TV Actress Case / ଟେଲି ଅଭିନେତ୍ରୀଙ୍କୁ ବାରରେ ଅସଦାଚରଣ ଘଟଣା, ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୪ ଅଭିଯୁକ୍ତ ଅଟକ
·47 mins ago·1 min read

Key Points
ଟେଲି ଅଭିନେତ୍ରୀଙ୍କୁ ବାରରେ ଅସଦାଚରଣ ଘଟଣା
ଚନ୍ଦ୍ରଶେଖରପୁର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ
୪ ଅଭିଯୁକ୍ତଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ
ସମସ୍ତ ଅଭିଯୁକ୍ତଙ୍କୁ ମାରାଥନ୍ ପଚରାଉଚରା ଚଳାଇଛି ପୋଲିସ
ଖୁବ୍ ଶୀଘ୍ର ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ

ଟେଲି ଅଭିନେତ୍ରୀଙ୍କୁ ବାରରେ ଅସଦାଚରଣ ଘଟଣାରେ ୪ ଅଭିଯୁକ୍ତ ଗିରଫ। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ପୋଲିସ। ୪ ଜଣ ଅଭିଯୁକ୍ତ କୈଳାସ ସିଂହ, ମନୋଜ ଜେନା, ସାଗର ପଟ୍ଟନାୟକ, ଦେବାଶିଷ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି ପୋଲିସ। ପୀଡ଼ିତା ଅଭିନେତ୍ରୀଙ୍କ ଘଟଣାରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ବୟାନ ରେକର୍ଡ କରିବାକୁ ପୀଡ଼ିତାଙ୍କୁ ଖବର ଦେଲା ପୋଲିସ। ଖୁବ୍ ଶୀଘ୍ର ପୀଡ଼ିତାଙ୍କ ବୟାନ ରେକଡ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାରେ ସହାୟକ ହେବ।
ଗତ ଶନିବାର ରାତିରେ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ବାରରେ ତାଙ୍କ ସହ ଦୁର୍ବ୍ୟବହାର ଓ ଅସଦାଚରଣ ହୋଇଥିବା ନେଇ ସାଙ୍ଘାତିକ ଅଭିଯୋଗ କରିଥିଲେ ଟେଲି ଅଭିନେତ୍ରୀ। ଓଡ଼ିଆ ଟେଲି ଅଭିନେତ୍ରୀ ଏହି ଘଟଣା ସାମ୍ନାକୁ ଆଣିବା ସହ ନିଜ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ।
ପଢନ୍ତୁ ଏହି ଖବର: ସାଙ୍ଘାତିକ ଅଭିଯୋଗ ଆଣିଲେ ଓଡ଼ିଆ ଅଭିନେତ୍ରୀ, ବାର୍ ଓ ରେଷ୍ଟୁରାଣ୍ଟରେ ହେଲା ଅସଦାଚରଣ
ଟେଲି ଅଭିନେତ୍ରୀଙ୍କ ଅଭିଯୋଗ ମୁତାବକ, ଶନିବାର ରାତିରେ ଚନ୍ଦ୍ରଶେଖରପୁର ଥାନା ନିକଟରେ ଥିବା ଏକ ବାରକୁ ସେ ନିଜ ବନ୍ଧୁଙ୍କ ସହ ଯାଇଥିଲେ। ଖାଉଥିବା ସମୟରେ କିଛି ଅସାମାଜିକ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ସେହି ସମୟରେ ସେଠାରେ ଥିବା ବାଉଁସରମାନେ ସବୁ ଦେଖି ମଧ୍ୟ ନିରବ ରହିଥିଲେ। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ଥିତି। ଅଭିଯୁକ୍ତ ଓ ମ୍ୟାନେଜମେଣ୍ଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଥିଲେ ଟେଲି ଅଭିନେତ୍ରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories