Anasara Rituals / ପହଞ୍ଚିଲା ଦଶମୂଳ, ରାଜବୈଦ୍ୟଙ୍କ ଉପଚାରରେ ସୁସ୍ଥ ହେବେ ମହାପ୍ରଭୁ
·2 months ago·2 min read

Key Points
ଆଜି ଅଣସରର ତ୍ରୟୋଦଶ ଦିନ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଖଳି ଲାଗି ହେବ
ବିଶ୍ୱନୀୟନ୍ତା ଜ୍ୱରରୁ ଉଠି ସମ୍ପୂର୍ଣ୍ଣ ସୁସ୍ଥ ହେବେ
ସ୍ନାନପୂର୍ଣ୍ଣିମାରୁ ଅଣସର ଘରେ ଅସୁସ୍ଥ ଅଛନ୍ଥିତି ଚତୁର୍ଦ୍ଧାମୂର୍ତ୍ତି
ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି

ପୁରୀ,୧୧/୦୭: ଆଜି ଅଣସରର ତ୍ରୟୋଦଶ ଦିନ । ଏକାଦଶୀ ତିଥି ।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଖଳି ଲାଗି ହେବାର ରହିଛି ପରମ୍ପରା ।ତେବେ ସାରା ବିଶ୍ୱବାସୀଙ୍କ ପାଇଁ ଖୁସିର ଖବର।ବିଶ୍ୱନୀୟନ୍ତା ଜ୍ୱରରୁ ଉଠି ସମ୍ପୂର୍ଣ୍ଣ ସୁସ୍ଥ ହେବେ ଓ ଘଣ୍ଟଘଣ୍ଟା କାହାଳୀ ବାଜିବ।ମଣିମା ଡାକ ମଧ୍ୟ ଶୁଭିବ। ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତି ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି।
ଦଶମୀରେ ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ । ଆଜି ଖଳିଲାଗି ଏକାଦଶୀ । ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହେବେ । ଚାରିଦିନ ଧରି ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧିରେଧିରେ ଜ୍ୱରରୁ ଉପଶମ ହୋଇଛନ୍ତି ମହାପ୍ରଭୁ । ଦୀର୍ଘ ୯ ଦିନ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ବିଶ୍ରାମ ନେଉଥିବା ଶ୍ରୀଜୀଉ ଗତକାଲି ଉଠି ବସିଛନ୍ତି ।
ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯିବ।ଏହାପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଗତକାଲି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଦଶମୂଳ ମୋଦକ ଶ୍ରୀମନ୍ଦିରରେ ଆସି ପହଞ୍ଚିଥିଲା । ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି ।
ତେବେ ଆଜି ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର , କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି । ଆଜି ମହାପ୍ରଭୁ ବାରଲାଗି ଖଣ୍ଡୁଆପାଟ ପରିଧାନ କରିବେ । ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ ।ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ।
ପଢନ୍ତୁ ଏହି ଖବର: ମାମୁ ଘରୁ ଶ୍ରୀମନ୍ଦିରକୁ ଗଲା ଅଣସର ଭାର, ଶ୍ରୀଜିଉଙ୍କୁ ଲାଗି କରିବେ ଦଇତାପତି ସେବାୟତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଣସର ୧୨ଦିନ ଧରି ଜ୍ୱର ଯୋଗୁଁ ଘଣ୍ଟ ବାଜିବା ବନ୍ଦ ରହିଥିଲା । ଆଜି ଖଳି ଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି । ଏକାଦଶୀ ତିଥିର ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବାର ବିଧି ରହିଛି ।ଆସନ୍ତାକାଲି ଅଣସର ଦ୍ୱାଦଶୀରେ ଶ୍ରୀନହରକୁ ରାଜପ୍ରସାଦ ବିଜେ କରିବ ଏବଂ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ।
ଗତକାଲି ପ୍ରାଚୀ କ୍ଷେତ୍ର ନିଆଳିରୁ ଶ୍ରୀକ୍ଷେତ୍ର ଗଲା ଅଣସର ଭାର। ଜ୍ଵରରେ ପୀଡ଼ିତ ତିନି ଠାକୁର ଧୀରେ ଧୀରେ ସୁସ୍ଥ ହେଉଛନ୍ତି।ଏଥିପାଇଁ ମାମୁ ଘର ନିଆଳି ମାଧବରୁ ଭଣଜା ଘରକୁ ଗଲା ଅଣସର ଭାର। ଆମ୍ବ, ପଣସ, ସେଉ, ଅଙ୍ଗୁର ବିଭିନ୍ନ ପ୍ରକାର ଫଳ ମୂଳ ସହ ଘିଅ, ଝୁଣା, ଚନ୍ଦନ କାଠ ଦିବ୍ୟ ସାମଗ୍ରୀ ଅଣସର ଭାରରେ ଶ୍ରୀମନ୍ଦିର ଯାଇଛି।

Related Topics
Explore more stories