Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Oil reserve project / ପେଟ୍ରୋଲିୟମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Bikash Mohanty
Browse all articles by Bikash Mohanty
·3 months ago·2 min read
ପେଟ୍ରୋଲିୟମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Oil reserve

Key Points

ପଶ୍ଚିମ ଏସିଆରେ ଭୟଙ୍କର ଯୁଦ୍ଧ ଯୋଗୁଁ ବିଶ୍ବରେ ସଂକଟ
ଦେଶର ଶକ୍ତି ସୁରକ୍ଷାକୁ ସୁରକ୍ଷିତ ରଖିବା ସବୁଠାରୁ ବଡ଼ ପ୍ରାଥମିକତା
ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ କ୍ଷମତା ବୃଦ୍ଧି ପାଇଁ ଯୋଜନା
ଚଣ୍ଡିଖୋଲର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ତ୍ବରାନ୍ବିତ ପାଇଁ ଚିଠି
ପେଟ୍ରୋଲିୟମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର ୨୬/୦୩ :  ସଙ୍କଟ ସମୟରେ ଶକ୍ତି ସୁରକ୍ଷାକୁ ପ୍ରାଥମିକତା। ଯାଜପୁର ଚଣ୍ଡିଖୋଲରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଏନେଇ ପେଟ୍ରେଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟି ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ପ୍ରକଳ୍ପର ଜରୁରୀକାଳୀନତା ଓ ଗୁରୁତ୍ବକୁ ଦୃଷ୍ଟିରେ ରଖି ଏହାକୁ ଶୀଘ୍ର କାର୍ଯ୍ୟକ୍ରମ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ୮,୭୪୩ କୋଟି ବ୍ୟୟରେ ହେବାକୁ ଥିବା ଚଣ୍ଡିଖୋଲ SPR ପ୍ରକଳ୍ପ ବିଶ୍ବର ସର୍ବବୃହତ୍ ଭୂତଳ ଅଶୋଧିତ ତୈଳ ଭଣ୍ଡାର ହେବ । ୫ ହଜାରରୁ ଅଧିକ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଆନୁଷଙ୍ଗିକ ଶିଳ୍ପକୁ ପ୍ରୋତ୍ସାହନ ସହ ପେଟ୍ରୋଲିୟମ ହବ୍ ଭାବେ ପାରାଦୀପର ଭୂମିକାକୁ ଆହୁରି ସୁଦୃଢ କରିବ । ଏହି ଭଣ୍ଡାର ସଂକଟ ସମୟରେ ଦେଶ ପାଇଁ ଏକ ପ୍ରତିରକ୍ଷା କବଚ ସଦୃଶ କାର୍ଯ୍ୟ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗ ଦର୍ଶନରେ ଦେଶର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ କ୍ଷମତା ବୃଦ୍ଧି ପାଇଁ ଯୋଜନା ହୋଇଛି । ଯାହା ସଙ୍କଟ ସମୟରେ ବଫର ଷ୍ଟକ ଭାବେ କାର୍ଯ୍ୟ କରିବ । ଏଥିପାଇଁ ୨୦୧୮ରେ ଚଣ୍ଡିଖୋଲରେ ୪ମିଲିୟନ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପେଟ୍ରୋଲିୟମ୍ ରିଜର୍ଭ ପାଇଁ ଅନୁମୋଦନ ହୋଇଥିଲା । ୨୦୨୫ ଏପ୍ରିଲ ୮ରେ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହୋଇଥିଲା MOU । ୨୦୧୮ ଡିସେମ୍ବର ୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରକଳ୍ପର ଗୁରୁତ୍ବ ବିଷୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବଗତ କରାଇଥିଲେ ମଧ୍ୟ ବିଜେଡି ସରକାର ଏହାକୁ କର୍ଣ୍ଣପାତ କରି ନଥିଲେ । ଗତ ଦଶ ବର୍ଷ ମଧ୍ୟରେ ମୋଦି ସରକାରଙ୍କ ସଙ୍କଳ୍ପ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଓଡ଼ିଶାରେ ପେଟ୍ରୋଲିୟମ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ହୋଇଛି । କିନ୍ତୁ ପୂର୍ବ ସରକାରଙ୍କ ଅସହଯୋଗ ଯୋଗୁଁ ପ୍ରକଳ୍ପ ଗୁଡିକର କ୍ରିୟାନ୍ବୟନରେ ବାଧା ଉପଜୁଥିଲା । ଓଡିଶାରେ ଡବଲ ଇଂଜିନ ସରକାର ସହ ଦୂର ହୋଇଛି ବାଧା ।

ଚଣ୍ଡିଖୋଲର ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଆଗାମୀ ଦିନରେ ପ୍ରତିରକ୍ଷା କବଚ ଭାବେ କାର୍ଯ୍ୟ କରିବା ସହ ଦେଶର ତୈଳ ଆବଶ୍ୟକତାକୁ ସୁରକ୍ଷିତ ରଖିବ ବୋଲି କହିଛନ୍ତି ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଓ ଧର୍ମଶାଳା ବିଧାୟକ ହିଂମାଂଶୁ ସାହୁ। 

ଏଥିସହ ପଢ଼ନ୍ତୁ: LPG ବିତରଣ ସହଜ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Oil reserve project | Dharmendra Pradhan Pushes for Strategic Petroleum Reserve Project in Chandikhol Jajpur | Argus News