Videos
|
Odisha

Raid on Khaja Shops / ପୁରୀରେ ଖଜା ଦୋକାନ ଓ ଗୋଦାମରେ ବଡ଼ ଧରଣର ରେଡ୍

Bikash Mohanty
Browse all articles by Bikash Mohanty
·2 hours ago·2 min read
ପୁରୀରେ ଖଜା ଦୋକାନ ଓ ଗୋଦାମରେ ବଡ଼ ଧରଣର ରେଡ୍
Raid In Khaja shop

Key Points

ପୁରୀରେ ଖଜା ଦୋକାନ ଉପରେ ଜୋରଦାର ଚଢାଉ
ଶ୍ରୀମନ୍ଦିର ଚତୁଃପାଶ୍ୱରେ ଚାଲିଛି ଜୋରଦାର ଚଢାଉ
ମହାନଗର ନିଗମ ଓ ପୋଲିସ ତରଫରୁ ମିଳିତ ଚଢ଼ାଉ
ପୁରୀ,୧୭/୦୯: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀରେ ଖଜାର ମାନ ଓ ଖାଦ୍ୟ ସୁରକ୍ଷାକୁ ନେଇ ଆକ୍ସନ୍‌ ମୋଡ୍‌ରେ ପ୍ରଶାସନ। ଖଜା ଦୋକାନ ଉପରେ ଚାଲିଛି ଜୋରଦାର ଚଢାଉ। ପୁରୀ ମହାନଗର ନିଗମ ଓ ପୁଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ଖଜା ଦୋକାନ ଓ ଖଜା ଗୋଦାମରେ ଚଢାଉ କରାଯାଉଛି। ବିଶେଷକରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ଉତ୍ତର ପାର୍ଶ୍ୱ ମଠ ନିକଟ, ଶ୍ରୀସେତୁ ନିକଟ ସମେତ ବିଭିନ୍ନ ଅଞ୍ଚଳରେ ଚାଲିଛି ଯାଞ୍ଚ। ଖଜା ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଖାଦ୍ୟର ମାନ ଠିକ୍‌ ରହୁଛି କି ନାହିଁ, ତାହା ଯାଞ୍ଚ କରୁଛି ଟିମ୍‌।

ଖଜା ପ୍ରସ୍ତୁତି ସମୟରେ ଅପମିଶ୍ରଣ କରାଯାଉଛି କି ନାହିଁ, ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ତିଆରି ହେଉଛି କି ନାହିଁ ଏବଂ ଖାଦ୍ୟ ସୁରକ୍ଷା ନିୟମ ପାଳନ ହେଉଛି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି। ଯାଞ୍ଚ ସମୟରେ କୌଣସି ଦୋକାନରେ ଅପମିଶ୍ରିତ ଖଜା କିମ୍ବା ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟ ନଜରକୁ ଆସିଲେ, ତୁରନ୍ତ ତାହାକୁ ଜବତ କରାଯାଉଛି। ଜବତ ଖଜାକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ମହାନଗର ନିଗମକୁ ହସ୍ତାନ୍ତର କରାଯାଉଛି।

ଶ୍ରୀଜଗନ୍ନାଥଙ୍କ ଧାମକୁ ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ଭକ୍ତ ଆସୁଥିବା ବେଳେ ପୁରୀର ଖଜାର ରହିଛି ସ୍ୱତନ୍ତ୍ର ଚାହିଦା। ଭକ୍ତମାନେ ଏଠାରୁ ଖଜା କିଣି ନିଜ ପରିବାର ଓ ସମ୍ପର୍କୀୟଙ୍କ ପାଇଁ ନେଇଥାନ୍ତି। ତେଣୁ ଖଜାର ଗୁଣବତ୍ତା ଏବଂ ପ୍ରସ୍ତୁତିରେ ସ୍ୱଚ୍ଛତାକୁ ନେଇ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏହି ମିଳିତ ଚଢାଉରେ ପୁଲିସ ଓ ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀମାନେ ସାମିଲ ହୋଇଛନ୍ତି। ଚଢାଉ ସମୟରେ ଦୋକାନରେ ଖଜା କେଉଁ ପରିବେଶରେ ପ୍ରସ୍ତୁତ ହେଉଛି, କେଉଁ ସାମଗ୍ରୀ ବ୍ୟବହାର କରାଯାଉଛି ଏବଂ ଖାଦ୍ୟର ମାନ କିଭଳି ରହିଛି, ତାହା ଯାଞ୍ଚ କରାଯାଉଛି।

ପଢନ୍ତୁ ଏହି ଖବର: ଫଳ ଉପରେ କେମିକାଲ ବ୍ୟବହାର ପଡ଼ିଲା ମହଙ୍ଗା, ୨୦ କେଜି କଦଳୀ ଜବତ, ଜରିମାନା ଲାଗୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏନେଇ ପୁରୀ ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ ବେଦଶ୍ରୀ ସାହୁଙ୍କ ପକ୍ଷରୁ ପ୍ରତିକ୍ରିୟା ନିଆଯାଇଛି। ପ୍ରଶାସନର ଏହି ଚଢାଉ ପରେ ଖଜା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବା ସହ ନିୟମ ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସଙ୍କେତ ମିଳିଛି। ଶ୍ରୀମନ୍ଦିର ନିକଟରେ ଭକ୍ତଙ୍କୁ ଦିଆଯାଉଥିବା ଖାଦ୍ୟ ସୁରକ୍ଷିତ, ସ୍ୱଚ୍ଛ ଓ ଗୁଣବତ୍ତାସମ୍ପନ୍ନ ରହିବା ଉପରେ ଏହି ଚଢାଉ ମାଧ୍ୟମରେ ପ୍ରଶାସନ ଗୁରୁତ୍ୱ ଦେଇଛି।

ଗତ ୧୪ ତାରିଖରେ ପୁରୀର ଫଳ ବଜାରରେ ହୋଇଥିଲା ଜୋରଦାର ଯାଞ୍ଚ। ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରିଥିଲା ଖାଦ୍ୟ ନିରାପତ୍ତା ବିଭାଗ। କୃତ୍ରିମ ଉପାୟରେ ଫଳ ପଚାଇବା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଫଳ ସଂରକ୍ଷଣ ଅଭିଯୋଗରେ ପୁରୀର ବିଭିନ୍ନ ଫଳ ଗୋଦାମ ଓ ଦୋକାନରେ ଚଢ଼ାଉ କରାଯାଇଥିଲା। ପୁରୀରେ ୨୦ କିଲୋଗ୍ରାମ କଦଳୀ ଜବତ କରାଯାଇ ନଷ୍ଟ କରାଯାଇଥିଲା। ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ପୁରୀ ମହାନଗର ନିଗମ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ଯାଞ୍ଚ କରାଯାଇଥିଲା । ବଡ଼ଶଙ୍ଖ, ରେଡକ୍ରସ ରୋଡ୍‌ ଓ ମାର୍କେଟ ଛକ ଅଞ୍ଚଳରେ ଥିବା ବିଭିନ୍ନ ଫଳ ଗୋଦାମ, ଖୁଚୁରା ଫଳ ବିକ୍ରେତା ଓ ମିଠା ଦୋକାନରେ ଟିମ୍‌ ପକ୍ଷରୁ ଯାଞ୍ଚ କରାଯାଇଥିଲା।