Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୋହୂର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Banajyotshna Ray
Browse all articles by Banajyotshna Ray
·2 years ago
ବୋହୂର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଅର୍ଗସ ବ୍ୟୁରୋ:  ଶାଶୂଘରୁ ବୋହୂର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ଝିଅର ପରିବାର ଲୋକେ। ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାଇକ ସାହିର ପ୍ରଶାନ୍ତ ସ୍ୱାଇଁ ବାଉଁଶଗଡ଼ ଗ୍ରାମର ମଧୁ ପରିଡାଙ୍କ ଝିଅ ଶ୍ରଦ୍ଧାଙ୍କୁ ଛଅ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସ୍ୱାମୀ ପ୍ରଶାନ୍ତଙ୍କର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗୁଥିଲା।

ତେବେ ହଠାତ୍‌ ଶ୍ରଦ୍ଧାଙ୍କର ମୃତଦେହ ଘରୁ ଉଦ୍ଧାର ହୋଇଛି। ଏହା ଦେଖି ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ସ୍ୱାମୀ ପ୍ରଶାନ୍ତ ସ୍ୱାଇଁଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି । ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
daughter in law body was recovered, the family bought the murder charges | Argus News