Strategic Oil Reserve / ଚଣ୍ଡିଖୋଲରେ ଖୁବଶୀଘ୍ର ଅଶୋଧିତ ତୈଳ ସଂରକ୍ଷଣ ପ୍ରକଳ୍ପ,ପ୍ରକଳ୍ପ ପାଇଁ ଉଦ୍ୟମ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
·2 hours ago·2 min read

Key Points
ଚଣ୍ଡିଖୋଲରେ ଖୁବଶୀଘ୍ର ଅଶୋଧିତ ତୈଳ ସଂରକ୍ଷଣ ପ୍ରକଳ୍ପ
ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଦେଶର ସର୍ବବୃହତ୍ ପ୍ରକଳ୍ପ
ପ୍ରାୟ ୮୭୪୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ପ୍ରକଳ୍ପ
ପ୍ରକଳ୍ପ ପାଇଁ ଉଦ୍ୟମ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର, ୧୧/୪ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀଠାରେ ନିର୍ମାଣ ହେବାକୁ ଥିବା ଦେଶର ସର୍ବବୃହତ୍ ଅଶୋଧିତ ତୈଳ ସଂରକ୍ଷଣ ପ୍ରକଳ୍ପ (ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭସ ଲିମିଟେଡ୍ ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ। ଡଙ୍କାରୀ ମୌଜାର ଚିହ୍ନଟ ହୋଇଥିବା ଚାରିଶହ ଏକର ଜମି ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସରେ ଇଡକୋ ସହିତ ଲିଜ୍ ଡିଡ୍ ପ୍ରକ୍ରିୟା ସରିଛି। ପ୍ରାୟ ୮୭୪୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ୪ ମିଲିୟନ୍ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ସଂରକ୍ଷଣ କରାଯାଇ ପାରିବ। ଏଥିରେ ପାଖାପାଖି ପ୍ରାୟ ୫ ହଜାର ଲୋକ ପାଇଁ ନିଯୁକ୍ତି ପାଇପାରିବେ ଏହାସହ ଅନ୍ୟାନ୍ୟ ଆନୁଷଙ୍ଗିକ ଶିଳ୍ପ ମଧ୍ୟ ଗଢ଼ି ଉଠିବ।
ଏହି ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୨୦୧୮ରୁ ଉଦ୍ୟମ ଆରମ୍ଭ କରିଥିଲେ। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ ପ୍ରଧାନ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜୁନ ୨୭ ତାରିଖ ୨୦୧୮ରେ କେନ୍ଦ୍ର କ୍ୟାବିନେଟ୍ରେ ଏହାକୁ ଅନୁମୋଦନ କରାଯାଇଥିଲା। ମାତ୍ର ତତ୍କାଳୀନ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଏହି ପ୍ରକଳ୍ପ ନିର୍ମାଣ ପାଇଁ ସେତେଟା ଆଗ୍ରହ ଦେଖାଇନଥିଲ। ଫଳରେ ପ୍ରକଳ୍ପରେ ବିଳମ୍ବ ଘଟିଥିଲା। ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୧୮ ଡିସେମ୍ବର ୭ ତାରିଖରେ ଚିଠି ଲେଖିବା ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୫.୩.୨୦୨୬ରେ ଶ୍ରୀ ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ। ଫଳରେ ଇପିକଲ ଓ ଆଇଏସ୍ପିଆରଏଲ୍ ମଧ୍ୟରେ ଏକ ରାଜିନାମା (ଏମ୍ଓୟୁ) ସ୍ବାକ୍ଷର ହୋଇଥିଲା।
ପଢନ୍ତୁ ଏହି ଖବର: ପେଟ୍ରୋଲିୟମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଗତ ଦଶ ବର୍ଷ ମଧ୍ୟରେ ମୋଦି ସରକାରଙ୍କ ସଙ୍କଳ୍ପ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଓଡ଼ିଶାରେ ପେଟ୍ରୋଲିୟମ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ହୋଇଛି । କିନ୍ତୁ ପୂର୍ବ ସରକାରଙ୍କ ଅସହଯୋଗ ଯୋଗୁଁ ପ୍ରକଳ୍ପ ଗୁଡିକର କ୍ରିୟାନ୍ବୟନରେ ବାଧା ଉପଜୁଥିଲା । ଓଡିଶାରେ ଡବଲ ଇଂଜିନ ସରକାର ସହ ଦୂର ହୋଇଛି ବାଧା ।
ଚଣ୍ଡିଖୋଲର ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଆଗାମୀ ଦିନରେ ପ୍ରତିରକ୍ଷା କବଚ ଭାବେ କାର୍ଯ୍ୟ କରିବା ସହ ଦେଶର ତୈଳ ଆବଶ୍ୟକତାକୁ ସୁରକ୍ଷିତ ରଖିବ ବୋଲି କହିଛନ୍ତି ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଓ ଧର୍ମଶାଳା ବିଧାୟକ ହିଂମାଂଶୁ ସାହୁ। ଏହାକୁ ନେଇ ଏବେ ସ୍ଥାନୀୟ ଜନସାଧାରଣ ବେଶ ଉତ୍ସାହିତ ହୋଇଛନ୍ତି। ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶା ଓ ଯାଜପୁର ଜିଲ୍ଲାର ଅର୍ଥନୈତିକ ବିକାଶ ହେବ ବୋଲି ସ୍ଥାନୀୟ ବୁଦ୍ଦିଜୀବୀ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories