|
logo
Live

Argus News - ଦିନ ପରେ ଦିନ ଖୋଲୁଛି ସୁଶାନ୍ତଙ୍କ ସମର୍ଥକଙ୍କ ଅପରାଧର ପେଡ଼ି

Odisha

ଦିନ ପରେ ଦିନ ଖୋଲୁଛି ସୁଶାନ୍ତଙ୍କ ସମର୍ଥକଙ୍କ ଅପରାଧର ପେଡ଼ି

Ritu Das
Browse all articles by Ritu Das
·2 years ago·2 min read
ଦିନ ପରେ ଦିନ ଖୋଲୁଛି ସୁଶାନ୍ତଙ୍କ ସମର୍ଥକଙ୍କ ଅପରାଧର ପେଡ଼ି

ଅର୍ଗସ ବ୍ୟୁରୋ: ଦିନ ପରେ ଦିନ ଖୋଲୁଛି ସୁଶାନ୍ତଙ୍କ ସମର୍ଥକଙ୍କ ଅପରାଧର ପେଡ଼ି। ସାମ୍ନାକୁ ଆସୁଛି ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକମାନଙ୍କର ଦ୍ବାରା ଅମ୍ବାଭୋନା ଥାନା ଭଙ୍ଗାର ଗୋଟିଏ ପରେ ଗୋଟିଏ ଭିଜୁଆଲ। ଥାନାରେ ପଶି ଉତ୍ପାତ କରୁଛନ୍ତି ସମର୍ଥକ ଆଉ ବାହାରେ କାରରେ ବସି ତାମସା ଦେଖୁଥିଲେ ସୁଶାନ୍ତ। ଏହି ଘଟଣାର 6 ଦିନ ପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରମାଣିତ କରୁଛି ସୁଶାନ୍ତଙ୍କୁ ସୁରକ୍ଷା ଦେଇ ପୋଲିସର ମନୋବଳ ଭାଙ୍ଗିଦେଉଛି ଶାସକ ବିଜୁ ଜନତା ଦଳ। ଆଉ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି 20 ବର୍ଷ ତଳେ କଂଗ୍ରେସ ଶାସନ କାଳରେ ଥିବା ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚି ସାରିଛି।

ଘଟଣା ଘଟିଥିଲା ନଭେମ୍ବର 5 ତାରିଖରେ। ଗଞ୍ଜେଇ ବୋଝେଇ ଗାଡିକୁ ଅଟକାଇଥିଲା ଅମ୍ବାଭୋନା ଥାନା ପୋଲିସ। ଏଇ ଘଟଣାକୁ ନେଇ ଉତକ୍ଷିପ୍ତ ହୋଇଥିଲେ ବିଜେଡି ନେତା, କର୍ମୀ ଓ ସୁଶାନ୍ତଙ୍କ ସମର୍ଥକ। 250ର 300 ଲୋକ ଅଚାନକ ଥାନା ଉପରେ କରିଦେଲେ ଆକ୍ରମଣ। ବ୍ୟାପକ ଭଙ୍ଗାରୁଜା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ, ହତ୍ୟା ପାଇଁ ଉଦ୍ୟମ। ବାହାରେ ଗାଡିରେ ବସିଥିଲେ ଭଟ୍ଟଲି ବିଜେଡି ବିଧାୟକ ସୁଶାନ୍ତ ସିଂ । ଏଇ ଘଟଣାରେ 100ରି ଅଧିକଙ୍କ ନାଁରେ ଏଫଆଇଆର ହେଲା। ହତ୍ୟା ଉଦ୍ୟମ, ଅପରାଧିକ ଷଡଯନ୍ତ୍ର, ଏସସି-ଏସଟି ଆଟ୍ରୋସିଟି ଆକ୍ସରେ ମାମାଲ ରୁଜ୍ଜୁ ହେଲା। ଏମାନଙ୍କ ମଧ୍ୟରେ ଥିଲେ ସୁଶାନ୍ତ ସିଂଙ୍କ ଖାସ୍ ବାଲା ବିସାର, କିର୍ତ୍ତୀ ଦୁଆନ୍, କ୍ଷେତ୍ରବାସୀ ସାହୁ ଓ ସତ୍ୟ ଭୂଷଣ ସାହୁ ପ୍ରମୁଖ । ଥାନା ଭାଙ୍ଗିଥିବା ଗୁଣ୍ଡାଙ୍କ ପାଇଁ ଓକିଲାତି କଲେ ସୁଶାନ୍ତ ସିଂହ । ଘଟଣାକୁ 6 ଦିନ ବିତିଲାଣି ହେଲେ ପୋଲିସ ହାତବାନ୍ଧି ବସିଛି । ମାତ୍ର 11 ଜଣଙ୍କୁ ଗିରଫ କରି କାମ ସାରିଦେଇଛି । ଯାହାକୁ ନେଇ ସାରା ରାଜ୍ୟରେ ବଢୁଛି ପ୍ରତିବାଦ। ତୁରନ୍ତ ସୁଶାନ୍ତ ସିଂହଙ୍କୁ ଗିରଫ ଦାବି କରିଛନ୍ତି ବିରୋଧୀ। 

କଂଗ୍ରେସ ରାସ୍ତାରେ କି ବିଜେଡି। 2000 ମସିହା ପୂର୍ବରୁ ଥାନାଗୁଡିକ ଥିଲା କଂଗ୍ରେସ ଦଳର କବଜାରେ। ବିପର୍ଯ୍ୟସ୍ଥ ହୋଇଥିଲା ଆଇନଶୃଙ୍ଖଳା । ଏବେ ରାଜ୍ୟରେ ଠିକ ସେହି ଅବସ୍ଥା । ଶାସକ ବିଜେଡି କବଜାରେ ଥାନା। ଯାହାର ଉଦାହରଣ ହେଉଛି ଅମ୍ବାଭୋନା ଥାନା ଘଟଣା । ଆିନ ତା ବାଟରେ ଯାଉଥିବାର ମିଛ ସ୍ଲୋଗାନ ଦେଉଛି ବିଜୁ ଜନତା ଦଳ। ହେଲେ ରାଜ୍ୟରେ ଚିତ୍ର ଅଲଗା। ସେପଟେ ଅମ୍ବାଭୋନାର ଚିତ୍ର ସାମ୍ନାକୁ ଆସିବା ପରେ ବି ବିଜେିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ ବାଜେ କଥା କହି ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡିରେ ସୁଶାନ୍ତ ସିଂଙ୍କୁ କିଏ ଦେଉଛି ସୁରକ୍ଷା, ସୁଶାନ୍ତଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ସଂଗୀନ ଅଭିଯୋଗ ଆସିବା ପରେ ବି କାହିଁକି ଚୁପ୍ ଶାସକ ଦଳ. ନିଜ ଉପରେ ଆକ୍ରମଣ ସତ୍ତ୍ବେ କାହିଁକି ଆକସନ ମୋଡକୁ ଆସୁନାହିଁ ବରଗଡ଼ ପୋଲିସ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
ଦିନ ପରେ ଦିନ ଖୋଲୁଛି ସୁଶାନ୍ତଙ୍କ ସମର୍ଥକଙ୍କ ଅପରାଧର ପେଡ଼ି | Argus News