Videos
|
Odisha

Daughter in Law Protest / ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାକୁ ଆସି ହଟହଟା, ଶ୍ୱଶୁର ଘର ଆଗରେ ବୋହୂର ଧାରଣା

Bikash Mohanty
Browse all articles by Bikash Mohanty
·40 mins ago·2 min read
ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାକୁ ଆସି ହଟହଟା, ଶ୍ୱଶୁର ଘର ଆଗରେ ବୋହୂର ଧାରଣା
Sarita Behera

Key Points

ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଲେ ବୋହୂ 
ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଲା ବୋହୂ
ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାକୁ ଘରେ ପ୍ରବେଶ ନ କରାଇବାର ପ୍ରତିବାଦ
ଯାଜପୁର ଟାଉନ ଥାନା ଲଳିତେଶ୍ୱର ରାସ୍ତାରେ ଘଟିଛି ଏହି  ଘଟଣା 
ଯାଜପୁର: ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଲେ ବୋହୂ। ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଲେ ବୋହୂ।। ଯାଜପୁର ଟାଉନ ଥାନା ଅନ୍ତର୍ଗତ ଲଳିତେଶ୍ୱର ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ୱାମୀଙ୍କ ସହ ଛାଡ଼ପତ୍ର ମାମଲା ଦୀର୍ଘ ୫ ବର୍ଷ ଧରି ଅଦାଲତରେ ବିଚାରାଧୀନ ଥିବା ବେଳେ ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାକୁ ଆସି ଘରେ ପ୍ରବେଶ କରିବାକୁ ନପାଇ ଧାରଣାରେ ବସିଛନ୍ତି ବୋହୂ ସରିତା ବେହେରା।

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଗତ ୫ ବର୍ଷ ଧରି ଅଦାଲତରେ ମାମଲା ଚାଲିଛି। ଏହି ସମୟରେ ଶ୍ୱଶୁରଙ୍କ ଦେହାନ୍ତ ପରେ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଶ୍ୱଶୁର ଘରକୁ ଆସିଥିଲେ ସରିତା। ହେଲେ ଘରେ ପ୍ରବେଶ କରିବାକୁ ତାଙ୍କୁ ଅନୁମତି ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଯାଆ ଓ ଦେଢ଼ଶୁର ତାଙ୍କୁ ମାଡ଼ ମାରିବା ସହ ଘରେ ପୂରାଇ ଦେଇନଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି। ଫଳରେ ନ୍ୟାୟ ଦାବିରେ ଘର ସମ୍ମୁଖ ରାସ୍ତାରେ ଧାରଣାରେ ବସିଛନ୍ତି ସରିତା।

ପଢନ୍ତୁ ଏହି ଖବର: ଟେଲି ଅଭିନେତ୍ରୀଙ୍କୁ ବାରରେ ଅସଦାଚରଣ ଘଟଣା, ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୪ ଅଭିଯୁକ୍ତ ଅଟକ

ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଖବର ପାଇ ଯାଜପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମହିଳାଙ୍କ ଅଭିଯୋଗ ଓ ପାରିବାରିକ ବିବାଦକୁ ନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି। ସେପଟେ ଶାଶୁଘର ଲୋକଙ୍କ କହିବା କଥା ହେଲା ମାମଲା ବିଚାରାଧୀନ ଥିବାବେଳେ ଅଧିକ ଟଙ୍କା ଦାବି କରି ମହିଳା ଏଭଳି ପ୍ରହସନ କରୁଛନ୍ତି। ଗତକାଲି ଶ୍ୱଶୁରଙ୍କ ଦେହାନ୍ତ ହୋଇଛି, ଆଜି କସା ଖିଆ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସେ ଜାଣିଶୁଣି ସମସ୍ୟା ସୃଷ୍ଟି କରିବା ପାଇଁ ଏଭଳି କରୁଥିବା ପାଲଟା ଅଭିଯୋଗ କରୁଛନ୍ତି ଶ୍ୱଶୁର ଘର ପରିବାର।

ପାରିବାରିକ ବିବାଦ ଏବେ ରାସ୍ତାକୁ ଆସିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ଯାଜପୁର ଟାଉନ ଥାନା ପୋଲିସ। ଉଭୟ ପକ୍ଷଙ୍କ ସହ ଆଲୋଚନା କରି ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଉଦ୍ୟମ କରୁଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: