Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇ ଶବ ହୋଇ ଫେରିଲେ କଳାହାଣ୍ଡିର ଯୁବକ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇ ଶବ ହୋଇ ଫେରିଲେ କଳାହାଣ୍ଡିର ଯୁବକ

ଅର୍ଗସ ବ୍ୟୁରୋ: କାନ୍ଦ ବୋବାଳିରେ ଫାଟି ପଡୁଛି କଳାହାଣ୍ଡି ଜୟପାଟଣାର ଗାନ୍ଧିଗ୍ରାମପଡ଼ା। ପରିବାର ପେଟ ପୋଷିବାକୁ ତିନି ମାସ ତଳେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ ଗାଁର ଜଗନ୍ନାଥ ପଟେଲ। ରବିବାର ଅଜଣା ଗାଡି ଧକ୍କାରେ ଗୁରୁତର ହେବାରୁ ତାଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ କମ୍ପାନୀ ଠିକାଦାର । ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ପଡ଼ିବାରୁ ମେଡିକାଲରେ ଛାଡ଼ି ପଳାଇଲେ । ସମ୍ପର୍କୀୟମାନେ ନେଇ ସରକାରୀ ମେଡିକାଲରେ ଭର୍ତ୍ତି କଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହେଲା। ଧାର କରଜ କରି ଆମ୍ବୁଲାନ୍ସ ଯୋଗେ ଘରକୁ ଶବ ଆଣିଲେ ପରିଜନ ।

ଜଗନ୍ନାଥଙ୍କ ସ୍ତ୍ରୀ ଦମୟନ୍ତୀ ନିଜେ ରୋଗଗ୍ରସ୍ତ। ସ୍ବାମୀଙ୍କୁ ହରାଇଲେ, ମୁଣ୍ଡ ଉପରେ ତିନି ପିଲାଙ୍କ ବୋଝ। ରାସନ କାର୍ଡ, ଆବାସ ଯୋଜନାରେ ଘର, ସବୁ ପ୍ରକାର ସରକାରୀ ସହାୟତାରୁ ବଞ୍ଚିତ ଏ ଅସହାୟ ପରିବାର। ରାୟଗଡ଼ା କାଶୀପୁର ଚନ୍ଦ୍ରଗିରି ପଞ୍ଚାୟତର କୋଷନଧରା ଗାଁରେ ବି ଅସମ୍ଭାଳ ସ୍ଥିତି। ଆନ୍ଧ୍ର ଗୁଣ୍ଟୁରକୁ ଦାଦନ ଖଟିବାକୁ ଯାଇଥିବା ଗାଁର ଚୈତନ୍ୟ ମାଝି ଅସୁସ୍ଥ ହେବାରୁ ତାଙ୍କୁ ଘରକୁ ଆଣୁଥିଲେ ସମ୍ପର୍କୀୟ। କିନ୍ତୁ ଅଧା ରାସ୍ତାରେ ବିଶାଖାପାଟଣା ରେଳ ଷ୍ଟେସନରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ସାଙ୍ଗରେ ଆସୁଥିବା ଦୁଇ ଜଣ ସମ୍ପର୍କୀୟଙ୍କ ପାଖରେ ଆମ୍ବୁଲାନ୍ସ ଯୋଗେ ମୃତଦେହ ଆଣିବାକୁ ଟଙ୍କା ନାହିଁ। ଷ୍ଟେସନରେ ହିଁ ଶବକୁ ଜଗି ରହିଛନ୍ତି । ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ଚୈତନ୍ୟଙ୍କ ପୁଅ ଅନନ୍ତ ଆର୍ଥିକ ସହାୟତା ପାଇଁ ଶ୍ରମ ବିଭାଗକୁ ଅନୁରୋଧ କରିଛନ୍ତି।

ସେପଟେ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ ବଲାଙ୍ଗୀର ମୁରିବାହଲ ସାରଝରବହାଲି ଗାଁ 25 ବର୍ଷର ଯୁବକ ମୈତ୍ର ସେଠ୍। ଦାଦନ ଦଲାଲ ପୁଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମା ପଦ୍ମାବତୀ। ନ୍ୟାୟ ପାଇଁ ସ୍ଥାନୀୟ ପୋଲିସଠାରୁ ନେଇ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ଗୁହାରି କଲେ। ଶେଷରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିବା ପାଇଁ  ମୁରିବାହାଲରୁ 80 କିଲୋମିଟର ପଦଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ। ଦୁଇ ଦିନ ଭିତରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲା ଜିଲ୍ଲାପାଳଙ୍କ ଅଫିସ୍। କିନ୍ତୁ ୟା ଭିତରେ ଏକ ସପ୍ତାହ ବିତିଲାଣି। ଜିଲ୍ଲାପାଳଙ୍କ ଅଫିସରୁ କୌଣସି ଯୋଗାଯୋଗ କରାଯାଇ ନାହିଁ । ନ୍ୟାୟ ନ ମିଳିଲେ ନବୀନ ନିବାସ ଆଗରେ ପେଟ୍ରୋଲ ଢାଳି ସପରିବାର ଆତ୍ମାହୂତି ଦେବେ ବୋଲି କହିଛନ୍ତି ମୈତ୍ରଙ୍କ ପରିବାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇଏ ତ ଭାତହାଣ୍ଡିରୁ କେତୋଟି ସାରା ରାଜ୍ୟରେ ଦାଦନ ଯନ୍ତ୍ରଣାର ଏମିତି ମାଳ ମାଳ କରୁଣ କାହାଣୀ। ଓଡ଼ିଶାରେ ସବୁ ସମ୍ଭାବନା ଥାଇ ବି ଲୋକଙ୍କୁ ନିଯୁକ୍ତି ଦେବାରେ ଫେଲ୍ 24 ବର୍ଷର ବିଜେଡି ସରକାର। ଆଉ ସରକାରଙ୍କ ଅପାରଗତା ଓ ବିଫଳତା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଓଡ଼ିଆ। ଅନ୍ୟପଟେ ରାଜ୍ୟରେ ଦାଦନ ଗୋଟିଏ ପ୍ରସଙ୍ଗ ନୁହେଁ ବୋଲି ବାହାସ୍ଫଟ ମାରୁଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
dadan story in kalahandi | Argus News