Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୁଗୁଲି ଛାଡିଲେ ବରିଷ୍ଠ ନେତା ଭୂପିନ୍ଦର ସିଂ

Manini Pattanayak
Browse all articles by Manini Pattanayak
·1 year ago·2 min read
ଗୁଗୁଲି ଛାଡିଲେ ବରିଷ୍ଠ ନେତା ଭୂପିନ୍ଦର ସିଂ

ଭୁବନେଶ୍ୱର:  ବିଜେଡିରେ ଆଉ ଏକ ବିସ୍ଫୋରଣ । ଗୁଗୁଲି ଛାଡ଼ିଲେ ବରିଷ୍ଠ ନେତା ଭୂପିନ୍ଦର ସିଂ । ଚର୍ଚ୍ଚାରେ ଭୁପିନ୍ଦରଙ୍କ ଆତ୍ମଘାତୀ ଥିଓରୀ । ଖେଳ ଆଳରେ ଦଳ ଭିତରେ ଥିବା ବିବାଦର ଖୋଲିଲେ ପୋଲ୍ । ସମର୍ଥନ କଲେ ଅମର ଶତପଥୀ, ନିଜକୁ ଦୁବ ଘାସ କହି ପୁଣି ବିଜେଡିକୁ ମାରିଲେ ତେରଚ୍ଛା ବାଣ । ସେପଟେ ବିଜେଡି ଭାଙ୍ଗିଯିବା ନେଇ ପୁଣି ଆଶଙ୍କା କଲା ବିଜେପି । 
 ହାଟରେ ପଡି ଦାଣ୍ଡରେ ଗଡୁଛି ବିଜେଡି ର ଭିତିରି କନ୍ଦଳ । ଆଉ ଏହାରି ଭିତରେ ଦିନକୁ ଦିନ ବଢ଼ୁଛି ନେତାଙ୍କ ଭିତରେ ବୟାନ ବାଜି । ବିଜେଡିର ପରାଜୟକୁ ନେଇ ଦିନକୁ ଦିନ ନୂଆ ଥିଓରୀ ସାମ୍ନାକୁ ଆସୁଥିବା ବେଳେ ଦଳ ଭିତରେ ଆତ୍ମଘାତୀ ନେତା ଯୋଗୁଁ ଦଳ ହାରିଥିବା କହିଛନ୍ତିି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ଭୂପିନ୍ଦର କହିଛନ୍ତି ଭୂପିନ୍ଦର ଆହୁରି କହିଛନ୍ତି..... ଯେଉଁ ସବୁ ପ୍ରତିଷ୍ଠାତା ସଦସ୍ୟ ଓ ବରିଷ୍ଠ ନେତା ମାନେ ମତ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କ ମତ ନୁହଁ। ଲୋକଙ୍କ ମତ। ସଭାପତି ବି ତାକୁ ସ୍ପୋର୍ଟିଭ way ରେ ନେବା ଆବଶ୍ୟକ । 

ସେପଟେ ଦଳ ଭିତରେ ଥାଇ ମୁହଁ ଖୋଲିବା ଯୋଗୁଁ ଭୁପିନ୍ଦର ଙ୍କୁ ପ୍ରଶଂସା କରିଛନ୍ତି ବିଜେଡିର ପୂର୍ବତନ ବିଧାୟକ ଅମର ଶତପଥୀ । ଆଉ କହିଛନ୍ତି ନବୀନଙ୍କ ପାଇଁ ସଙ୍କଟ ନଥିଲେ ମଧ୍ୟ ଦଳ ପରାଜୟ ର ମୁଖ୍ୟ କାରଣ ବରିଷ୍ଠ ନେତାଙ୍କୁ କୋଣଠେସା । ମୁଁ ଦୁବ ଘାସ , ସବୁ ପରିସ୍ଥିତିକୁ ସାମ୍ନା କରି ପାରିବି।  ନୂଆ ରାଜନୀତିକୁ ଆସିଥିବା ବ୍ୟକ୍ତିଙ୍କ ଚେର କଣ ଏଭଳି ମଝବୁଥ କି ବେୋଲି ପ୍ରଶ୍ନ କରି ବିଜେଡି କୁ ତେରଛା ବାଣ ମାରିଛନ୍ତି ଅମର । କେବଳ ଏହି ନେତା ମାନେ ନୁହଁନ୍ତି । ବରିଷ୍ଠ ନେତା ପ୍ରଫୁଲ ଘଡେଇ, ପଦ୍ମନାଭ ବେହେରା, ସମ୍ବିତ ରାଉତରାୟ ଓ ଲତିକା ପ୍ରଧାନଙ୍କ ପରି ନେତା ମାନେ ମଧ୍ୟ ନିର୍ବାଚନ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି । ସେପଟେ  ନବୀନ ଆଉ ଦଳ ସମ୍ଭାଳି ପାରୁ ନଥିବା ଯୋଗୁଁ ବିଜେଡି ଆଗକୁ ଭାଙ୍ଗିଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।  ୨୪ ନିର୍ବାଚନ ରେ ଅନେକ ବରିଷ୍ଠ ନେତାଙ୍କ ଟିକେଟ କାଟିଥିଲା ବିଜେଡି ।  ଫଳରେ ଦଳ ଭିତରେ ଅସନ୍ତୋଷ ବଢ଼ିଲା ଆଉ ଫଳାଫଳ ଆସିବା ପରେ ଦଳ ସରକାରରୁ ଗଲା । ଦଳରେ ପାଣ୍ଡିଆନ ଙ୍କ ଏକଚାଟିଆ ପାଓ୍ବାର ଓ ବରିଷ୍ଠ ଙ୍କୁ କେୋଣଠେସା ଦଳୀୟ କନ୍ଦଳ ବଢ଼ାଇବା ପରେ ଏବେ ଏହା ଉଗ୍ରରୂପ ନେବାରେ ଲାଗିଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Day by day, there is growing fear among the leaders in bjd | Argus News