ଦିନ ସାରାର ଖବର ସଂକ୍ଷେପରେ...

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡ଼ିଓ.....ବିଡ଼ିଓ ପ୍ରଦୀପ କୁମାର ସାହୁଙ୍କର ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଆଠଗଡ଼ ସମେତ ଏକକାଳୀନ ୮ ଟି ସ୍ଥାନରେ ଚଢ଼ାଉ
୨- ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର : ଦକ୍ଷତା ଓ ପଦୋନ୍ନତି ପାଇଁ ଜରୁରୀ ନୁହେଁ
୩- ସୁବର୍ଣ୍ଣପୁର ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା.... ଭୂତିଆପାଲି ଓ ଲୁତୁରପଙ୍କ ମଝିରେ ଯାଇଥିବା ଘୁଙ୍ଗି ନାଳରେ ୪ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ବୀରମହାରାଜପୁର- ଅମରପାଲିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି
୪- ଗିରଫ ହେଲେ ଯାଜପୁର ଜିଲ୍ଲା ଛାତ୍ର ବିଜେଡି ସଭାପତି ସୋମ୍ୟ ପ୍ରକାଶ ବିଶ୍ୱାଳ....ସୋସିଆଲ ମିଡିଆରେ ବିଧାୟକଙ୍କ ସମର୍ଥକଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ସୂଚନା ମିଳିଛି
୫- ଓଡିଆ ଆଇପିଏସ୍ ଅଫିସରଙ୍କୁ ବଡ ଦାୟିତ୍ୱ....ଜାମ୍ମୁକାଶ୍ମୀର ଡିଜିପି ହେଲେ ଓଡିଆ ପୁଅ ରଶ୍ମୀରଞ୍ଜନ ସ୍ୱାଇଁ
୬- ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ...ଓଡିଶାର ଖାଲି ପଡିଥିବା ଗୋଟିଏ ଆସନ ପାଇଁ ମଧ୍ୟ ପଡିବ ଭୋଟ
୭- ଅଶାନ୍ତ ହେଉଛି ବାଂଲାଦେଶ: ଦୂତାବାସ କର୍ମଚାରୀଙ୍କୁ ଫେରାଇ ଆଣିଲା ଭାରତ । ଏପେଟ ଜଳପଥରେ କଡ଼ା ପ୍ରହରା, କେନ୍ଦ୍ରାପଡ଼ା ଉପକୂଳରେ ମତ୍ସ୍ୟଜୀବୀଙ୍କ ଗତିବିଧି ଉପରେ ନଜର
୮- ଅଲିମ୍ପିକରୁ ବାଦ୍ ପଡିବା ପରେ ରେସଲର୍ ଭିନେଶ ଫୋଗଟଙ୍କ ଫଟୋ ଭାଇରାଲ, ଦେଖି ଭାଙ୍ଗି ପଡିଲେ ୧୪୦ କୋଟି ଲୋକ.....ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ଭିନେଶଙ୍କୁ ସାନ୍ତ୍ବନା ଦେଇଛନ୍ତି
୯- ଭାରତ-ଶ୍ରୀଲଙ୍କା ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ଆଜି..... ସିରିଜ ବରାବର କରିବା ପାଇଁ ମଇଦାନକୁ ଓହ୍ଲାଇଛି ଟିମ୍ ଇଣ୍ତିଆ
୧୦- ଆସୁଛି ଆଉ ଏକ ଲଘୁଚାପ....ପାଣିପାଗ ବିଭାଗ ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦେବାସହ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର