ଦିନବେଳର ଖବର ତାଜା ଖବର ସଂକ୍ଷେପରେ

ଅର୍ଗସ ବ୍ୟୁରୋ: ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ନାୟବ ସିଂ ସାଇନି ...ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ...... ମୋହନ ବି ରହିବେ ଉପସ୍ଥିତ ...
୨- ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପନ ହେବ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି... ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଭାଗୀୟ ବୈଠକରେ ବିଧିବଦ୍ଧ ନିଷ୍ପତ୍ତି... କେଉଁ ଜିଲ୍ଲାରେ କାହା ପ୍ରତିମୂର୍ତ୍ତି ସ୍ଥାପନ ହେବ, ସେନେଇ ହୋଇଛି ଚୂଡ଼ାନ୍ତ ତାଲିକା... ବରପୁତ୍ରଙ୍କ ଅବଦାନ ଚିରସ୍ମରଣୀୟ ଏବଂ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଲେ ସୂର୍ଯ୍ୟବଂଶୀ ସୂରଜ
୩- ବାସୁଦେବପୁରରୁ ମଣିଷ ଖପୁରୀ, ଦାନ୍ତ ଓ ହାଡ଼ ଉଦ୍ଧାର..... ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି
୪- ଅନୁଗୁଳ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା 12 ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ । ଏହାସହ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ କେତେକ ପାଟ୍ରୋଲିଂ ଯାନ ପ୍ରଦାନ କରାଯାଇଛି....ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଦିଆଯାଇଛି ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଭେଇକିଲ୍
୫- ବଲାଙ୍ଗିର ଗାନ୍ଧିନଗର ଶିବ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା.....ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର....ମନ୍ଦିର ସମ୍ପୂର୍ଣ୍ଣ ଧୂଳିସାତ୍ । ଫସି ରହିଥିବା ଡ୍ରାଇଭରକୁ ଉଦ୍ଧାର ପରେ ବଲାଙ୍ଗିର ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି ।
୬- ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପଦବୀ ପାଇଁ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନାମ ସୁପାରିଶ ...କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ୫୧ତମ ମୁଖ୍ୟ ବିଚାରପତି ଭାବେ ନେବେ ଦାୟିତ୍ବ... ଛଅ ମାସ ରହିବ କାର୍ଯ୍ୟକାଳ...ନଭେମ୍ବର ୧୧ରେ ଅବସର ନେବେ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ
୭- କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା...ଆସନ୍ତାକାଲି ଠାରୁ 2ଟି ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଭକ୍ତ... କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାରରେ ପ୍ରବେଶ ଏବଂ ସିଂହଦ୍ବାର ବ୍ୟତୀତ ଅନ୍ୟ 3ଟି ଦ୍ବାର ଦେଇ କରିବେ ପ୍ରସ୍ଥାନ
୮- ଚେନ୍ନାଇରେ ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କର ବିଳାସପୂର୍ଣ୍ଣ ଘର ମଧ୍ୟ ଜଳବନ୍ଦୀରେ ରହିଛି। ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି
୯- ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ବର୍ଷାରେ ସଂପୂର୍ଣ୍ଣ ଭାବେ ଧୋଇ ହୋଇଗଲା....ବେଙ୍ଗାଲୁରୁରେ ବୁଧବାର ପ୍ରବଳ ବର୍ଷା କାରଣରୁ ମ୍ୟାଚ୍ ବାତିଲ ହୋଇଥିଲା....ଗୁରୁବାର ସକାଳୁ ଆରମ୍ଭ ହେଲା ମ୍ୟାଚ
୧୦- ଓଡ଼ିଶା ଉପକୂଳରେ ବାତ୍ୟା ଆଶଙ୍କା...୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ...୨୨-୨୩ରେ ଘୂର୍ଣ୍ଣିବଳୟ ଅବପାତରେ ହୋଇପାରେ ପରିଣତ…. ରାଜ୍ୟରେ ୨୩ରୁ ୨୬ ଯାଏଁ ବର୍ଷା ସମ୍ଭାବନା
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର