Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

  ଜହର ମୁକ୍ତ ହେବ ଦୟା ନଦୀ, ସ୍ଥିତି ପରଖିଲେ ବିଭାଗୀୟ ମନ୍ତ୍ରୀ    

Manini Pattanayak
Browse all articles by Manini Pattanayak
·1 year ago·1 min read
  ଜହର ମୁକ୍ତ ହେବ ଦୟା ନଦୀ, ସ୍ଥିତି ପରଖିଲେ ବିଭାଗୀୟ ମନ୍ତ୍ରୀ    

ପୁରୀ: ଜହର ମୁକ୍ତ ହେବ ପୁରୀ ଜିଲ୍ଲାର ଦୟା ନଦୀ । ସ୍ଥିତି ପରଖିଲେ ବିଭାଗୀୟ ମନ୍ତ୍ରୀ । ବିଧାନସଭା ଅଧିବେଶନରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଥବା ବେଳେ ଏହା ଉପରେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ପଂଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରଥମେ ଭୂବନେଶ୍ବର ବ୍ଳକ ବସନ୍ତପୁରଠାରେ ଦାୟା ନଦୀରେ ବ୍ୟାରେଜ ନିର୍ମାଣ କରାଯିବା ସ୍ଥାନ ପରିଦର୍ଶନ କରିଥିଲେ ।

ଏହା ପରେ ଗଙ୍ଗୁଆ ନାଳ ଦୟା ନଦୀରେ ମିଶିଥିବା ସ୍ଥାନ ପରିଦର୍ଶନ କରିଥିଲେ । ଏହା ପରେ କଣାସ ବ୍ଳକ ପରିଦର୍ଶନ କରି ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିବା ସହିତ ଦୀର୍ଘ ୫ ବର୍ଷ ଧରି ପ୍ରକଳ୍ପ ଚାଲିଥିବାବେଳେ ଏହା ଶେଷ ନ ହେବାକୁ ନେଇ ବିଭାଗ ଉପରେ ବର୍ଷିଥିଲେ । ଲୋକମାନଙ୍କୁ ଯଥାଶୀଘ୍ର ପାନୀୟ ଜଳ ଯୋଗାଇବା ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Daya river come to be poison free | Argus News