School Closed / ପୁଣି ଆସୁଛି ବାତ୍ୟା; ନଭେମ୍ବର ୪ ପର୍ଯ୍ୟନ୍ତ ସ୍କୁଲ କଲେଜ ଛୁଟି
·29 mins ago·2 min read

Key Points
ପୁଣି ଆସୁଛି ଆଉ ଏକ ବାତ୍ୟା
ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ମାଲକାନଗିରିରେ ସ୍କୁଲ କଲେଜ ଛୁଟି
ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ମାଲକାନଗିରିରେ ସ୍କୁଲ କଲେଜ ଛୁଟି
ମାଲକାନଗିରି: ବାତ୍ୟା 'ଅର୍ଣ୍ଣବ'ର ଦୁଃଖ ନ ଯାଉଣୁ, ପୁଣି ଆସୁଛି ଆଉ ଏକ ବାତ୍ୟା ‘ମୁରାସୁ’। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହାର ପ୍ରଭାବରେ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ମାଲକାନଗିରିରେ ଆସନ୍ତା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି । ସେହିପରି ନଭେମ୍ବର ୨ ତାରିଖ ଯାଏଁ ଗଞ୍ଜାମରେ ସମସ୍ତ ସ୍କୁଲ ଛୁଟି ରହିବ ।
ବାତ୍ୟା 'ମୁରାସୁ'କୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପ୍ରସ୍ତୁତି କଡ଼ାକଡ଼ି କରାଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ 'ଶୂନ୍ୟ ଜୀବନହାନି' ନୀତିକୁ ଆଧାର କରି ପ୍ରଶାସନିକ ସ୍ତରରେ ବିଭିନ୍ନ ଜରୁରୀ ନିର୍ଦ୍ଦେଶ ଜାରି କରାଯାଇଛି ।
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍

- ନଭେମ୍ବର ୪ ଯାଏଁ ସ୍କୁଲ ବନ୍ଦ
- ନଭେମ୍ବର ୨ ଯାଏଁ ଗଞ୍ଜାମରେ ସ୍କୁଲ ଛୁଟି
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପୁଣି ବାତ୍ୟା 'ଦକ୍ଷିଣ'ମୁହାଁ