରାଯାଇଛି। ନଭେମ୍ବର ୨ ତାରିଖ ଅପରାହ୍ନ ୩ଟା ସୁଦ୍ଧା ଜିଲ୍ଲାରେ ୫୦୦ ଜଣଙ୍କୁ ପକ୍କା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
ଜିଲ୍ଲାରେ ମୋଟ ୫୦୬ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା ବେଳେ କୋଟପାଡ଼, ବୋରିଗୁମ୍ମା ଓ ଲକ୍ଷ୍ମୀପୁରରେ ୩ଟି ଆଶ୍ରୟସ୍ଥଳୀ ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି। ସେହିପରି ୯୪ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ଦୃଷ୍ଟିରୁ ମା' ଗୃହକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମରୁ ଗୋଟିଏ ODRAF ଓ ଗୋଟିଏ NDRF ଟିମ୍ କୋରାପୁଟ ଅଭିମୁଖେ ଆସୁଛନ୍ତି। ଏହାସହ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ୍ରେ ୧୪ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି। ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ ବରିଷ୍ଠ ଅଧିକାରୀଙ୍କ ସମେତ ଉପଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ମଧ୍ୟ କାର୍ଯ୍ୟକ୍ଷମ ରହିଛି।
ପଢନ୍ତୁ ଏହି ଖବର: 'ମୁରାସୁ’କୁ ନେଇ ସତର୍କତା,୩ ଦିନ ପାଇଁ ଏଠାରେ ମାଛ ଧରିବା ମନା
ଜିଲ୍ଲାର ୬୨ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୨୦ଟି ବିପଦପ୍ରବଣ ଗ୍ରାମ ଓ ଜନବସତିକୁ ସ୍ଥାନାନ୍ତରଣ ଓ ପ୍ରସ୍ତୁତିମୂଳକ ପଦକ୍ଷେପର ପରିସରଭୁକ୍ତ କରାଯାଇଛି। କାର୍ଯ୍ୟକ୍ଷମ ଆଶ୍ରୟସ୍ଥଳୀଗୁଡ଼ିକରେ ଔଷଧ, ବିଦ୍ୟୁତ୍, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଓ ମାଗଣା ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ବାତ୍ୟା ପରେ ରାସ୍ତା ଅବରୋଧ ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ବିଭିନ୍ନ ବ୍ଲକ୍ରେ ୬୪ଟି JCB ମେସିନ୍ ମୁତୟନ କରାଯାଇଛି। ଏଥିସହ ସମସ୍ତ ୧୪ଟି ବ୍ଲକ୍ରେ ମାଇକ୍ ଯୋଗେ ଜନସଚେତନତା ସୃଷ୍ଟି କରାଯାଉଛି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଷ୍ଟାଣ୍ଡବାଇ ଜେନେରେଟର, ଜଳ ଟ୍ୟାଙ୍କର ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି।
Related Topics
Explore more stories