Videos
|
Odisha

ଜରିପାଲ ତଳେ ଡକ୍ରିକୋଟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜରିପାଲ ତଳେ ଡକ୍ରିକୋଟ

ଅର୍ଗସ ବ୍ୟୁରୋ:  ବିକାଶ ଏଠି ପାଲଟିଛି ପ୍ରହସନ। ଏ କଥା ଆମେ କହୁନୁ ଗାଁ ର ଏ ଦୃଶ୍ୟ ବଖାଣୁଛି ପୂର୍ବ ସରକାରଙ୍କ ବିକାଶ ଧୋକା।  ଏଠି ବାଟ ଥାଇ ଵି ବାଟବଣା ହୋଇଯାଇଛି ବିକାଶ ।  ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚକଲାପଦର ଗ୍ରାମପଂଚାୟତର ଦୁର୍ଗମ ଗାଁ ଡକ୍ରିକୋଟ।  ଝରୀଗାଁ ସଦର ମହକୁମାରୁ ପାଖାପାଖି ତିରିଶି କିଲୋମିଟର ଦୂର ଏକ ଉପାନ୍ତ ଇଲାକା।  ଗାଁ କୁ ଦେଖିଲେ ଲାଗେ ବିକାଶ ଯେମିତି ଏ ଗାଁ ର ବାଟ ଭୁଲିଯାଇଛି।

ଗାଁ କହଲେ ଝାଟିାମଟିର କଚ୍ଚାଘର ମେଳି। ଯେଉଁଠି ବର୍ଷା ଆସିଲେ ଜରିପାଲ ଖୋଜାପଡେ।  ଯେଉଁଆଡେ ଦୃଷ୍ଟି ବୁଲେଇବେ କେବଳ ଦେଖାଯାଏ ଜାରିପାଲ ଘୋଡେଇ ହୋଇ ରହିଥିବା ଭଙ୍ଗା ଦଦରା ଘର। ଆଜିବି ଏଇ ଜରିପାଲ ଘୋଡାଇ ହୋଇ ଆବାସ ଅପେକ୍ଷାରେ ଗରିବ ହିତାଧିକାରୀ। ଏଠି ଆବାସ ଯୋଜନାରେ ଘର ପାଇଥିବା ଲୋକଙ୍କ ଦୁର୍ଦ୍ଧଶା ମଧ୍ୟ ତଦ୍ରୁପ। ଘର ସିନା ହିତାଧିକାରୀଙ୍କୁ ମିଳିଲା ହେଲେ କାର୍ଯ୍ୟାଦେଶ ଠିକାଦାର ହାତରେ, ଠିକାଦାର ଜରିଆରେ ନିର୍ମାଣଧୀନ ଏହି ଆବାସ ଗୃହ ଗୁଡିକ କିଛି ଅଧା ଅଧୁରା ହୋଇ ବର୍ଷବର୍ଷ ଧରି ପଡି ରହିଛି ତ କିଛି ଘରର କାମ ଆରମ୍ଭ ହୋଇନି।

ଗାଁରେ ଆଜକୁ ତିନି ଚାରିବର୍ଷ ହେବ ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରାଯାଇଛି। ହେଲେ ତାହାଵି ଅଧାଅଧୁରା ହୋଇ ପଡି ରହିଛି। ଫଳରେ ପିଲାଙ୍କ ପାଠପଢା ହେଉ କି ଟୀକାକାରଣ ହେଲପର ଙ୍କ ଘରେ କରାଯାଉଛି। ସେଭଳି ଗାଁରେଥିବା ବିଦ୍ୟାଳୟ କଥା ନ କହିବା ଭଲ। ରକ୍ଷଣାବେକ୍ଷଣ ଅଭାବରୁ ଏବେ ସ୍କୁ ସୃଷ୍ଟି କରୁଛି ଭୂତ କୋଠିର ଭ୍ରମ ଏବଂ ପ୍ରଥାମିକ ଶିକ୍ଷାରୁ ବଞ୍ଚିତ ଡକ୍ରିକୋଟର ଶିଶୁ।

ଗାଁରେ ଟେଲିଫୋନ ଟାୱାର ଅଛି ହେଲେ ନିର୍ମାଣ ପରଠୁ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ। ସେଭଳି ଜଳ ଯୋଗାଣ ପାଇଁ ପାଣି ଟାଙ୍କି ଅଛି ହେଲେ ବିଦ୍ୟୁତ ସମସ୍ୟ ଯୋଗୁଁ ଲୋକେ ପିଇବା ପାଣି ପାଇ ପାରୁ ନାହାନ୍ତି। ଏଭଳି ବର୍ଷ ବର୍ଷ ଧରି ସମସ୍ୟା ଭିତରେ ବଞ୍ଚିବା ପାଇଁ ଗ୍ରାମ କରୁଛନ୍ତି  ଡକ୍ରିକୋଟବାସୀ। ଆଶା ସରକାର ଗୁହାରି ସୁଣିବେ ଆଉ ଏ ଯୋଜନା ଖାଲି ଲୋକ ଦେଖାଣିଆ ହେବନି ଲୋକେ ପାଇବେ ଏହାର ଲାଭ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

dakrikot under the polythene | Argus News