ପୁଣି ଦାଦନ ଦୁଃଖ : ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ
·2 years ago

ନବରଙ୍ଗପୁର: ଚନ୍ଦାହାଣ୍ଡିରେ ପୁଣି ଦାଦନ ଦୁଃଖ । ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛନ୍ତି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି କନ୍ଦିଓଡା ଗାଁର ସମ୍ପତ୍ତି ଭୋଇ ତିନି ମାସ ତଳେ ତେଲେଙ୍ଗାନାର ଏକ ଇଟା ଭାଟିରେ କାମ କରିବାକୁ ଯାଇଥିଲେ ।
କିନ୍ତୁ ଗତ ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ଇଟାଭାଟି ମାଲିକ ପରିବାର ଲୋକଙ୍କୁ ଜଣାଇଥିଲେ । ତାଙ୍କର ମୃତ ଦେହ ଗାଁରେ ପହଥିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତକ ଜଣଙ୍କ ପରିବାରର ଏକମାତ୍ର ରୋଜଗାରିଆ ହୋଇଥିବାରୁ କେମିତି ଚଳିବେ ସେ ନେଇ ଚିନ୍ତାରେ ପଡିଛନ୍ତି ପରିବାର । ମାସକ ମଧ୍ୟରେ ୫ ଦାଦନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: