ଦାଦନ ହୋଇ ଗଲେ, ଶବ ହୋଇ ଫେରିଲେ
·2 years ago

ବଲାଙ୍ଗିର: ଦାଦନ ହୋଇ ଗଲେ ଶବ ହୋଇ ଫେରିଲେ । ଏମିତି ଦୁଃଖଦ ଘଟଣା ଘଟିଛି ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ଜାମକି ଗାଁ ରେ । ଜାମକି ଗାଁ ର ବିଦ୍ୟାଧର ମାଝୀ ପରିବାର ଲୋକଙ୍କ ସହ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ ।
ସେଠାରେ ଦିନ ରାତି କାମ କରିବାରୁ ଛାତିରେ ଯନ୍ତ୍ରଣା ହେତୁ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେରେ ତାଙ୍କ ମୃତ୍ୟୁ ହୋଇଥିଲା । ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ବେସାହାରା ହୋଇଯାଇଛନ୍ତି। ବିଦ୍ୟାଧରଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକକୁଳ ପରିବେଶ। ବିଦ୍ୟାଧରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
