Odisha Cyclone Preparedness / ବାତ୍ୟାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ଗ୍ରାଉଣ୍ଡରେ ୬୨ ODRAF ଓ ୯ NDRF ଟିମ୍ ମୁତୟନ
·1 hour ago·3 min read

Key Points
ବାତ୍ୟା ‘ଅର୍ଣ୍ଣବ’ ପାଇଁ ଆଲର୍ଟ
୮ ଜିଲ୍ଲାରେ ପ୍ରଶାସନ ସଜାଗ
ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
୮ ଜିଲ୍ଲାରେ ପ୍ରଶାସନ ସଜାଗ
ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଜୋରଦାର ହୋଇଛି ପ୍ରସ୍ତୁତି । ବାତ୍ୟା ମୁକାବିଲା, ଲୋକଙ୍କ ସୁରକ୍ଷା, ରିଲିଫ୍ ବଣ୍ଟନ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ରାଜ୍ୟ ସରକାର ସତର୍କ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ଥିତିର ସମୀକ୍ଷା କରିଛନ୍ତି ।
ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ବାତ୍ୟାର ସମ୍ଭାବ୍ୟ ପ୍ରଭାବ, ପୂର୍ବ ପ୍ରସ୍ତୁତି ଏବଂ ଜରୁରୀକାଳୀନ ପଦକ୍ଷେପ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ତଥ୍ୟ ଦେଇଥିଲେ ।
ଶୂନ୍ୟ ଜୀବନହାନି ଉପରେ ସରକାରଙ୍କ ଗୁରୁତ୍ୱ
ବାତ୍ୟା ମୁକାବିଲାରେ ‘ଶୂନ୍ୟ ଜୀବନହାନି’କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତ୍ୟକ୍ଷ ସମୀକ୍ଷା ଆଧାରରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।
ସମସ୍ତ ଜିଲ୍ଲାର ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟା ସକ୍ରିୟ ରଖାଯାଇଛି । ଏଥିସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୩୧ ହଜାରରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନାନ୍ତର
ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଥିବା ୮ଟି ଜିଲ୍ଲାରେ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ୩୨୪ଟି ସକ୍ରିୟ ଆଶ୍ରୟସ୍ଥଳରେ ୩୧,୨୫୫ ଜଣଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । ରାଜ୍ୟରେ ମୋଟ ୨,୦୬୭ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି । ଏଥିରେ ୧୪୧ଟି ସ୍ଥାୟୀ ଏବଂ ୧,୯୨୬ଟି ଅସ୍ଥାୟୀ ଆଶ୍ରୟସ୍ଥଳ ରହିଛି ।
ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଚିହ୍ନଟ ହୋଇଥିବା ୪,୧୩୯ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୨,୨୪୫ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ସେହିପରି ସମୁଦ୍ରରୁ ୧୧,୯୫୫ଟି ଏବଂ ଚିଲିକାରୁ ୭,୧୮୮ଟି ମାଛଧରା ଡଙ୍ଗାକୁ କୂଳକୁ ଫେରାଇ ଅଣାଯାଇଛି ।
ଲଗାଣ ବର୍ଷାରେ ଅନେକ ଅଞ୍ଚଳ ପ୍ରଭାବିତ
ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଦିଆଯାଇଥିବା ସରକାରୀ ତଥ୍ୟ ଅନୁସାରେ, ସକାଳ ୮ଟା ୩୦ ସୁଦ୍ଧା ପୂର୍ବ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ୧୪ଟି ବ୍ଲକ୍ ଏବଂ ୩ଟି ସହରାଞ୍ଚଳରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା ।
ସର୍ବାଧିକ ବର୍ଷା ହୋଇଥିବା ବ୍ଲକ୍: କୋରାପୁଟର ପଟ୍ଟାଙ୍ଗି (୧୮୮.୦ ମିମି), ଗଜପତିର ମୋହନା (୧୮୨.୪ ମିମି), ଗଞ୍ଜାମ ବ୍ଲକ୍ (୧୬୧.୪ ମିମି), ଛତ୍ରପୁର (୧୫୪.୬ ମିମି) ଏବଂ ସିମିଳିଗୁଡ଼ା (୧୪୩.୧ ମିମି) ।
ଜିଲ୍ଲାସ୍ତରରେ ଗଜପତିରେ ୧୨୧.୨ ମିମି, ଗଞ୍ଜାମରେ ୮୩.୧ ମିମି, କୋରାପୁଟରେ ୬୧.୦ ମିମି ଏବଂ ପୁରୀରେ ୫୪.୨ ମିମି ହାରାହାରି ବର୍ଷା ରେକର୍ଡ କରାଯାଇଥିଲା ।
ମୁତୟନ ହେଲେ ODRAF, NDRF ଓ ଅଗ୍ନିଶମ ଟିମ୍
ବିପର୍ଯ୍ୟୟର ମୁକାବିଲା ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ସାରା ରାଜ୍ୟରେ ୬୨ଟି ODRAF ଟିମ୍, ୯ଟି NDRF ଟିମ୍ ଏବଂ ୨୪୪ଟି ଅଗ୍ନିଶମ ସେବା ଟିମ୍ ମୁତୟନ କରାଯାଇଛି ।
ଏହା ସହିତ ଗଛ କାଟି ରାସ୍ତା ସଫା କରିବା ପାଇଁ ୧,୫୧୦ଟି ପାୱାର ଚେନ୍-ସ', ୨୨୫ଟି ଟୋଇଂ ଟେଣ୍ଡର, ୧୧୦ଟି ଡଙ୍ଗା, ୧୩୫ଟି ଜଳ ନିଷ୍କାସନ ପମ୍ପ ଏବଂ ୨୨୫ଟି ଟାୱାର ଲାଇଟ୍ ପ୍ରସ୍ତୁତ ରଖାଯାଇଛି ।

୮ଟି ଜିଲ୍ଲାକୁ ୧୯ କୋଟି ଟଙ୍କାର ରିଲିଫ୍
ବାତ୍ୟା ପ୍ରଭାବିତ ୮ଟି ଜିଲ୍ଲା ପାଇଁ ସରକାର ୧୯ କୋଟି ଟଙ୍କାର ରିଲିଫ୍ ସହାୟତା ମଞ୍ଜୁର କରିଛନ୍ତି । ଗଞ୍ଜାମ ଜିଲ୍ଲାକୁ ୫ କୋଟି ଏବଂ ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳକୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ପ୍ରଭାବିତ ଲୋକଙ୍କୁ ଜରୁରୀ ସହାୟତା ଯୋଗାଇବା ପାଇଁ ଚୁଡ଼ା, ଗୁଡ଼, ଚାଉଳ, ବିସ୍କୁଟ୍, ପଲିଥିନ୍ ଏବଂ ସାପ କାମୁଡ଼ାର ଚିକିତ୍ସା ପାଇଁ ଆଣ୍ଟି-ସର୍ପ ଭେନମ୍ (ASV) ମହଜୁଦ ରଖାଯାଇଛି ।
ବିଦ୍ୟୁତ୍ ସେବା ପୁନରୁଦ୍ଧାର ଜାରି
TPSODL ଅଧୀନରେ ପ୍ରଭାବିତ ୨୦,୧୯,୧୨୪ ଗ୍ରାହକଙ୍କ ମଧ୍ୟରୁ ୬୫.୪୧% (୧୩,୨୦,୭୦୫ ଜଣ) ଙ୍କୁ ବିଦ୍ୟୁତ୍ ସଂଯୋଗ ପୁନରୁଦ୍ଧାର କରାଯାଇସାରିଛି । ଗଜପତିରେ ସର୍ବାଧିକ ୮୧.୧୬% ଏବଂ ମାଲକାନଗିରିରେ ୭୧.୬୧% ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଛି ।

Related Topics
Explore more stories