Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା

ଅର୍ଗସ ବ୍ୟୁରୋ:  ୨୫ ବର୍ଷର ସରକାର ହେଲେ ଲୋକଙ୍କୁ କିଛି ଦେଇନାହିଁ । ଏକଥା ଆମେ କହୁନୁ । କହୁଛନ୍ତି ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଏ ବୟସ୍କ ବ୍ୟକ୍ତି ଜଣଙ୍କ । 326 ନମ୍ବର ଜାତୀୟ ରାଜପଥ ଯାହା ଉପାନ୍ତ ମାଲକାନଗିରି ଜିଲ୍ଲା ଦେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ସଂଯୋଗ ହୋଇଛି । ରାଜପଥ ଖୋଲିବା ପରେ ମାଲକାନଗିରି ଏବଂ ଓଡ଼ିଶାର ଅନେକ ଜିଲ୍ଲାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି ସତ । କିନ୍ତୁ ଏହି ରାଜପଥ ଏବେ ଓଡ଼ିଶା ପାଇଁ ଏକ ଅଘୋଷିତ ବିପଦ ସୃଷ୍ଟି ହେବାକୁ ଯାଉଛି । କାରଣ ଏବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯାଉଥିବା ବସ୍‌ ଗୁଡ଼ିକରେ ପ୍ରତିଦିନ ଦାଦନ ଖଟିବାକୁ ଯାଉଛନ୍ତି ଯୁବକମାନେ । କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରୁ ପ୍ରତିଦିନ ପ୍ରାୟ ୧୫ରୁ ୨୦ ଜଣ ଯୁବକ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାକୁ ଯାଉଛନ୍ତି ।

ନୂଆ ଓ କାର୍ଯ୍ୟକ୍ରମ ଆରମ୍ଭ କରି ରାଜ୍ୟ ସରକାର ବର୍ଷକୁ 1 ଲକ୍ଷ ଶିକ୍ଷିତ ଯୁବକଙ୍କୁ ରୋଜଗାର ଦିଆଯିବ ବୋଲି ଘୋଷଣା କରିଥିଲେ । ହେଲେ ଘୋଷଣା ପରେ ସତେ ଯେମିତି ଏହି ଯୋଜନା ନାଲି ଫିତା ତଳେ ଚାପି ହୋଇରହିଯାଇଛି । ଯେଉଁଥିପାଇଁ ଏବେ ରାଜ୍ୟର ହଜାର ହଜାର ଶିକ୍ଷିତ ଯୁବକ କାମ ପାଇଁ ପଡ଼ୋଶୀ ରାଜ୍ୟକୁ ଯାଉଛନ୍ତି । ସେଇଭଳି କର୍ମ ଓ ରୋଜଗାର ଅଭାବରୁ ମାଲକାନଗିରି ବଣ୍ଡା ଘାଟିର ଶହ ଶହ ଯୁବକ ଯୁବତୀ ମଧ୍ୟ ଏବେ ପଡ଼ୋଶୀ ରାଜ୍ୟ ମୁହାଁ । ନାବାଳିକା ଓ ନାବାଳକ ବି ଅଧାରୁ ପାଠ ଛାଡି ଦାଦନ ଖଟିବାକୁ ଯାଇ ମୃତ୍ୟୁ ମୁଖରେ ପଡିବାର ନଜିର ରହିଛି ।

ଇଏ ତ ଭାତହାଣ୍ଡିରୁ କେତୋଟି। ଦିନ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ଦାଦନ ଯନ୍ତ୍ରଣାର ଏମିତି ମାଳ ମାଳ କାହାଣୀ । ଏହାକୁ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
dadana case in odisha | Argus News