Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୀଷଣ ବାତ୍ୟାର ରୂପ ନେଲା 'ମିଗଜୋମ୍'

Smruti Parija
Browse all articles by Smruti Parija
·2 years ago·2 min read
ଭୀଷଣ ବାତ୍ୟାର ରୂପ ନେଲା 'ମିଗଜୋମ୍'

ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟାର ରୂପ ନେଲା ମିଚୋଁଗ । ଅଧିକ ଘନୀଭୂତ ହୋଇ କାଲି ଆନ୍ଧ୍ରପ୍ରଦେଶ ଅତିକ୍ରମ କରିବ । ନେଲୋରରୁ 170 ଓ ପୁଡୁଚେରୀରୁ 200 କିମି ଦୂରରେ ଅବସ୍ଥିତ ।  ପ୍ରଭାବରେ ଚେନ୍ନାଇରେ ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା । ରେଳଷ୍ଟେସନ ଏୟାର ପୋର୍ଟ ସବୁଠି ପାଣି ପାଣି । ବ୍ୟାତ୍ୟା ପ୍ରଭାବରେ ଓଡିଶାରେ 3 ଦିନ ବର୍ଷା ହେବ । ବିଶେଷ କରି ବେଶି ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । ପବନର ଭୟ ନଥିଲେ ବି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେପଟେ ବାତ୍ୟା ଯେତେ ଘନୀଭୂତ ହେଉଛି ଛାତିରେ ଛନକା ବଢୁଛି । ବାତ୍ୟାକୁ ନେଇ ଛାନିଆଁ ଚାଷୀକୂଳ । 

ଫଳରେ ଚାଷୀକୂଳ କେମିତି ଫସଲ ଅମଳ କରିବେ କିଛି ବୁଦ୍ଧି ବାଟ ପସୁନି । ଧାର କରଜ କରି ଏକର ଏକର ଜମିରେ ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । 
ସେପଟେ ସରକାର କହୁଛନ୍ତି ବାତ୍ୟାକୁ ଆଖି ଆଗରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଯୋଗାଣ ବିଭାଗ ପକ୍ଷରୁ ମଣ୍ଡିରେ ଥିବା ଅଫିସରମାନଙ୍କ ସହ ଯୋଗାଯୋଗ କରାଯାଇଛି । କୌଣସି ଚାଷୀ କିପରି ହଇରାଣ ନ ହେବେ ସେ ନେଇ ବିଭାଗୀୟ ସଚିବ ସବୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ହେଲେ ବାତ୍ୟାକୁ ନେଇ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଞ୍ଚଳରେ ଧାନକାଟି ଚାଷୀ ଚିନ୍ତାରେ । ମୁଣ୍ଡରେ ହାତ ଦେଇ ଭଗବାନଙ୍କ ଉପରେ ଭରସା କରି ଚାଷୀ ନିଜର କୋହଭରା ଦୁଃଖ କହିବା ସହ ବାତ୍ୟାକୁ ନେଇ ଏପର୍ଯ୍ୟ ବି ବ୍ଲକ ପ୍ରଶାସନ କି ପଂଚାୟତ ପ୍ରଶାସନ ଦ୍ଵାରା କୌଣସି ସଚେତନତା କରିନଥିବା ଅଭିଯୋଗ ଆଣିଛନ୍ତି ଚାଷୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored