Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆଜି ବିଜୁଳି, ଘଡ଼ଘଡ଼ି ସହ ହୋଇପାରେ ବର୍ଷା.

Odisha

Cyclone Formed / ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆଜି ବିଜୁଳି, ଘଡ଼ଘଡ଼ି ସହ ହୋଇପାରେ ବର୍ଷା.

Bikash Mohanty
Browse all articles by Bikash Mohanty
·2 hours ago·2 min read
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆଜି ବିଜୁଳି, ଘଡ଼ଘଡ଼ି ସହ ହୋଇପାରେ ବର୍ଷା.
Weather

Key Points

ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ
୧୩  ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ
ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
ଭୁବନେଶ୍ଵର, ୧୦/୫ : ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ‘ବାତ୍ୟା’ ହେବ କି ନାହିଁ, ସେହି ଦ୍ବନ୍ଦ୍ବ ଭିତରେ ଆଜି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ଗ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଘୂର୍ଣ୍ଣିବଳୟ କେତେ ଘନୀଭୂତ ହେବ ଏବଂ ଆଖପାଖ ବାୟୁମଣ୍ଡଳକୁ କିଭଳି ପ୍ରଭାବିତ କରିବ ତାହା ଏବେ ସ୍ପଷ୍ଟ ହୋଇନାହିଁ।

ତଥାପି ଆସନ୍ତା ୧୩ରୁ ୧୬ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଗତକାଲି ଆଇଏମ୍‌ଡି କରିଥିବା ପୂର୍ବାନୁମାନ ଅନୁସାରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ତଥା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଥିବା ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ୧୩ରୁ ୧୬ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ। ଏହା ବାତ୍ୟା ରୂପ ନେବାର ସମ୍ଭାବନା କମ୍ ରହିଥିବା ଆଇଏମ୍‌ଡି ପକ୍ଷରୁ କୁହାଯାଇଥିଲା।
 
ପଢନ୍ତୁ ଏହି ଖବର: ସୀମାନ୍ତରେ ଜନଗଣନାକୁ ନେଇ ହାଇଡ୍ରାମା, ମୁହାଁମୁହିଁ ହେଲେ ଓଡ଼ିଶା-ଆନ୍ଧ୍ର ପ୍ରଶାସନ

ଅନ୍ୟପଟେ ରାଜ୍ୟରେ ୧୫ ଦିନରୁ ଅଧିକ ସମୟ ଧରି କାଳବୈଶାଖୀ ପ୍ରଭାବ ଜାରି ରହିଥିବାରୁ ତାପମାତ୍ରା ନିମ୍ନଗାମୀ ହୋଇଛି। ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ରହିଛି। ପ୍ରଭାବରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବିଶେଷ କରି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ସାଙ୍ଗକୁ ବର୍ଷା ହେବ | ଏଣୁ ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାଣ୍ଡିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା କାଲି ଯାଏ ଏହିଭଳି ବର୍ଷା ଜାରିରହିବ।  ଆସନ୍ତା ୨ ଦିନ ମଧ୍ୟ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିପାରେ।   

ପାଣିପାଗ ବିଶେଷଜ୍ଞ  ଡ. ଶରତ ସାହୁ କହିଛନ୍ତି, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୩ ବା ୧୪ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ତେବେ ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ ତାତି ଅପେକ୍ଷାକୃତ କମ୍ ରହିବ ବୋଲି ସେ ଆକଳନ କରିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Formed | Cyclonic Circulation Formed: Thunderstorms, Lightning and Rain Likely Today | Argus News