|
logo
Live

Argus News - ବିଜେଡି କ୍ଷମତାରୁ ଯିବା ପରେ ବି କମୁନି ଧ୍ରୁବଙ୍କ ଦାଦାଗିରି

Odisha

ବିଜେଡି କ୍ଷମତାରୁ ଯିବା ପରେ ବି କମୁନି ଧ୍ରୁବଙ୍କ ଦାଦାଗିରି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଜେଡି କ୍ଷମତାରୁ ଯିବା ପରେ ବି କମୁନି ଧ୍ରୁବଙ୍କ ଦାଦାଗିରି

ଅର୍ଗସ ବ୍ୟୁରୋ: ଖୋଲୁଛି ଧ୍ରୁବ ସାହୁଙ୍କ କେଳେଙ୍କାରୀର ଫର୍ଦ୍ଦ । ବିଜୁ ଜନତା ଦଳ କ୍ଷମତାରେ ଥିବାବେଳେ ରାଜନଗରର ଏ ବିଜେଡି ବିଧାୟକ କଣ କଣ କାରନାମା କରିଛନ୍ତି ତାର ପ୍ରମାଣ ହେଉଛି ଏ ଚିତ୍ର । ଗ୍ରାଉଣ୍ଡରେ ପହଞ୍ଚି ଯାହାର ପର୍ଦ୍ଦାଫାସ୍ କରିଛି ଅର୍ଗସ୍। ଜଙ୍ଗଲ ଜମି ମାଡ଼ି ବସି ବେପାର କରୁଛନ୍ତି ରାଜନଗରର ବିଜେଡି ବିଧାୟକ। ସରକାରୀ ଜମିରେ ହୋଟେଲ ପୁଣି ତା ଭିତରେ ରଙ୍ଗଶାଳା ଅଭିଯୋଗ। ଅର୍ଗସ୍ କ୍ୟାମେରାରେ ଧ୍ରୁବଙ୍କ କେଳେଙ୍କାରୀର ପର୍ଦ୍ଦାଫାସ୍ ବେଳେ ସମର୍ଥକଙ୍କୁ ଲଗାଇ ଦାଦାଗିରି କରିଛନ୍ତି ଧ୍ରୁବ ସାହୁ। ସ୍ବାଦ ହୋଟେଲ ସାମ୍ନାରେ ମୁହାଁମୁହିଁ ହୋଇଛନ୍ତି ଧ୍ରୁବଙ୍କ ସମର୍ଥକ ଓ ସ୍ଥାନୀୟ ଅଞ୍ଚଳର ପ୍ରତିବାଦକାରୀ। 

ସରକାରୀ ଜମି, ଜଙ୍ଗଲ ଜମି, ଗୋଚର ଜମି, ସ୍କୁଲ, ଖେଳପଡିଆ, ଗାଁ ଶ୍ମଶାନ.. ସବୁ ଜମି ଉପରେ ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଲୋଲୁପ ଦୃଷ୍ଟି । ଜବର ଦଖଲ କରି କରିଛନ୍ତି ଆଲିଶାନ ସ୍ବାଦ ହୋଟଲ । ବିଧାୟକ ଭାବେ ନିଜ କ୍ଷମତାର ଦୁରୁପଯୋଗ କରି  ଦେଢ଼ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଧ୍ରୁବ ଠିଆକରିଛନ୍ତି ସ୍ବାଦ  ହୋଟେଲ ଓ ରେଷ୍ଟୁରାଣ୍ଟ । ପୁଣି ସ୍କୁଲ ନିକଟରେ ଏମିତି ହୋଟେଲ୍ ଖୋଲିବା ନେଇ ଉଠିଛି ବଡ଼ ପ୍ରଶ୍ନ। 

ଅର୍ଗସରେ ଖବର ପ୍ରସାରଣ ପରେ ରାଜନଗର ତହସିଲଦାର, ପଟ୍ଟାମୁଣ୍ଡାଇ SDPOଙ୍କ ସମେତ ପୋଲିସ ଉପସ୍ଥିତିରେ ଭିତରକନିକା ପାଖ ବାଙ୍କୁଆଳରେ ଥିବା ସ୍ବାଦ ହୋଟେଲରେ କରିଥିଲେ ମାପଚୁପ । ଧ୍ରୁବଙ୍କ ସ୍ବାଦର ମାପଚୁପ ପରେ ଜଙ୍ଗଲ ଜମି ସମେତ ଗାଁ ଶ୍ମଶାନ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜମି ବି ଜବର ଦଖଲ ହୋଇଥିବା ସ୍ପଷ୍ଟ ହୋଇଛି । ଏତିକି ନୁହେଁ ବିଜେଡି ସରକାରର ମନ୍ତ୍ରୀ, ନେତା ଏଠି କ୍ୟାମ୍ପ୍ କରୁଥିଲେ। ନିର୍ବାଚନ ବେଳେ ଏଠାକୁ ରୀତିମତ ଆସୁଥିଲେ ବିଜେଡିର ବଡ଼ ବଡ଼ ନେତା । ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି ପଛରେ ସାମ୍ନାକୁ ଆସିଛି କଳାକାରନାମାର କଳଙ୍କ। ପ୍ରଶ୍ନ ହେଲା ଧ୍ରୁବଙ୍କ ଏ କେଳେଙ୍କାରୀ ଜନସ୍ବାର୍ଥ ନା ଜନବିରୋଧୀ ? ସାମ୍ନାକୁ ଆସି ଏହାର ଜବାବ ଦେବେ କି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ? ଆଉ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ବିରୋଧରେ କେବେ ପ୍ରଶାସନ ନେବ ଆକ୍ସନ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
ବିଜେଡି କ୍ଷମତାରୁ ଯିବା ପରେ ବି କମୁନି ଧ୍ରୁବଙ୍କ ଦାଦାଗିରି | Argus News