ତେଲ ପକାଇ ଟଙ୍କା ନଦେଇ ଦେଖାଇଥିଲେ ଦବଙ୍ଗଗିରି
·2 years ago

କଟକ : କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳ ଏବେ ପୁରା ଅଶାନ୍ତ। ଘନଘନ ଚୋରି, ରାହଜନୀ, ଡକାୟତି ପରେ ଏବେ ପେଟ୍ରୋଲ ପମ୍ପରେ ଦବଙ୍ଗଗିରି। ଅସାମାଜିକ ଯୁବକଙ୍କ ଆଡାସ୍ଥଳୀ ପାଲଟିଛି କିଶନନଗର ଥାନା ଅଞ୍ଚଳ। କଟକଜିଲ୍ଲା କିଶନନଗର ଥାନା ସାମନ୍ତରାପୁର ସୁଲୋଚନା କେଏସକେ ପେଟ୍ରୋଲପମ୍ପରେ କିଛି ଆସମାଜିକ ଯୁବକ କାରରେ ତେଲ ପକାଇ ଟଙ୍କା ନଦେଇ ଦେଖାଇଥିଲେ ଦବଙ୍ଗଗିରି।
ସମୟର ଦୃଶ୍ୟ ସିସିଟିଭି କ୍ୟାମେରା କଏଦ ହୋଇଛି। ଆଉ ସେଲସମ୍ୟାନ ଦିନେସ ମହାନ୍ତିଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ପେଟ୍ରୋଲପମ୍ପର ମ୍ୟାନେଜର ଓ ଅନ୍ୟଜଣେ ସେଲସମ୍ୟାନ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିଥିଲେ। ଆକ୍ରମଣକାରୀମାନେ ହେଲେ କିଶନନଗର ଥାନା ଅଞ୍ଚଳର କେଳୁ ବିଶୋଇ,ରୁଗୁଲ ମିଶ୍ର ଓ ଅନ୍ୟ ୩ଜଣ ସହଯୋଗୀ। ଥାନାରେ ଅଭିଯୋଗ କରିବା ୨୦ ଦିନ ବିତିଲାଣି ସିସିଟିଭି ରେ କଏଦ ହୋଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଉଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: