Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୀମାନ୍ତରେ ଜନଗଣନାକୁ ନେଇ ହାଇଡ୍ରାମା, ମୁହାଁମୁହିଁ ହେଲେ ଓଡ଼ିଶା-ଆନ୍ଧ୍ର ପ୍ରଶାସନ

Odisha

Border Dispute / ସୀମାନ୍ତରେ ଜନଗଣନାକୁ ନେଇ ହାଇଡ୍ରାମା, ମୁହାଁମୁହିଁ ହେଲେ ଓଡ଼ିଶା-ଆନ୍ଧ୍ର ପ୍ରଶାସନ

Bikash Mohanty
Browse all articles by Bikash Mohanty
·21 hours ago·2 min read
ସୀମାନ୍ତରେ ଜନଗଣନାକୁ ନେଇ ହାଇଡ୍ରାମା, ମୁହାଁମୁହିଁ ହେଲେ ଓଡ଼ିଶା-ଆନ୍ଧ୍ର ପ୍ରଶାସନ
High Drama

Key Points

ସୀମାନ୍ତରେ ପୁଣି ଥରେ ସୀମା ବିବାଦ
ମୁହାଁମୁହିଁ ଓଡ଼ିଶା-ଆନ୍ଧ୍ର ପ୍ରଶାସନ
ସୀମାନ୍ତରେ ଜନଗଣନାକୁ ନେଇ ହାଇଡ୍ରାମା
ଗଜପତି ଗଙ୍ଗାବାଡ଼ର ଘଟଣା
ଓଡ଼ିଶା କାନ୍ଥରେ ଲେଖାକୁ ଲିଭାଇବାକୁ ଚେଷ୍ଟା କଲେ ଆନ୍ଧ୍ର ଅଧିକାରୀ
ଓଡ଼ିଶା ପକ୍ଷରୁ ମଧ୍ୟ ଆନ୍ଧ୍ରର ତଥ୍ୟ ଉପରେ ରଙ୍ଗ ବୋଳାଗଲା

୮/୫ ପାରଳାଖେମୁଣ୍ଡି : ଜନଗଣନା ସର୍ଭେକୁ ନେଇ ସୀମାନ୍ତରେ ମୁହାଁମୁହିଁ ହେଉଛନ୍ତି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ। ଲୋକଙ୍କ ଘରକାନ୍ଥରେ ଓଡ଼ିଶା ପକ୍ଷରୁ ଲେଖା ଯାଇଥିବା ତଥ୍ୟ ଉପରେ ଆନ୍ଧ୍ର କର୍ମଚାରୀ ରଙ୍ଗ ବୋଳି ଦେଉଥିବା ବେଳେ ଓଡ଼ିଶା ସମାନ ତରିକା ଆପଣାଯାଉଛି।

ସୂଚନା ଅନୁଯାୟୀ, ଗଜପତିର ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମରେ ଓଡ଼ିଶା ପକ୍ଷରୁ ଜନଗଣନା ସର୍ଭେ ହୋଇଥିଲା। ଗତକାଲି ଆନ୍ଧ୍ର ଅଧିକାରୀମାନେ ଜୋର୍ ଜବରଦସ୍ତି ସର୍ଭେ କରିବା ସହ କିଛି ଘରକାନ୍ଥରେ ଉଲ୍ଲେଖ ଥିବା ଓଡ଼ିଶାର ତଥ୍ୟ ଉପରେ ରଙ୍ଗ ବୋଳି ନିଜ ରାଜ୍ୟର ତଥ୍ୟ ଉଲ୍ଲେଖ କରିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆଜି ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ନେତୃତ୍ବରେ ରାୟଗଡ଼ ତହସିଲଦାର ସୁକାନ୍ତ ପ୍ରଧାନ ଓ ଗାରାବନ୍ଧ ଥାନାଧିକାରୀ ପ୍ରଶାନ୍ତ କୁମାର ନିଶିକା ପ୍ରମୁଖ ମାଣିକପାଟଣାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଘରକାନ୍ଥରୁ ଆନ୍ଧ୍ରର ତଥ୍ୟ ଲିଭାଇ ଦିଆଯାଇଛି। ଆନ୍ଧ୍ରରୁ ଆସି ବିବାଦ ସୃଷ୍ଟି କରୁଥିବା ଅଧିକାରୀଙ୍କ ଉପରେ ନଜର ରଖିବା ସହ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।    

ଗଙ୍ଗାବାଡ଼ ପଞ୍ଚାୟତର ମାଧିଆଖୋଲ, ଗୁଡ଼ୁଖୁଡ଼ି ଓ ମାଣିକପାଟଣା ଭଳି ଏକାଧିକ ଗ୍ରାମରେ ଉଭୟ ରାଜ୍ୟର ଯୋଜନା କାର୍ଯ୍ୟକାରୀ ହେଉଛି ଗ୍ରାମବାସୀ ଉଭୟ ରାଜ୍ୟର ଯୋଜନାରୁ ଲାଭ ପାଉଛନ୍ତି। ମାଣିକପାଟଣା ଗ୍ରାମରେ ୮୨ ପରିବାର ବସବାସ କରୁଛନ୍ତି। ଆନ୍ଧ୍ର ଅଧିକାରୀଙ୍କ ଦାବି ଅନୁସାରେ ରାସ୍ତାର ସଂପୂର୍ଣ୍ଣ ଗୋଟିଏ ଭାଗ ଆନ୍ଧ୍ର ସୀମା ମଧ୍ୟରେ ରହିଛି। ଯେଉଁଠି ମୋଟ ୪୭ ପରିବାର ବସବାସ କରୁଛନ୍ତି ।

ପଢନ୍ତୁ ଏହି ଖବର: ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ,ଓଡିଶା ମାଟିରେ ଆନ୍ଧ୍ର ଆରମ୍ଭ କଲା ଜନଗଣନା

୨୦୧୮ ତିତ୍‌ଲି ବାତ୍ୟାରେ ୪୭ ପରିବାରର ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ବିଜୁ ପକ୍କାଘର ଯୋଜନାରେ ଆବାସ ନିର୍ମାଣ କରାଯାଇଛି। କିନ୍ତୁ ସେଥିରୁ ୨୨ ପରିବାରକୁ ନିଜ ରାଜ୍ୟର ଦାବି କରି ଆନ୍ଧ୍ର ଅଧିକାରୀମାନେ ଓଡ଼ିଶାର ଜନଗଣନା ତଥ୍ୟକୁ ଲିଭାଇ ଦେଇଥିଲେ। ଆଉ ସେମାନଙ୍କ କାନ୍ଥରେ ରଙ୍ଗ ବୋଳି ଆନ୍ଧ୍ର ନମ୍ବର ଲେଖିଥିଲେ । ଆଜି ସେମାନଙ୍କ କାନ୍ଥରେ ଓଡ଼ିଶାର ତଥ୍ୟ ଲେଖାଯାଇଛି।

ଗତକାଲି କୋରାପୁଟର କୋଟିଆରେ ଆନ୍ଧ୍ର ଅଧିକାରୀ କରିଥିଲେ ଅନୁପ୍ରବେଶ । ଓଡିଶା ମାଟିରେ ଆନ୍ଧ୍ର ଆରମ୍ଭ କଲା ଜନଗଣନା। କୋଟିଆର ସୀମାନ୍ତ ଗାଁ ଗୁଡିକରେ ଆନ୍ଧ୍ର ପ୍ରଦେଶ ପ୍ରଶାସନ ଦ୍ଵାରା ଚାଲିଛି ଜନଗଣନା କାର୍ଯ୍ୟକ୍ରମ। ଆନ୍ଧ୍ରର ଜନଗଣନା ଅଧିକାରୀ କୋଟିଆ ପଂଚାୟତର ତଳସେମ୍ବି, ଉପରସେମ୍ବି, ଫାଟୁସିନେରୀ ପ୍ରଭୁତି ଅଞ୍ଚଳରେ ଜନଗଣନା କରିଥିଲେ। ଆନ୍ଧ୍ର ଅସ୍ତ୍ରରେ ଆନ୍ଧ୍ରକୁ ସାବାଡ କରିବାକୁ ଏବେ ବିକାଶମୂଳକ କାମକୁ ଏକମାତ୍ର ଏଜେଣ୍ଡା କରିଛି ଓଡ଼ିଶା। ରାଜ୍ୟସରକାରଙ୍କ ମନ୍ତ୍ରୀ ବାରମ୍ବାର କୋଟିଆ ଗସ୍ତ କରୁଛନ୍ତି। କୋଟିଆବାସୀଙ୍କୁ ଜନଗଣନାରେ ସାମିଲ କରି ଆନ୍ଧ୍ର ନିଜର ହକ୍ ଓ ଆଧିପତ୍ୟ ବିସ୍ତାର କରିବାକୁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Border Dispute | High Drama Over Border Census as Odisha and Andhra Administrations Clash | Argus News