ବିଜେଡି କର୍ମୀଙ୍କ ଦାଦାଗିରି
·1 year ago·1 min read

ଅର୍ଗସ ବ୍ୟୁରୋ: ବିଡିଓଙ୍କୁ ବିଜେଡି ନେତାଙ୍କ ଧମକ। ଜଗତସିଂହପୁର କୁଜଙ୍ଗ ବ୍ଲକରେ ସୀମା ଟପିଛି ବିଜେଡି ନେତାଙ୍କ ଦାଦାଗିରି। ଯାହାକୁ ନେଇ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି କୁଜଙ୍ଗ ବିଡିଓ ଦୀପକ କୁମାର ସ୍ବାଇଁ। ପଞ୍ଚାୟତସ୍ତରୀୟ ଜନଶୁଣାଣି ପାଇଁ ଯାଇଥିବା ବେଳେ ବିଜେଡିର କିଛି ନେତା ବିଡିଓଙ୍କୁ ଫୋନ୍ କରି ଅଫିସକୁ ଶୀଘ୍ର ଆସିବାକୁ ଧମକାଇଥିଲେ। ଜନଶୁଣାଣି ସାରି ବିଡିଓ ଅଫିସରେ ପହଞ୍ଚିବା ପରେ ତାଙ୍କୁ ସମ୍ମିଳନୀ କକ୍ଷକୁ ଟାଣିନେଇ ବିଜେଡି ନେତା ମାଡ଼ ମରି ଲହୁଲୁହାଣ କରିଥିବାର ଥାନାରେ ଅଭିଯୋଗ କରିଛନ୍ତି ବିଡିଓ। ଏଥିରେ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ ଓ ତାଙ୍କ ସମର୍ଥିତ ବିଜେଡି କର୍ମୀଙ୍କ ବିରୋଧରେ ଅଭିଯୋଗ ରହିଛି। ଏହି ନେତା ନେତ୍ରୀ ବିଡିଓଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବାର ମଧ୍ୟ ଅଭିଯୋଗ ଆଣିଛନ୍ତି ବିଡିଓ ଦୀପକ କୁମାର ସ୍ବାଇଁ। ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: