Videos
|
Odisha

Dana Majhi / ୧୦ ବର୍ଷ ପରେ ପୁଣି ଚର୍ଚ୍ଚାରେ ଦାନ ମାଝୀ, ଥାନାର ହେଲେ ଦ୍ଵାରସ୍ଥ

Sushanta Sahoo
Browse all articles by Sushanta Sahoo
·1 month ago·2 min read
୧୦ ବର୍ଷ ପରେ ପୁଣି ଚର୍ଚ୍ଚାରେ ଦାନ ମାଝୀ, ଥାନାର ହେଲେ ଦ୍ଵାରସ୍ଥ
Odisha's Dana Majhi Returns to Spotlight

Key Points

୧୦ ବର୍ଷ ପରେ ବି ଦାନ ମାଝୀଙ୍କୁ ନେଇ ଚର୍ଚ୍ଚା ଥମିନି । ସେଦିନ ଦାନ ମାଝୀ ସ୍ତ୍ରୀର ଶବକୁ ବୋହି ଚର୍ଚ୍ଚାକୁ ଆସିଥିଲେ । ଆଉ ଆଜି ଥାନାର ଦ୍ଵାରସ୍ଥ ହୋଇ ପୁଣି ଥରେ ଚର୍ଚ୍ଚିତ ହୋଇଛନ୍ତି ।
ପାଟଣାଗଡ଼ (ବଲାଙ୍ଗିର): ସେଦିନ ରାସ୍ତାରେ ସ୍ତ୍ରୀର ଶବକୁ କାନ୍ଧେଇ ଚାଲୁଥିଲେ ଦାନ ମାଝୀ । ସାଙ୍ଗରେ ଥିଲା ୧୨ ବର୍ଷର ଝିଅ । କଳାହାଣ୍ଡିର ସେଇ ଲୋମଟାଙ୍କୁରା ଦୃଶ୍ୟ ଆଜି ବି ମନକୁ ବିଚଳିତ କରେ । ଇତିମଧ୍ୟରେ ସେହି ଘଟଣାକୁ ୧୦ ବର୍ଷ ବିତିଲାଣି । ଗରିବର କୁଡ଼ିଆ ଘରୁ ବାହାରି ବଦଳି ଗଲାଣି ଦାନ ମାଝୀଙ୍କ ଜୀବନ ।

କିନ୍ତୁ ଘଟଣାର ୧୦ ବର୍ଷ ପରେ ବି ଦାନ ମାଝୀଙ୍କୁ ନେଇ ଚର୍ଚ୍ଚା ଥମିନି । ସେଦିନ ଦାନ ମାଝୀ ସ୍ତ୍ରୀର ଶବକୁ ବୋହି ଚର୍ଚ୍ଚାକୁ ଆସିଥିଲେ । ଆଉ ଆଜି ଥାନାର ଦ୍ଵାରସ୍ଥ ହୋଇ ପୁଣି ଥରେ ଚର୍ଚ୍ଚିତ ହୋଇଛନ୍ତି । ବର୍ଷ ବଦଳିଛି, ସ୍ଥାନ ବଦଳିଛି କିନ୍ତୁ ସେ ଦିନର ସେ ଘଟଣାକୁ ଆଜି ବି ଭୁଲି ପାରିନାହାନ୍ତି ଦାନ ମାଝୀ ।

ଏଥିସହ ପଢ଼ନ୍ତୁ: ଲଗାଣ ବର୍ଷାରେ ବେହାଲ ରାଜ୍ୟର ଅନେକ ଅଞ୍ଚଳ, ପୂର୍ବରୁ ପଶ୍ଚିମ ସବୁଠି ଜଳବନ୍ଦୀ ସ୍ଥିତି 

ଏବେ ଦାନ ମାଝୀ ଅଭିଯୋଗ କରିଛନ୍ତି ଯେ, "ମୋ ବିନା ଅନୁମତିରେ ଏକ କ୍ଷୁଦ୍ର ଫିଲ୍ମ କରାଯାଇଛି । ଯେଉଁଥିରେ ୧୦ ବର୍ଷ ତଳେ ମୁଁ ଅଙ୍ଗେ ନିଭାଇଥିବା ଘଟଣା ଓ ଦୁର୍ଦ୍ଦଶାକୁ ଚିତ୍ରଣ କରାଯାଇଛି । ଯାହା ମୋତେ ଆଘାତ ଦେଇଛି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏନେଇ ଦାନ ମାଝୀ ସୋମବାର ପାଟଣାଗଡ଼ରେ ତାଙ୍କ ଓକିଲଙ୍କ ସହ ପହଞ୍ଚିଛନ୍ତି । ପ୍ରଥମେ କୋର୍ଟକୁ ଯାଇ ଓକିଲଙ୍କ ସହ ଆଲୋଚନା କରିବା ପରେ ଥାନାରେ ଏତଲା ଦେଇଛନ୍ତି ଦାନ ମାଝୀ । ସମ୍ବଲପୁରୀ ଫିଲ୍ମ ପ୍ରଯୋଜକ ମନୋଜ ବାଗଙ୍କ ନାଁରେ ଦାନ ମାଝୀ ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି ।

ଏତଲା ନେଇ ଦାନ ମାଝୀଙ୍କ ଓକିଲ କହିଛନ୍ତି, "ଦାନ ମାଝୀଙ୍କ ସହ ଯାହା ଘଟିଛି ତାକୁ ନେଇ ଆମେ ଦାନ ମାଝୀ ଦି ଟ୍ରାଜିକ୍ ଇନ୍ସିଡେଣ୍ଟ ନାମକ ସିନେମା କରିଛୁ । ଯାହା ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । କିନ୍ତୁ ଏବେ ସମ୍ବଲପୁରର ଜଣେ ବ୍ୟକ୍ତି ୩୫ ମିନିଟ୍‌ରେ ଡକ୍ୟୁମେଣ୍ଟାରି ତିଆରି କରି ବିଭିନ୍ନ ଫେଷ୍ଟିଭାଲ୍‌କୁ ପଠାଇଛନ୍ତି ।"

ଏଥିସହ ପଢ଼ନ୍ତୁ: ଭୀମ ଭୋଇ ମେଡିକାଲ କଲେଜରେ ଅସ୍ତ୍ରୋପଚାର, ଛାତିରୁ ବାହାରିଲା କୋଦାଳ 

ସେ ଆହୁରି କହିଛନ୍ତି, "ଆମେ କାମ କରିଥିବା ସିନେମାରୁ ୪୦୦ରୁ ଅଧିକ ଲୋକ କାମ କରିଛନ୍ତି । ଅନେକ ପରିଶ୍ରମ କରିଛୁ । ଦାନ ମାଝୀଙ୍କ ସହ ଓଡ଼ିଶାର ଅନ୍ୟ ଘଟଣା ମଧ୍ୟ ଚିତ୍ରଣ କରିଛୁ । ୩୫ ମିନିଟ୍‌ର ଫିଲ୍ମ ପାଇଁ ସେ ଦାନ ମାଝୀଙ୍କ ଠାରୁ କୌଣସି ଅନୁମତି ନେଇ ନାହାନ୍ତି ।"

ଏନେଇ ଦାନ ମାଝୀ ପାଟଣାଗଡ଼ ଥାନାର ଦ୍ଵାରସ୍ଥ ହୋଇ ଏତଲା ଦେଇଛନ୍ତି । ସମ୍ବଲପୁରୀ ଫିଲ୍ମ ପ୍ରଯୋଜକ ମନୋଜ ବାଗଙ୍କ ନାଁରେ ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି ଦାନ ମାଝୀ । ତେବେ ଦାନ ମାଝୀ ଆଣିଥିବା ଅଭିଯୋଗ ନେଇ ମନୋଜ ବାଗଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
Dana Majhi Files Police Complaint Over Short Film 10 Years After Kalahandi Tragedy | Argus News | Argus News