Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନ ବେଳର ଖବର ସଂକ୍ଷେପରେ

Ritu Das
Browse all articles by Ritu Das
·1 year ago·2 min read
ଦିନ ବେଳର ଖବର ସଂକ୍ଷେପରେ

ଅର୍ଗସ ବ୍ୟୁରେୋ: ଆଜି ଗାନ୍ଧୀ ଜୟନ୍ତୀ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ... ସାରା ବିଶ୍ବରେ ପହଁଚାଇଥିଲେ ସତ୍ୟ ଓ ଅହିଂସାର ବାର୍ତ୍ତା... ସେପଟେ ଜନ୍ମଜୟନ୍ତୀରେ ଲାଲ୍ ବାହାଦୂର୍ ଶାସ୍ତ୍ରୀଜୀଙ୍କୁ ମନେପକାଉଛି ଦେଶ… ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ... ଟ୍ବିଟ୍ କରି ବାପୁ ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
୨- ଆଜି ଗାନ୍ଧି ଜୟନ୍ତୀରେ ଓଡ଼ିଶାକୁ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ...ପିଏମ୍ ଜନମନ ଯୋଜନାରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିମି ରାସ୍ତା କାମ ପାଇଁ ହେବ ଶିଳାନ୍ୟାସ… ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଧରତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମର ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ
 ୩- ଆଜି ପବିତ୍ର ମହାଳୟା ଅମାବାସ୍ୟା...ପିତୃ ପୁରୁଷଙ୍କ ଶ୍ରାଦ୍ଧ ଓ ତିଳତର୍ପଣର ଦିନ...ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ ପାଇଁ ପୁରୀରେ ଭିଡ଼...ସେପଟେ ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଁ ସମଲେଶ୍ବରୀ...
୪- ବଦଳିଲା ନବମ, ଦଶମ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ….ଏଣିକି ସବୁଜ ବଦଳରେ ବାଦାମୀ ଡ୍ରେସ୍ ପିନ୍ଧିବେ ଛାତ୍ରଛାତ୍ରୀ….ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ମିଳିବ ଡ୍ରେସ୍...ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ବଣ୍ଟାଯିବ ନୂଆ ୟୁନିଫର୍ମ
୫- ସ୍ବାସ୍ଥ୍ୟବୀମା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ.... ୧ କୋଟି ପରିବାରକୁ କ୍ୟାସଲେସ୍ ଚିକିତ୍ସାର ସୁବିଧା ମିଳିବ... ଦେଶର ୨୭ ହଜାର ହସପିଟାଲରେ ହିତାଧୀକାରୀଙ୍କୁ ମିଳିପାରିବ ଚିକିତ୍ସା... ୭୦ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ବି ପାଇବେ ମାଗଣା ସ୍ବାସ୍ଥ୍ୟବୀମା ସୁବିଧା... ଆୟୁଷ୍ମାନ ଭାରତ ସହ ମିଶିବ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା... ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ମିଳିବ ମାଗଣା ବୀମା...
୬- ଆରମ୍ଭ ହେଉ ହେଉ ତାଲା ପଡ଼ିଲା। କଟକ ବାଦାମବାଡ଼ି ଜୁଡ଼ିଓ ସପିଂ ମଲକୁ ସିଲ୍ କଲା କଟକ ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମ। ସିଏମସିର ଏକାଧିକ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗରେ ଜୁଡ଼ିଓ ସପିଂ ମଲକୁ ସିଲ୍ କରିଛି ସିଏମସି। ବିଲ୍ଡିଙ୍ଗ ପ୍ଲାନ୍, ପାର୍କିଂ ନିୟମ ଉଲ୍ଲଙ୍ଘନ ସହ ଜନସାଧାରଣଙ୍କ ରାସ୍ତା ଜବରଦଖଲ କରିଛି ଏହି ସପିଂ ମଲ୍
୭- ଘନକୁହୁଡ଼ି ଯୋଗୁ ମହାରାଷ୍ଟ୍ର ପୁଣେରେ ହେଲିକପ୍ଟର ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି
୮- ଇସ୍ରାଏଲ ଉପରେ ବଡ଼ ଆଟାକ୍ କରିଛି ଇରାନ୍.....ଇସ୍ରାଏଲ ଉପରେ ବାଲାଷ୍ଟିକ୍ ମିସାଇଲ ଆକ୍ରମଣ ଆରମ୍ଭ କରିଛି ଇରାନ୍.....ଇସ୍ରାଏଲ ଉପରେ 400ରୁ ଅଧିକ ମିସାଇଲ ମାଡ କରିଛି ଇରାନ୍ ସେନା
୯- ରାମ ଚରଣଙ୍କ ‘ଗେମ ଚେଞ୍ଜର’ ଫିଲ୍ମରେ ପୁରୀ ସାହି ଯାତର ଝଲକ, ଦୁଲଦୁଲି ସହ ରହିଛି ଘୁମୁରା ନାଚ......ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ରିଲିଜ ହେବ ବହୁ ପ୍ରତିକ୍ଷୀତ ତେଲୁଗୁ ଫିଲ୍ମ ଗେମ୍ ଚେଞ୍ଜର.....ରାମଚରଣଙ୍କ ସହିତ ଓଡ଼ିଶାର ପ୍ରାୟ ଅଢ଼େଇଶହ କଳାକାର ଏଥିରେ ନୃତ୍ୟ ପରିବେଷଣ କରିଛନ୍ତି
୧୦- ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ବାବର ପାକିସ୍ତାନର ଦିନିକିଆ ଏବଂ ଟି-୨୦ର ଅଧିନାୟକ ଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Daily | Argus News