Videos
|
Odisha

Dara Singh Release Case / ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି, ସମୟ ମାଗିଲେ ଦାରାଙ୍କ ଓକିଲ

Bikash Mohanty
Browse all articles by Bikash Mohanty
·45 mins ago·2 min read
ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି, ସମୟ ମାଗିଲେ ଦାରାଙ୍କ ଓକିଲ
Dara Singh

Key Points

ପୁଣି ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି
SSRBର ରିପୋର୍ଟକୁ ଅଧ୍ୟୟନ ପାଇଁ ସମୟ ମାଗିଲେ ଦାରାଙ୍କ ଓକିଲ
ଆଉ ୩ ସପ୍ତାହ ପରେ ଶୁଣାଣି ପାଇଁ ତାଲିକାଭୁକ୍ତ କଲେ କୋର୍ଟ
ନୂଆଦିଲ୍ଲୀ, ୧୭/୦୯: ପୁଣି ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି । ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ରିପୋର୍ଟକୁ ଅଧ୍ୟୟନ ପାଇଁ ସମୟ ମାଗିଲେ ଦାରା ସିଂଙ୍କ ଓକିଲ । ଆଉ ୩ ସପ୍ତାହ ପରେ ଶୁଣାଣି ପାଇଁ ତାଲିକାଭୁକ୍ତ କଲେ କୋର୍ଟ । ରିପୋର୍ଟକୁ ଯାଞ୍ଚ କରିବା ପରେ ପକ୍ଷକାରୀମାନେ ନୂଆ ଆବେଦନ, ସଂଶୋଧନ କିମ୍ବା ବିସ୍ତୃତ ଯୁକ୍ତି ରଖିପାରିବେ । ଅନ୍ୟପଟେ ରେମିଶନ୍ ପ୍ରସଙ୍ଗରେ ଜେଲ୍ ଭିତରେ ବନ୍ଦୀଙ୍କ ଆଚରଣ, ବୟସ, ପରିବାରିକ ପୃଷ୍ଠଭୂମି ଏବଂ ସମାଜ ପାଇଁ ସମ୍ଭାବ୍ୟ ବିପଦ ଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରାଯାଇଥାଏ । ତେଣୁ ୩ ସପ୍ତାହ ପରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।

ଏହା ପୂର୍ବରୁ ଆଗୁଆ ମୁକ୍ତି ପାଇଁ ହୋଇଥିବା ଆବେଦନ ଖାରଜ କରିଥିଲେ ଓଡ଼ିଶା ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ( ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ) । ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ଓରଫ୍ ରବୀନ୍ଦ୍ର କୁମାର ପାଳଙ୍କ ଅଗ୍ରୀମ ମୁକ୍ତି ଆବେଦନକୁ ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଖାରଜ କରିଦେଇଥିଲେ।

ଗତ ୩୧ ତାରିଖରେ ହୋଇଥିବା ବୈଠକରେ ଖାରଜ କରାଯାଇଥିବା ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବୈଠକର ନିଷ୍ପତ୍ତି ନେଇ ରାଜ୍ୟ ଗୃହ ବିଭାଗକୁ ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଅବଗତ କରିଛି । ଏହି ନିଷ୍ପତ୍ତି ଦ୍ବାରା ଜେଲରୁ ଦାରା ସିଂଙ୍କ ମୁକ୍ତି ଆଶା କ୍ଷୀଣ ହୋଇଛି।

ପଢନ୍ତୁ ଏହି ଖବର: ପୁରୀରେ ଖଜା ଦୋକାନ ଓ ଗୋଦାମରେ ବଡ଼ ଧରଣର ରେଡ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାଯୋଗ୍ୟ ଯେ, ୧୯୯୯ ମସିହାର ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ପୋଡି ହତ୍ୟା କରିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଦାରା ସିଂ । ପ୍ରଥମେ ତାଙ୍କୁ ଟ୍ରାଏଲ କୋର୍ଟରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ପରବର୍ତ୍ତି ସମୟରେ ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ଦାରା ସିଂ ଦୀର୍ଘ ୨୬ ବର୍ଷରୁ ଅଧିକ ସମୟ ଜେଲରେ କାଟି ସାରିଛନ୍ତି। ନିଜ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଦାରା ସିଂ ଆବେଦନ କରିଥିଲେ।

ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ସରକାରଙ୍କ ଦଣ୍ଡ ସମୀକ୍ଷା ବୋର୍ଡ ଦାରାଙ୍କୁ ଜେଲରୁ ଶୀଘ୍ର ମୁକ୍ତ କରିବାକୁ ଖାରଜ କରିଛି। ଫଳରେ ସେ ସହଜରେ ଜେଲରୁ ମୁକୁଳି ପାରିବେ ନାହିଁ। ଅନ୍ୟପକ୍ଷରେ ଦାରା ସିଂଙ୍କ ମୁକ୍ତି ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟରେ ହେବାକୁ ଅଛି।